"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମୁଖ୍ଯ → ମୁଖ୍ୟ, ମାନଙ୍କ → ମାନଙ୍କ (6) using AWB
ଟିକେ Bot: Automated text replacement (-ଗୁଜୁରାଟ +ଗୁଜରାଟ)
୯୯ କ ଧାଡ଼ି:
|date=୨୦୦୮-୦୮-୦୭}}</ref>]]
 
ଉତ୍ତର ମୁମ୍ବାଇର କାନ୍ଦିବଲିରୁ ମିଳିଥିବା କିଛି ଧ୍ଵଂସାବଶେଷରୁ ଜଣାପଡେକି ଏହି ଦ୍ଵୀପପୁଞ୍ଜ ସବୁ ପ୍ରାଚୀନ ପ୍ରସ୍ତର ଯୁଗରୁ ବସତି ସ୍ଥାପନ ହେଇଛି। ଜନବସତିର ଲିଖିତ ପ୍ରମାଣ ଖ୍ରୀ.ପୂ. ୨୫୦ ମିଳୁଛ, ଯେତେବେଳେ ଏହାକୁ ହେପ୍ଟାନୋସିଆ କୁହାଯାଉଥିଲା। ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହା ମୌର୍ଯ୍ୟ ସାମ୍ରାଜ୍ୟର ଅଂଶ ଥିଲା ଯେତେବେଳେ ଏହାର ଶାସକ [[ସମ୍ରାଟ ଅଶୋକ]] ଥିଲେ। ଖ୍ରୀଷ୍ଟାବ୍ଦ ପ୍ରାରମ୍ଭର ପ୍ରାଥମିକ ଶତାବ୍ଦୀ ରେ ଏହା ସାତବାହାନ ସାମ୍ରାଜ୍ୟ ଓ ଇଣ୍ଡୋ-ସାଇଥିୟ ପାଶ୍ଚାତ୍ୟ ସେଟ୍ରେପ ମଝିରେ ବିବାଦିତ ଥିଲା। ପରେ ହିନ୍ଦୁ ସିଲହରା ବଂଶର ରାଜାମାନେ ଏହାକୁ ୧୩୪୩ ପର୍ଯ୍ୟନ୍ତ ରାଜୁତି କରିଥିଲେ ଯେପର୍ଯ୍ୟନ୍ତ ଗୁଜୁରାଟଗୁଜରାଟ ର ରାଜାମାନେ ଏହାକୁ ଅଧିକାର ନକରିଥିଲେ। କିଛି ପୁରାତନ କାରୂକାର୍ଯ୍ୟ ଯେପରିକି ଏଲିଫାଣ୍ଟା ଗୁମ୍ଫା ଓ ବାଳକେଶର ମନ୍ଦିର ଏହି କାଳଖଣ୍ଡର ଅଟେ।
 
୧୫୩୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ ଗୁଜୁରାଟରଗୁଜରାଟର ଶାସକମାନଙ୍କଠୁ ଏହି ଦ୍ବୀପପୁଞ୍ଜ ଛଡେଇନେଇଥିଲେ। ଯାହାକି ପରେ ଇଂଲଣ୍ଡ ର ସମ୍ରାଟ ଦ୍ଵିତୀୟ ଚାର୍ଲ୍ସଙ୍କୁ ଯୌତୁକ ରୂପେ ଦିଆଯାଇଥିଲା।<ref>{{cite web |url=http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652 |title=UK Government Foreign and Commonwealth Office |accessdate=2008-01-06 |date=2007-06-28|archiveurl=http://web.archive.org/web/20030731063951/http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652|archivedate=2003-07-31}}</ref> ଚାର୍ଲ୍ସଙ୍କର ବାହାଘର କ୍ୟାଥରିନ ଡେ ଭର୍ଗିଞ୍ଜାଙ୍କ ସହ ହେଇଥିଲା। ଏହି ଦ୍ବୀପପୁଞ୍ଜ ର ଜମିର ପଟ୍ଟା ୧୬୬୮ରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ କୁ ପ୍ରତିବର୍ଷ ୧୦ ପାଉଣ୍ଡ ହିସାବରେ ଦିଆଯାଇଥିଲା। କମ୍ପାନୀ କୁ ଦ୍ବୀପପୁଞ୍ଜର ପୂର୍ବପଟେ ଗଭୀର ପୋତାଶ୍ରୟ ମିଳିଲା ଯାହାକି ଉପମହାଦ୍ଵୀପରେ ପ୍ରଥମ ବନ୍ଦର ସ୍ଥାପନ ପାଇଁ ସର୍ବୋତ୍ତମ ଥିଲା। ୧୬୬୧ରେ ଏହାର ଜନସଂଖ୍ୟା ମାତ୍ର ୧୦୦୦୦ ଥିଲା, ଯାହାକି ୧୬୭୫ରେ ୬୦୦୦୦ ହେଇଗଲା। ୧୬୮୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ମୁଖ୍ୟାଳୟ [[ସୁରାଟ]] ରୁ ମୁମ୍ବାଇ ସ୍ଥାନାନ୍ତରିତ କରିଲାପରେ ନଗର ବମ୍ବେ ପ୍ରେସିଡେନ୍ସି ର ମୁଖ୍ୟାଳୟ ହେଇଗଲା।
 
୧୮୧୭ ପରେ ନଗରକୁ ବହୁତ ସିଭିଲ କାର୍ଯ୍ୟଦ୍ଵାରା ପୁନରୁଦ୍ଧାର କରଯାଇଥିଲା। ଏଥିରେ ସବୁ ଦ୍ଵୀପପୁଞ୍ଜକୁ ପରସ୍ପରସହ ଯୋଡିବା ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପରିଯୋଜନାକୁ ହର୍ନବୟ ବେଲାର୍ଡ ପରିଯୋଜନା କୁହାଯାଏ ଓ ଏହା ୧୮୪୫ ରେ ସପୂର୍ଣ୍ଣ ହେଇଥିଲା ଓ ମୁମ୍ବାଇ ର କ୍ଷେତ୍ରଫଳ ୪୩୮ ବର୍ଗକି.ମି. ହେଇଥିଲା। ୧୮୫୩ ମସିହାରେ ଭାରତରେ ପ୍ରଥମ ରେଳ ଲାଇନ ଏଠାରେ ସ୍ଥାପିତ ହେଇଥିଲା ଯାହାକି ମୁମ୍ବାଇକୁ ଠାଣେ ସହ ଯୋଡିଥିଲା। ଆମେରିକୀୟ ନଗର ଯୁଦ୍ଧ କାଳରେ ଏହା ବିଶ୍ଵର ସବୁଠୁ ବଡ ସୂତା ବ୍ୟବସାୟର ବଜାର ହେଲା ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେଲା ଓ ସହରର ସ୍ତର ବହୁଗୁଣ ବଢିଗଲା।
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି