"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୮ କ ଧାଡ଼ି:
[[ଚାର୍ଲସ୍ ବଦେଲିଅର]]ଙ୍କୁ <ref>[http://dictionary.reference.com/browse/baudelaire "Baudelaire"]. ''[[Random House Webster's Unabridged Dictionary]]''.</ref> ଫ୍ରାନ୍ସ୍ [[ସାହିତ୍ୟ]] ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ। କୁହାଯାଏ, ଫ୍ରେଞ୍ଚ୍ ସାହିତ୍ୟକୁ ସେ ହିଁ ପ୍ରଥମେ ଆଧୁନିକତା ଆଣିଥିଲେ। ଏହାର ସୁଫଳ କେବଳ ଫ୍ରାନ୍ସର ସାହିତ୍ୟ ପ୍ରେମୀଙ୍କୁ ମିଳିନଥିଲା, ଅଧିକନ୍ତୁ ସମଗ୍ର ବିଶ୍ୱର ସାରସ୍ୱତ ଜଗତରେ ଆଧୁନିକତାକୁ ନେଇ ଆରମ୍ଭ ହୋଇଯାଇଥିଲା ଏକ ଟ୍ରେଣ୍ଡ ଯାହା ଆଜି ଭି ବଳବତ୍ତର ରହିଛି। ଏହିସବୁ ପାଇଁ ଶ୍ରେୟ ଦିଆଯାଇଥାଏ କେବଳ "ଚାର୍ଲସ୍"ଙ୍କୁ। "ଚାର୍ଲସ୍" ବସ୍ତୁତଃ ଜଣେ କବି ଥିଲେ। ତେବେ କେବଳ କବିତାରେ ସେ ନିଜକୁ ସୀମିତ କରି ରଖି ନ ଥିଲେ। କବିତା ଭଳି ତାଙ୍କର ଗଦ୍ୟ ରଚନାରେ ମଧ୍ୟ ସେଭଳି ପାରଦର୍ଶିତା ରହିଥିଲା। ସେ ବିଶେଷକରି [[ପ୍ରବନ୍ଧ]] ରଚନା କରୁଥିଲେ ଏବଂ [[ସାହିତ୍ୟ]] ସମୀକ୍ଷା ଲେଖୁଥିଲେ। ଏତଦବ୍ୟତୀତ ଆଉ ଯେଉଁ କାର୍ଯ୍ୟ ତାଙ୍କୁ ସବୁଠାରୁ ବେଶି ଆନନ୍ଦ ପ୍ରଦାନ କରୁଥିଲା, ତାହା ହେଉଛି "ଅନୁବାଦ"। ଅବଶ୍ୟ ସେ କେବଳ [[ବୈଜ୍ଞାନିକ]] ତଥ୍ୟ ସମ୍ବଳିତ ଗଳ୍ପ ରଚନା କରୁଥିବା ପ୍ରଖ୍ୟାତ ଗାଳ୍ପିକ (ଏଦଗାର ଆଲନ୍ ପୋ')ଙ୍କ ରଚନା ସବୁର ଅନୁବାଦ କରୁଥିଲେ। ଏହି କାରଣରୁ "ଚାର୍ଲସ୍"ଙ୍କୁ ସାର୍ବଜନୀନ ଅନୁବାଦକ ଭାବେ କ୍ୱଚିତ୍ ଗ୍ରହଣ କରାଯାଇଥାଏ।
 
==ଦି ଫ୍ଲାୱର୍ସଫ୍ଲାୱାର୍ସ ଅଫ୍ ଏଭିଲ୍==
[[ଚାର୍ଲସ୍ ବଦେଲିଅର]]ଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】। ଏହି ପୁସ୍ତକକୁ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି ବୋଲି ବିବେଚନା କରାଯାଇଥାଏ। ଊନବିଂଶ ଶତାବ୍ଦୀରେ ପ୍ୟାରିସ୍ ରେ ବିବର୍ତନର ଯେଉଁ ଆଭାସ ସୃଷ୍ଟି ହୋଇଥିଲା ତାହା ଥିଲା ଯୁଗାନ୍ତକାରୀ। ମାନବୀୟ ଚରିତ୍ରରେ ପରିବର୍ତ୍ତନ ଆସୁଥିଲା। ମନୋଭାବ ବଦଳୁଥିଲା।ଭଲପାଇବାର ସଂଜ୍ଞାରେ ପରିବର୍ତ୍ତନ ଘଟୁଥିଲା। ସୌନ୍ଦର୍ଯ୍ୟକୁ ବୁଝିବାର ପରିଭାଷା ବଦଳିଯାଉଥିଲା। ମଣିଷ ଯେମିତି ଏକ ବିଷମ ଦୋଛକିରେ ଠିଆ ହୋଇଥିଲା। ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍"। ପୁଣି "ଚାର୍ଲସ୍" ଲେଖିବାର ଯେଉଁ ନିତ୍ୟନୂତନ ଶୈଳୀ ଆପଣାର କଲେ ତାହା ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଅଗାମୀ ପିଢ଼ି ପାଇଁ। ବିଶେଷ କରି ଗଦ୍ୟ ଓ ପଦ୍ୟର ଯେଉଁ ମିଶ୍ର ଶୈଳୀ ଆଜି ଅନେକତ୍ର ପରିଲକ୍ଷିତ ହୁଏ ତାହାର ଶ୍ରେୟ ଯାଏ "ଚାର୍ଲସ୍"ଙ୍କୁ। "ପଲ ଭରଲୈନ୍, ଆର୍ଥର ରିମ୍ବାଉ ଏବଂ ଷ୍ଟିଫେନ୍ ମାଲାରମେ" ପ୍ରମୁଖ ତାଙ୍କ ଶୈଳୀକୁ ଆପଣେଇ ନିଜକୁ ବେଶ୍ ଆଗକୁ ନେଇପାରିଥିଲେ।
 
==ଜୀବନୀ==