"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୬ କ ଧାଡ଼ି:
ସରୋଜିନୀଙ୍କର ପିଲାଦିନ ଅତି ଅୟସରେ କଟିଥିଲା।ଅଭାବ କ'ଣ ସେ ତାହା ଜାଣି ନ ଥିଲେ।ସେ ଜଣେ ବିଭାବଶାଳୀ ପରିବାରର କନ୍ୟା ଥିବାରୁ ତାଙ୍କ ବେଶଭୁଷାରେ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲା।
== ପାଠପଢ଼ା ==
== ବୈବାହିକ ଜୀବନ ==
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସକ ଗୋବିନ୍ଦରାଜୁଙ୍କ ପ୍ରେମରେ ପଡ଼ିଥିଲେ । ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ । ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା । ସେ ଉର୍ଦ୍ଧୁ, ତେଲୁଗୁ, ଇଂରାଜୀ, ପାର୍ଶି ଓ ବଙ୍ଗଳା ଭାଷାରେ ଦକ୍ଷତା ହାସଲ କରିଥିଲେ୧୯୧୫ରୁ ୧୯୧୮ ପର୍ଯ୍ୟନ୍ତ ସେ ଯୁବଶକ୍ତିକୁ ଜାଗ୍ରତ କରାଇବା ସହ ମହିଳା ସଶକ୍ତିକରଣ ଉପରେ ସମଗ୍ର ଦେଶବୁଲି ବକ୍ତୃତା ଦେଇଥିଲେ । ୧୯୧୬ରେ ଜବାହାରଲାଲ ନେହେରୁଙ୍କ ସଂପର୍କରେ ଆସିବାପରେ, ଚମ୍ପାରନ୍ ଆନେ୍ଦାଳନରେ ସାମିଲ ହୋଇଥିଲେ । ୧୯୧୯ ଜୁଲାଇରେ ନାଇଡୁ ହୋମରୁଲ ଲିଗର ଇଂଲଣ୍ଡ ଦୂତଭାବେ ଅବସ୍ଥାପିତ ହେଲେ । ୧୯୨୦ରେ ଭାରତ ଫେରିଲେ ଓ ଅଗଷ୍ଟ ୧ରେ [[ମହାତ୍ମା ଗାନ୍ଧୀ]]ଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ୧୯୨୫ରେ କଂଗ୍ରେସର ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ । ୧୯୩୦ ଜାନୁୟାରୀ ୨୬ରେ ମହାତ୍ମାଗାନ୍ଧୀ ଗିରଫ ହେବାର କିଛି ସମୟ ପରେ ସରୋଜିନୀ ନାଇଡୁଙ୍କୁ ମଧ୍ୟ ଗିରଫ କରାଗଲା ଓ ତାଙ୍କୁ ୧୯୩୧ ଜାନୁୟାରୀ ୩୧ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଥିଲା । ଭାରତ ସ୍ୱାଧୀନ ହେବାପରେ ସରୋଜିନୀ [[ଉତ୍ତର ପ୍ରଦେଶ]] ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ ହେଲେ ଏବଂ କର୍ତ୍ତବ୍ୟରେ ଥାଇ ୧୯୪୯ରେ ତାଙ୍କର ଦେହାନ୍ତ ହେଲା ।