"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ । ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
== ଜନ୍ମ ==
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ [[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ । ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ । ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ ହାଇଦ୍ରାବାଦ ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ । ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ଵବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର [[ନିଜାମ]] ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।<ref>http://www.poemhunter.com/sarojini-naidu/biography/</ref> <ref>ଦିବ୍ୟଭାସ୍କର- ଗୁଜରାଟୀ ଖବର କାଗଜ ତା. ୧୦ ଜୁନ ୨୦୧୨, ପୃଷ୍ଠ୍ ଆ: ୧୧</ref>
 
== ପିଲାଦିନ ==
ସରୋଜିନୀଙ୍କର ପିଲାଦିନ ଅତି ଅୟସରେ କଟିଥିଲା।ଅଭାବ କ'ଣ ସେ ତାହା ଜାଣି ନ ଥିଲେ।ସେ ଜଣେ ବିଭାବଶାଳୀ ପରିବାରର କନ୍ୟା ଥିବାରୁ ତାଙ୍କ ବେଶଭୁଷାରେ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲା।