"ଅବନୀ କୁମାର ବରାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅବନୀ କୁମାର ବରାଳ ଶିକ୍ଷା ସମସ୍ୟା ନାମକ ମାସିକ ମ୍ୟାଗାଜିନ ର ଆଜୀବନ ସଂପାଦକ
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
୧ କ ଧାଡ଼ି:
{{ସୁଧାର}}
'''ଅବନୀ କୁମାର ବରାଳ''' [[ଓଡ଼ିଶା]]ର ଜଣେ ପ୍ରବୀଣ ଶିକ୍ଷାବିଦ ଓ ଶିକ୍ଷକ ନେତା ଥିଲେ ।<ref>{{cite news|title=Prof Abani Baral passes away|url=http://www.thestatesman.net/news/23870-Prof-Abani-Baral-passes-away.html|accessdate=18 November 2013|newspaper=ଷ୍ଟେଟ୍ସମ୍ୟାନ}}</ref>
ପ୍ରବୀଣ ଶିକ୍ଷାବିତ୍, ସାହିତ୍ୟିକ, ଶିକ୍ଷକମାନଙ୍କ ନାର୍ଯ୍ୟଦାବୀ ପାଇଁ ବିଭିନ୍ନ ଆନ୍ଦୋଳନର ପୁରୋଧା ତଥା କମ୍ୟୁନିଷ୍ଟ ଦଳର ତୁଙ୍ଗନେତା ଅବନୀ କୁମାର ବରାଳଙ୍କର ୭.୧୧.୨୦୧୩ ଗୁରୁବାର ଦିନ ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ଦିବଂଗତ ନେତାଙ୍କର ପତ୍ନୀ ଆଦରମଣି, ଦୁଇ ପୁଅ ଆଭାସ ଓ ଆକାଶଙ୍କ ସହ ଦୁଇ ଝିଅ ଅଛନ୍ତି । ସେ [[ଜଗତସିଂହପୁର ଜିଲ୍ଲା]] ବିରିଡି ବ୍ଳକ ଅନ୍ତର୍ଗତ ହଳଦିଆପଡା ଗ୍ରାମରେ ୧୯୨୫, ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ [[କଟକ]]ରେ ଓଡିଆରେଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇଥିଲେ । ୧୯୯୪ମେ ମାସରେ ସେଠାରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ ବେଳରୁ ତାଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ଵର ପ୍ରକାଶିତ ହୋଇଥିଲା । ବାମପନ୍ଥୀ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ, ଗଣତାନ୍ତ୍ରିକ ଯୁବ ସଂଘ ଓ ଇସ୍‌କସ୍ ଭଳି ସଙ୍ଗଠନରେ ସାମିଲ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର 'ନୂଆ ଦୁନିଆ'ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସାମ୍ୟବାଦୀ ଆଦର୍ଶର ପ୍ରଚାର କରାଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ଵ ତୁଲାଇଥିଲେ । ଶିକ୍ଷକ ସଂଘ ନେତା ଭାବେ ତାଙ୍କ ନେତୃତ୍ଵରେ ପ୍ରାଥମିକ ଶିକ୍ଷକଙ୍କଠାରୁ ଆରମ୍ଭକରି ଅଧ୍ୟାପକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଶିକ୍ଷକ ମହାସଂଘ ଗଠନ କରାଯାଇଥିଲା । ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପ ଦ୍ଵାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ । ସର୍ବଭାରତୀୟସ୍ତରରେ ଜଣେ ଆଗଧାଡ଼ିର ଶିକ୍ଷକ ନେତା ଭାବେ ତାଙ୍କର ପରିଚିତ ଥିଲେ । ବିଶ୍ଵ ଶିକ୍ଷକ ମହାସଂଘର ସେ ଉପସଭାପତି ପଦ ମଣ୍ଡନ କରିଥିଲେ । ବିଶ୍ଵଦରବାରରେ ସେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ସମ୍ପର୍କିତ ବହୁ ସମ୍ମିଳନୀକୁ ଭାରତର ପ୍ରତିନିଧିତ୍ଵ କରିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ଵାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ଓ ଦୁଇ ଡଜନରୁ ଅଧିକ ପୁସ୍ତକ ରଚନା ସାହିତ୍ୟ ଜଗତରେ ବିଶେଷ ଖ୍ୟାତି ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ସେ ମଧ୍ୟ ସମ୍ଵର୍ଦ୍ଧିତ ହୋଇଛନ୍ତି । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ସମ୍ମାନ ଓ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଛି । <ref>ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩</ref>
 
==ଆଧାର==