"ପରମ ବୀର ଚକ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ
Content deleted Content added
"ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ 'ପରମ ବୀର ଚକ୍ର' ଯୁ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୨:୦୦, ୨୬ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ 'ପରମ ବୀର ଚକ୍ର' ଯୁଦ୍ଧ ଭୂମିରେ ଶତ୍ରୁ ସମ୍ମୁଖରେ ସର୍ବୋତ୍ତମ ସାହସ ଓ ବୀରତ୍ୱ ପ୍ରଦର୍ଶନକାରୀଙ୍କୁ ମିଳିଥାଏ।

ଏହି ଚକ୍ରର ଡିଜାଇନକୁ ପ୍ରସ୍ତୁତ କରିଛନ୍ତି ଶ୍ରୀମତୀ ସାବିତ୍ରୀ ଖନୋଲ୍‌କର। ଏହାର ଡିଜାଇନ କରିବାରେ ସେ ପୁରାଣ ବର୍ଣ୍ଣିତ ଦଧିଚି ଋଷିଙ୍କ ଅସ୍ଥିରୁ ନିର୍ମିତ ଇନ୍ଦ୍ରଙ୍କ ଆୟୁଧ ବଜ୍ର ଓ ଶିବାଜୀଙ୍କ ପ୍ରସିଦ୍ଧ ଖଡ୍ଗ ଭବାନୀଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଏହି ପଦକ ବ୍ରୋଞ୍ଜ ଧାତୁରେ ନିର୍ମିତ, ଆକାର ଗୋଲ। ଏଥିରେ ବଜ୍ରର ୪ଟି ଚିତ୍ର ରହିଛି, ମଝିରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହଗୁଡ଼ିକୁ ଚିତ୍ରିତ କରା ଯାଇଛି ଓ ଦୁଇ ପାଖରେ ଯଥାକ୍ରମାେ ହିନ୍ଦୀ ଓ ଇଂରାଜୀ ଭାଷାରେ 'ପରମ ବୀର ଚକ୍ର' ବୋଲି ଲେଖା ଯାଇଛି।

ଆଜି ପର୍ଯ୍ୟନ୍ତ ଏହି ପଦକ ୨୧ ଜଣଙ୍କୁ ମିଳିଛି। ସେମାନଙ୍କ ଭିତରୁ ୧୪ ଜଣ ମରଣୋତ୍ତର ଏହି ସମ୍ମାନରେ ବିଭୂଷିତ ହୋଇଛନ୍ତି। କାଶ୍ମୀର ପ୍ରସଂଗ ନେଇ ଭାରତ ଓ ପାକିସ୍ତାନ ଭିତରେ ହୋଇଥିବା ୧୯୪୭ ମସିହାର ଯୁଦ୍ଧରେ ଶ୍ରୀନଗର ନିକଟସ୍ଥ ବଡ଼ଗମ୍‌ଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ସେନା ବାହିନୀର ମେଜର ସୋମନାଥ ଶର୍ମା ହେଉଛନ୍ତି ପ୍ରଥମ ପରମ ବୀର ଚକ୍ର ବିଜେତା।[୧]

  1. ଯୁଦ୍ଧ ଭୂମିରେ ଲଢ଼ିଥିବା ବୀରର ବିଭବ, କର୍ଣେଲ ଶରତ କୁମାର ମହାପାତ୍ର,' ନିତିଦିନ', ପୃଷ୍ଠା ୮, ଜାନୁଆରୀ ୨୬, ୨୦୧୬