"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୬ କ ଧାଡ଼ି:
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. ISBN 978-0sex670854349]</ref> ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।
 
==ରଜିୟା ସୁଲତାନଙ୍କ ଜୀବନୀ==
==ଶାସକର ଭୂମିକା==
 
ରଜିୟା ସୁଲତାନ / Razia Sultan [[ଭାରତ]]ର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସ୍ଲତନତକୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ [[ପୁତ୍ରୀ]] ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ [[ଇତିହାସକାର]] "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । [[ଦିଲ୍ଲୀ]]ରେ ''ଗୁରୁଦ୍ଦିନ''ଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ''ଲାହୋର'' , ପରେ ''ଭଟିଣ୍ଡା''ରେ ବିଦ୍ରୋହ ହୋଇଥିଲା । ରଜିୟା ''ଲାହୋର''ର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି [[ଦିଲ୍ଲୀ]] ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତ କୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ [[ଭାରତ]]ରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି [[ହିନ୍ଦୁସ୍ଥାନ]]ର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।
 
===ପ୍ରାଚୀନ ଯୁଗର ମହାନ ସୁଲତାନ===