"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
୫୨ କ ଧାଡ଼ି:
 
==ସମାଜ ସେବା==
୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ [[ଷଢ଼େଇଖଳା-ଖରସୁଆଁ ଜିଲ୍ଲା|ଷଢ଼େଇଖଳା-ଖରସୁଆଁ]] ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକସଭାରେଲୋକ ସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।<ref name="biplabi"/>
 
୧୯୫୭ ମସିହା ଲୋକସଭାଲୋକ ସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । <ref name=ucb-echoes>{{cite web|title=Echoes of Freedom: South Asian Pioneers in California, 1899-1965|url=http://www.lib.berkeley.edu/SSEAL/echoes/chapter6/chapter6.html|publisher=The Library, University of California, Berkeley|accessdate=28 January 2015}}</ref> ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।<ref name="biplabi"/>
 
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା, ଭିନ୍ନ ଭିନ୍ନ ମୋଡ ।<ref name="biplabi"/>