Content deleted Content added
|
|
ତାଙ୍କର ସୁଶାସନ ପାଇଁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜା ଆନ୍ଦୋଳନ ହୋଇଥିଲା ବେଳେ ତାଙ୍କ ରାଜ୍ୟରେ ଶାନ୍ତି ଥିଲା । ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରି ସେ ବଲାଙ୍ଗୀର ଗଡ଼ଜାତକୁ ଓଡ଼ିଶା ରାଜ୍ୟ ସହିତ ମିଶାଇଥିଲେ । ମିଶ୍ରଣ ସମୟରେ ରାଜକୋଷରୁ ଅନ୍ୟ ରାଜାଙ୍କ ପରି ଅର୍ଥ ଆତ୍ମସାତ ନ କରି ବହୁଜନହିତାୟର ଆଦର୍ଶ ନେଇ ସେ ସର୍ବାଧିକ ରାଜସ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ।
== ରାଜନୀତିରେ ଯୋଗଦାନ ଓ ଶେଷ ଜୀବନ ==
ପରବର୍ତ୍ତୀ କାଳରେ ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦରୂପେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ । ସେ କଳାହାଣ୍ଡି-ବଲାଙ୍ଗୀର ଲୋକସଭାଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ<ref>{{cite web|url=http://eci.nic.in/eci_main/StatisticalReports/LS_1951/VOL_1_51_LS.PDF|title=Statistical Report on General elections, 1951 to the 1st Lok Sabha, Volume I|publisher=Election Commission of India website|page=17|accessdate=21 May 2010}}</ref> ଓ ୧୯୫୧ରେ [[ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ]] ନିର୍ବାଚିତ ହୋଇଥିଲେ <ref>{{cite web|url=http://eci.nic.in/eci_main/StatisticalReports/SE_1957/StatRep_Orrisa_1957.pdf|title=Statistical Report on General Election, 1957 to the Legislative Assembly of Orissa|publisher=Election Commission of India website|page=5|accessdate=21 May 2010}}</ref> । ୧୯୬୧ରେ ସେ [[କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କଣ୍ଟାବାଞ୍ଜି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ]] ପୁନଃ ନିର୍ବାଚିତ ହୋଇଥିଲେ<ref>{{cite web|url=http://eci.nic.in/eci_main/StatisticalReports/SE_1961/StatRep_Orissa_1961.pdf|title=Statistical Report on General Election, 1961 to the Legislative Assembly of Orissa|publisher=Election Commission of India website|page=5|accessdate=21 May 2010}}</ref> ଏବଂ ୧୯୬୭ରେ [[ବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ]] ନିର୍ବାଚିତ ହୋଇଥିଲେ <ref name="biodata"/> ଏବଂ ୭ ମାର୍ଚ୍ଚ ୧୯୬୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱତନ୍ତ୍ରତା ପାର୍ଟି ସହିତ [[ହରେକୃଷ୍ଣ ମହତାବ]]ଙ୍କର ଓଡ଼ିଶା ଜନକଂଗ୍ରେସର ମିଳିତ ସରକାର ସେ ନିଜର ପଦତ୍ୟାଗ (୯ ଜାନୁଆରୀ ୧୯୬୭) ପର୍ଯ୍ୟନ୍ତ ଚଳାଇଥିଲେ ଓ ୧୧ ଜାନୁଆରୀ ୧୯୬୭ରେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା। <ref>{{cite web|url=http://ws.ori.nic.in/ola/brief.htm|title=Brief History of Orissa Legislative Assembly Since 1937|publisher=Orissa Legislative Assembly website|accessdate=21 May 2010}}</ref>। ସେ ଜଣେ ଭଲ ବକ୍ତା ଓ ନୀତିସମ୍ପନ୍ନ ନେତା ଥିଲେ । ତାଙ୍କ ଉଦ୍ଦେଶ୍ୟରେ ସାହିତ୍ୟକିତ [[ସୁରେନ୍ଦ୍ର ମହାନ୍ତି]] କହିଛନ୍ତି, ‘ସେ ରାଜାମାନଙ୍କ ଭିତରେ ଜଣେ ମନୁଷ୍ୟ ଥିଲେ ଓ ମନୁଷ୍ୟମାନଙ୍କ ଭିତରେ ରାଜା । ୧୯୭୫ ମସିହା ଫେବୃଆରୀ ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।
== ଆଧାର ==
|