"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୯ କ ଧାଡ଼ି:
== ପାଠପଢ଼ା ==
ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ ର ଅଧ୍ୟକ୍ଷ ଥିଲେ।ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ।ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ।କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ।ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା।ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା।ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ଵବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର [[ନିଜାମ]] ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ତେରବର୍ଷ ବୟସରେ ପ୍ରାୟ ୬ ଦିନ ମଧ୍ୟରେ ସେ ୧୩୦୦ ପଦରେ [[ଲେଡି ଅଫ ଦି ଲେକ୍]] ନାମକ ଦୀର୍ଘ କବିତା ରଚନା କରିଥିଲେ।ଏହାଛଡା ଏକ ୨୦୦୦ ଧାଡ଼ିର ନାଟକ ମଧ୍ୟ ଲେଖିଥିଲେ।ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।<ref>http://www.poemhunter.com/sarojini-naidu/biography/</ref> <ref>ଦିବ୍ୟଭାସ୍କର- ଗୁଜରାଟୀ ଖବର କାଗଜ ତା. ୧୦ ଜୁନ ୨୦୧୨, ପୃଷ୍ଠ୍ ଆ: ୧୧</ref>
== ବିଦେଶଯାତ୍ରା ==
 
== ବୈବାହିକ ଜୀବନ ==