"ଚାନ୍ଦେରୀ ଶାଢ଼ୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୯ କ ଧାଡ଼ି:
 
==ଇତିହାସ==
ପୌରାଣିକ ମତେ ବୈଦିକ ଯୁଗ ସମୟରେ ଶିଶୁପାଳଙ୍କ ଦ୍ବାରା ଚନ୍ଦେରୀ ଗ୍ରାମ ସ୍ଥାପିତ ହୋଇଥିଲା । ଏହି ପ୍ରସିଦ୍ଧ ବୁଣାକାମ ଦ୍ବିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଏହି ସ୍ଥାନ ଦୁଇ ସାଂସ୍କୃତିକ ସହର [[ମାଲୱା]] ଏବଂ [[ବୁନ୍ଦେଲଖଣ୍ଡ]]ର ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ । ବିନ୍ଧ୍ୟାଞ୍ଚଳ ବସତିମଧରେ ସଂସ୍କୃତି ପୁରୀ ରହିଥିବା ଦେଖାଯାଏ । ଏକାଦଶ ଶତାବ୍ଦୀ ବେଳକୁ [[ମାଲୱା]] ଏବଂ [[ମେଡ଼ୱା]] , [[ଭାରତ]]ର କେନ୍ଦ୍ରାଞ୍ଚଳ, ଦକ୍ଷିଣ [[ଗୁଜରାଟ]] ଆଦିରେ ଏହାର ବ୍ୟବସାୟ ସୁଦୃଢ଼ ହୋଇଥିଲା ।ତ୍ରୟୋଦଶ ଶତାବ୍ଦୀ ବେଳକୁ ପାରମ୍ପରିକ ବୁଣନ କଳା ବିକଶିତ ହୋଇଥିଲା । ମୁସଲମାନମନେ ଏହାର ଆରମ୍ଭ କରିଥିବାର ଅନୁମେୟ । ପରେ ୧୩୫୦ ମସିହାରେ କୋଷ୍ଟି ବୁଣାକାରୀମାନେ [[ଝାନ୍ସୀ]]ରୁ ଚାନ୍ଦେରୀକୁ ଆସିଥିଲେ ଏବଂ ଏହି କାର୍ଯ୍ୟ ଲାଗି ଏଠାରେ ବସତି ସ୍ଥାପନ କରିଥିଲେ । [[ମୋଗଲ ସାମ୍ରାଜ୍ୟ]]ରେ ଚାନ୍ଦେରୀ ଶାଢୀର ବ୍ୟବସାୟ ଏବଂ ଉତ୍ପାଦନ ଶିଖରକୁ ଛୁଇଁଥିଲା ।
==ଶୈଳୀ==
ଚାନ୍ଦେରୀ ଶାଢୀ ତିନୋଟି ପ୍ରକାର ତନ୍ତୁରେ ତିଆରି ହୁଏ ଯଥା ବିଶୁଦ୍ଧ ରେଶମ, ଚାନ୍ଦେରୀ ସୁତା (କଟନ),ଏବଂ ରେଶମ କଟନ । ପାରମ୍ପରିକ ମୂଦ୍ରା, ଫୁଲ ଡାଳି, ମୟୁର, ଏବଂ ଜ୍ୟାମିତିକ ଆକୃତି ଆଦି ଭିନ୍ନ ଭିନ୍ନ କାରିଗରୀ ଚାନ୍ଦେରୀ ଶୈଳୀରେ ବୁଣାଯାଇଥାଏ ।