"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
୭ କ ଧାଡ଼ି:
=== ଗଣେଶ ପୂଜାର ଷଷ୍ଠ ଦିନ ଷଠୀ ପୂଜା ===
ସକାଳେ [[ଶିବ]]ଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧୀରେ ଧୀରେ ବାଡ଼ିଆଯାଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
 
== କିମ୍ବଦନ୍ତୀ ==
ଷଠୀ ଓଷାକୁ ନେଇ ନାନାଦି କିମ୍ବଦନ୍ତୀ ପ୍ରଚଳିତ । ସେଥି ମଧ୍ୟରୁ ଗୋଟେ ରାମାୟଣ ସହ ସମ୍ବନ୍ଧିତ ଓ କେବଳ ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଚଳିତ । ଏହି କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କ ସନ୍ତାନ ସନ୍ତତି ହେଉନଥିବାରୁ ତାଙ୍କ ରାଣୀମାନେ ଷଠୀ ପୂଜା କରିବା ଆରମ୍ଭ କଲେ । ଷଠୀଙ୍କ ପ୍ରତିମା ସାତଟି ଶୁଖୁଆରେ ହଳଦି, କଜ୍ଜଳ ଓ ହଳଦିଆ ଲୁଗାରେ ଗୁଡ଼ାଇ ରଖିଲେ । ପିଲାମାନେ ଜନ୍ମ ହେବା ଅନ୍ତେ ଷଷ୍ଠ ଦିନରେ ଷଠୀ ଓଷା କଲେ ।<ref name="Bandyopādhyāẏa1983">{{cite book|author=Asitakumāra Bandyopādhyāẏa|title=The Rāmāyaṇa in Eastern India|url=http://books.google.com/books?id=wyMqAAAAYAAJ|year=1983|publisher=Prajñā}}</ref>
 
== ଆଧାର ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି