"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୫ କ ଧାଡ଼ି:
 
==ଶିକ୍ଷା ଓ ଲେଖାଲେଖି==
ଲିଓନ୍ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ। ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ। ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା। ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ। ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ, "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ, କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ। ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ। ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ। ସେଠାରେ ସ୍କୁଲ [[ଶିକ୍ଷା]] ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ। ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ। କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ, ଯେଉଁ ମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି। ତେବେ "ଚାର୍ଲସ୍" ତାଙ୍କର ଏକ ଆଲେଖ୍ୟରେ ଲେଖିଥିଲେ ଯେ, ସେ କୌଣସି ଚାକିରିକୁ ନେଇ ଆଶାବାଦୀ ନ ଥିଲେ। ବାସ୍ତବରେ ତାଙ୍କର ଚାକିରି କରିବାକୁ ଇଚ୍ଛା ନଥିଲା। ସେ ଲେଖାଲେଖିକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ। "ଚାର୍ଲସ୍"ଙ୍କ ସାବତ ବାପା ଚାହୁଁଥିଲେ ଚାର୍ଲସ୍ ଜଣେ ଆଇନଜ୍ଞ କିମ୍ବା କୂଟନୀତିଜ୍ଞା ହୁଅନ୍ତୁ। ତାଙ୍କର [[ମା']] ମଧ୍ୟ ଠିକ୍ ଏହାହିଁ ଆଶା କରୁଥିଲେ। ହେଲେ ସମସ୍ତିଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ "ଚାର୍ଲସ୍"। ଲେଖାଲେଖିକୁ ନିଜର ଏକମାତ୍ର [[କ୍ୟାରିୟର]] ଭାବେ ଗ୍ରହଣ କରିନେଇଥିଲେ।
 
==ପ୍ରଥମ ପ୍ରକାଶ==
 
==ଆଧାର==