"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୪ କ ଧାଡ଼ି:
ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସ୍ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ଜନ୍ମ। ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】<ref>Charles Baudelaire, Richard Howard. ''Les Fleurs Du Mal''. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.</ref>ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା। [[ବାପା]] (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। [[ମା']]ଙ୍କ ନାମ ଥିଲା (କାରୋଲିନ ବଦେଲିଅର)। "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ। ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା। [[ବାପା]]ଙ୍କ ଦେହାନ୍ତର ବର୍ଷକ ପରେ [[ମା']] "କାରୋଲିନ"; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ। ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା। ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା। "କାରୋଲିନ" ମଧ୍ୟ ନିଜ ସ୍ବାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ। କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା [[ଚାର୍ଲସ୍ ବଦେଲିଅର]]ଙ୍କୁ। ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା। ସେ ନିଜ [[ମା']]ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ। ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା। ସେ ତାଙ୍କ [[ମା']]ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ, ଏବଂ ସେହି ଚିଠିରେ ଶୈଶବ ଅବସ୍ଥାରେ ନିଜ [[ମା']]ଙ୍କ ପ୍ରତି ଥିବା କାମାସକ୍ତ ଭଲପାଇବାକୁ <ref>Richardson 1994, p. 16</ref> ପ୍ରକାଶ କରୁଥିଲେ। [[ମା']]ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ। ହେଲେ [[ମା']]ଙ୍କ ଅଭାବକୁ ସେହି ପତ୍ର ପୂରଣ କରିପାରିନଥିଲା। ପ୍ରତେକଦିନ ନିଜ ମା"ଙ୍କଠାରୁ ମାତୃତ୍ଵ ପୂର୍ଣ୍ଣ ସ୍ନେହ ଏବଂ ଶ୍ରଦ୍ଧା ପାଇବା ପାଇଁ "ଚାର୍ଲସ୍"ଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା।
 
==ଶିକ୍ଷା ଓ ଲେଖାଲେଖି==
ଲିଓନ୍ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ। ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ। ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା। ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ। ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ, "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ, କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ। ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ। ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ। ସେଠାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ। ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ। କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ, ଯେଉଁ ମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି।
 
==ଆଧାର==