"ପାର୍ବତୀ ଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ
Content deleted Content added
"ପଶ୍ଚିମ ଓଡ଼ିଶାର ମଦର ତେରେସା ହିସାବରେ ଜଣା '''ପାର୍ବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୦:୦୦, ୧୦ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପଶ୍ଚିମ ଓଡ଼ିଶାର ମଦର ତେରେସା ହିସାବରେ ଜଣା ପାର୍ବତୀ ଗିରି ଓଡ଼ିଶାର ଜଣେ ଆଗଧାଡ଼ିର ସ୍ୱାଧିନତା ସଂଗ୍ରାମୀ ଥିଲେ। ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଓଡ଼ିଶାର ନାରୀ ସ୍ୱାଧିନତା ସଂଗ୍ରାମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସେ ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଚବର୍ତ୍ତୀ ସମଲାଇପଦର ଗ୍ରାମରେ ୧୯ ଜାନୁଆରୀ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଇଂରେଜ ସରକାର ବିରୋଧାତ୍ମକ କାର୍ଯ୍ୟକଳାପପାଇଁ ସେ ଦୁଇ ବର୍ଷ କାରାବାସ ଦଣ୍ଡ ଭୋଗିଥିଲେ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ପ୍ରଭାବିତ ହୋଇ ସେ ମାତ୍ର ୧୬ ବର୍ଷ ବୟସରେ ବିପ୍ଳବର ନେତୃତ୍ୱ ନେଉଥିଲେ। ଭାରତ ସ୍ୱାଧିନ ହେବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାରର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ପାଇକମାଳ ଗ୍ରାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ନିଜର ଶେଷ ଜୀବନ ଅନାଥମାନଙ୍କର ମଙ୍ଗଳପାଇଁ ସମର୍ପି ଦେଇଥିଲେ। [୧]

References