"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୃତ୍ୟୁ ଦିବସ ଓ ତଥ୍ୟପେଟି
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
୫୮ କ ଧାଡ଼ି:
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା, ଭିନ୍ନ ଭିନ୍ନ ମୋଡ ।<ref name="biplabi"/>
 
୧୯୪୬ ମସିହା ଓଡ଼ିଶା ବିଧାନସଭାକୁବିଧାନ ସଭାକୁ ଯିବା ପାଇଁ ତାଙ୍କୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦିତା କରିବାକୁ ହୋଇଥିଲା । ସେଠାରେ ସେ ବିଧାନସଭାକୁବିଧାନ ସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ସେତେବେଳେ ବିଧାନସଭାରେବିଧାନ ସଭାରେ ଓଡ଼ିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା । କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀଙ୍କ ଇଂରାଜୀ ଭାଷାର ପ୍ରଭୁତ୍ଵ ହ୍ରାସ ପାଇନଥିଲା । ସାରଙ୍ଗଧର କିନ୍ତୁ ବାଚସ୍ପତିଙ୍କ ବାରଣ ସତ୍ତ୍ଵେ ଓଡ଼ିଶା ବିଧାନସଭାରେବିଧାନ ସଭାରେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେବା ଆରମ୍ଭ କରିଦେଲେ । ତାଙ୍କର ଯୁକ୍ତି ଥିଲା, ଓଡ଼ିଶା ବିଧାନସଭାରେବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍‌ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?<ref name="biplabi"/>
 
୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ଵରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ଵାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡ଼ିଶା ବିଧାନସଭାରେବିଧାନ ସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ । ଗଡଜାତ ରାଜାମାନଙ୍କ ଦ୍ଵାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି । ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି । ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି, ଆଦିବାସୀମାନଙ୍କ ସମର୍ଥନରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢିର ଲୋକେ ନୁହନ୍ତି, ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ । ସମ୍ବଲପୁର୍ ଜିଲ୍ଲାର ବହୁ ଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ,ପଶ୍ଚିମ ଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ । ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ ।<ref name="biplabi"/>
 
ବିଧାନସଭାରେବିଧାନ ସଭାରେ ସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ, ଶ୍ରମିକମାନଙ୍କ ସ୍ଵାର୍ଥର ଜାଗ୍ରତ ପ୍ରହରୀ । ଆଦିବାସୀମାନଙ୍କ ପାଇଁ ତାଙ୍କ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା । ସେ ବେସରକାରୀ ସ୍ତରରେ ଗଡଜାତ ଅଞ୍ଚଳର ଦୁଃସ୍ଥ ରାଜନୈତିକ କର୍ମୀଙ୍କ ପିଲାମାନଙ୍କ ଶିକ୍ଷାପାଇଁ ମାଳତୀ ଚୌଧୁରୀଙ୍କ ସହ ୧୯୪୬ ମସିହାରେ ଅନୁଗୁଳଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ' । ଏଠାରେ ଆଦିବାସୀ ଓ ହରିଜନ ପିଲାମାନଙ୍କୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ ।<ref name="biplabi"/>
 
ସାରଙ୍ଗଧରଙ୍କର ଗାନ୍ଧୀ-ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ ଉପରେ ଯଥେଷ୍ଟ ଭରସା ଥିଲା । ସେ ଆଶା କରୁଥିଲେ କଂଗ୍ରେସ ରାଜନୈତିକ ସ୍ଵାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ଵାଧୀନତା ମଧ୍ୟ ଆଣିଦେବ । ସେ କଂଗ୍ରେସ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ । କିନ୍ତୁ ତାଙ୍କର ସେ ସ୍ଵପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ । ସର୍ଦ୍ଦାର୍ ପଟେଲଙ୍କ ଉଦ୍ୟମ ଫଳରେ ମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡ଼ିଶା ସହିତ ମିଶ୍ରଣ ହେଲା ସତ, ହେଲେ ରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ଦିଆଗଲା । ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ, ଆଦିବାସୀମାନଙ୍କୁ ଚାଷଜମି, ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଗଲା ନାହିଁ । ସେମାନେ ମହରଗରୁ ଯାଇ କାନ୍ତାରରେ ପଡିଲେ । ସୋସାଲିଷ୍ଟମାନଙ୍କୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡି ସାରିଲା ପରେ କଂଗ୍ରେସ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା, ଜମିଦାର, ଶିଳ୍ପପତିମାନଙ୍କୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ ଭିତରେ ଥଇଥାନ କରିବାକୁ ଲାଗିଲେ । ଏ ପ୍ରକ୍ରିୟା ସ୍ଵାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।
 
ସେତେବେଳେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିଧାନସଭାବିଧାନ ସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା । କମର୍ସ କନଷ୍ଟିଚ୍ଵେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ, ଯୁବନେତା ସୁରଜମଲ୍ଲ ଶାହାଙ୍କୁ କଂଗ୍ରେସ ତରଫରୁ ପ୍ରାର୍ଥୀ କରାଯିବ । କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର ମହାତାବଙ୍କ ନାମରେ ଆସି କଂଗ୍ରେସ ଅଫିସରେ ପହଞ୍ଚିଲା । ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକା ର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି । ସେ ଚିଠିରେ ଲେଖାଥିଲା ଯେ, ଏ ଦଶ ହଜାର ଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା । ଏ ଚାନ୍ଦା ସହିତ ଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ । ଜି.ଡି . ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଣ୍ଟ କାଗଜକଳ ପରିଚାଳକ । ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ । ଧିରେ ଧିରେ କଂଗ୍ରେସ ଯେ ରାଜା,ଜମିଦାର୍, ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଙ୍ଗ । ସେ ଅନୁଭବ କଲେ ଯେ,ବିଧାନସଭାରେବିଧାନ ସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ଵାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି । ବରଂ ତାଙ୍କର ତୀବ୍ର ବିରୋଧ ସତ୍ତ୍ଵେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା । କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ ଲୋକଙ୍କ ସଲାସୁତୁରା ଥିଲା । ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଙ୍କୁ ଅଧିକ ମଜୁରୀ ଦେବାଲାଗି ଆଇନ ପ୍ରଣୟନ କରିବାକୁ ତାଙ୍କ ଦାବିକୁ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିଦେଲେ। ବରଂ ତାଙ୍କୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ କମିସନ ଚେୟାରମ୍ୟାନ୍ ପଦ ଯଚାହେଲା । ଫଳରେ ତାଙ୍କର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା । ସେ କଂଗ୍ରେସ ଛାଡିବା ପାଇଁ ସ୍ଥିର କରିନେଲେ ।<ref name="biplabi"/>
 
୧୯୪୮ ମସିହାରେ ସାରଙ୍ଗଧର କଂଗ୍ରେସ ଦଳରୁ ଇସ୍ତଫା ଦେଇଦେଲେ । ସେତେବେଳେ ଗୋଟିଏ ଦଳ ଟିକଟରେ ଅସେମ୍ବ୍ଲି କିମ୍ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ଅନ୍ୟ ଦଳରେ ଯୋଗଦେଲେ ବିଧାନସଭାବିଧାନ ସଭା କିମ୍ବା ଇସ୍ତଫା ଦେବାର କୌଣସି ରାଜନୈତିକ ବା ଆଇନଗତ ବାଧ୍ୟବାଧକତା ନ ଥିଲା । ସାରଙ୍ଗ ଧର ଚାହିଁଥିଲେ ଅନ୍ୟ ଦଳରେ ଯୋଗଦେଇ ମଧ୍ୟ ଓଡ଼ିଶା ବିଧାନସଭାରେବିଧାନ ସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା । ସେ ସାଙ୍ଗେ ସାଙ୍ଗେ ମଧ୍ୟ କଂଗ୍ରେସ ଛାଡି ସୋସାଲିଷ୍ଟ୍ ପାର୍ଟିର ସଭ୍ୟପଦ ଗ୍ରହଣ କରିନଥିଲେ ।<ref name="biplabi"/>
 
==ଆଧାର==