"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଓଷା using HotCat
୨ କ ଧାଡ଼ି:
 
== ପାଳନ ବିଧି ==
=== ଶିଶୁ ଜନ୍ମ ପରବର୍ତ୍ତୀ ଷଠୀ ପୂଜା: ===
ପଞ୍ଚମ ଦିନ ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ । ପଞ୍ଚୁଆତି ପାଞ୍ଚଟି ଜିନିଷରୁ ତିଆରି ହୁଏ ଯଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼ । ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ ସେ କୁଡ଼ୁକୁଡ଼ୁ ଶବ୍ଦକୁ ତା' ଛୁଆ କାନରେ ଶୁଣାଏ । ଏହା କରିବା ବେଳେ ମା'ଟି ଛୁଆର ଶୁଣିବାରେ କିଛି ଅସୁବିଧା ଅଛି କି ନାହିଁ ଜାଣିବାକୁ ଚେଷ୍ଟାକରିଥାଏ । ଅନ୍ୟ ସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି । ଷଷ୍ଠ ଦିନ ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ । ନବଜାତ ଶିଶୁଟିକୁ ତା'ର ଏନ୍ତୁଡ଼ିଶାଳରେ ଧୀରେ ଧୀରେ ମାଲିସ କରାଯାଏ ।ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ ଆଦି ୬ ପ୍ରକାର ଖାଦ୍ୟ ତିଆରି ହୁଏ । ସେହି ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲଗାଯାଏ । ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥାଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରିଥାନ୍ତି ।
ପଞ୍ଚମ ଦିନ, ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ । ପଞ୍ଚୁଆତି ପାଞ୍ଚଟି ଜିନିଷରୁ ତିଆରି ହୁଏ, ଯଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼।
ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ, ସେ ଶବ୍ଦ (କୁଡ଼ୁକୁଡ଼ୁ ଶବ୍ଦ)କୁ ତା' ଛୁଆ କାନରେ ଶୁଣାଏ। ଏହାର ବୈଜ୍ଞାନିକ ଅର୍ଥ ହେଉ ଛି ଯେ ମା' ଜାଣିବାକୁ ଚାହେଁ "ଛୁଆର ଶ୍ରବଣ ଶକ୍ତରେ କିଛି ଅସୁବିଧା ନାହିଁ ତ?"। ଅନ୍ୟ ସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି।
ଷଷ୍ଠ ଦିନ, ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ। ନବଜାତ ଶିଶୁ ଟିକୁ ତା'ର ଜନ୍ମ ଗୃହରେ ଧିରେ ଧିରେ ମାଲିସ କରାଯାଏ। ୬ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ। ସେଇ ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲାଗେ। ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ପାଇଁ ଭୋଜିଭାତ ର ଆୟୋଜନ ହୁଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରନ୍ତି।
 
=== ଗଣେଶ ପୂଜାର ଷଷ୍ଠ ଦିନ ଷଠୀ ପୂଜା: ===
ସକାଳେ [[ଶିବ]]ଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଛଅ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ସାକାହାରୀଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ପାଞ୍ଚ ପ୍ରକାର ଗଛକୁ ଏକାଟି କରି ବନ୍ଧାଯାଏ: ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧିରେଧୀରେ ଧିରେଧୀରେ ବାଡିଆ ଯାଏବାଡ଼ିଆଯାଏ । ସମସ୍ତେ, ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
 
== ଆଧାର ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି