"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୫୬ କ ଧାଡ଼ି:
 
====ଇରାକ====
୧୯୬୩ ରେ କେନେଡ଼ି ପ୍ରଶାସନ, ଅବଦୁଲ କରିମ କାସିମ ଙ୍କ ନେତୃତ୍ୱାଧୀନ ଇରାକ ସରକାର ବିରୋଧରେ ବିପ୍ଳବ କରି ତାକୁ ହଟାଇବାକୁ ସମର୍ଥନ ଦେଇଥିଲା । କାସିମ ପାଞ୍ଚ ବର୍ଷ ପୂର୍ବେ ଆମେରିକା ସମର୍ଥିତ ଇରାକୀ ରାଜବଂଶକୁ ଗାଦିଚ୍ୟୁତ କରିଥିଲେ । ଏ ବାବଦରେ ଫେବ୍ରୁଆରୀ ୮, ୧୯୬୩ ରେ କେନେଡ଼ି ଙ୍କୁ ଗୋଟିଏ ମେମୋ ମଧ୍ୟ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ପାଖେ ଏଥିଲାଗି ଉପଯୁକ୍ତ ଯୋଜନା ରହିଛି । ବାସ୍ତବରେ CIA ପୂର୍ବରୁ ମଧ୍ୟ କାସିମଙ୍କୁ ଗାଦିଚ୍ୟୁତ କରିବାର ଉଦ୍ୟମ କରି ବିଫଳସାର ହୋ‍ଇଥିଲା ।
 
ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫଙ୍କ ନେତୃତ୍ୱରେ ନୂଆ ସରକାର ଗଢା ହେଲା ଯାହାକି ମୁଖ୍ୟତଃ ବା’ଆଥ୍ ଦଳ ଓ ଅନ୍ୟାନ୍ୟ ଗୌଣ ଦଳ (ନାସେରିଷ୍ଟ ଓ ଜାତୀୟତାବାଦୀ) ମାନଙ୍କୁ ନେଇ ସଙ୍ଗଠିତ ହୋ‍ଇଥିଲା । ଏହି ସରକାର CIA ଦ୍ୱାରା ପ୍ରସ୍ତୁତ ଗୋଟେ ସନ୍ଦିଗ୍ଧ କମ୍ୟୁନିଷ୍ଟ ଓ ବାମପନ୍ଥୀ ମାନଙ୍କ ତାଲିକା ବ୍ୟବହାର କରି ବହୁସଂଖ୍ୟକ ଇରାକୀ ଉଚ୍ଚଶିକ୍ଷିତ ବୁଦ୍ଧିଜୀବି ମାନଙ୍କୁ ହତ୍ୟା କଲେ । ଏହା ପରେ କ୍ଷମତା ପାଇଁ ଆରିଫ ଓ ବା’ଆଥ୍ ଦଳର ପ୍ରଧାନମନ୍ତ୍ରୀ ଅହମଦ ହସନ ଅଲ୍ ବକର ମଧ୍ୟରେ କିଛି କାଳ ସଂଘର୍ଷ ହୋ‍ଇଥିଲା । ଏଥିରେ ଆରିଫ ବିଜୟୀ ହୋ‍ଇ ବା’ଆଥ୍ ଦଳକୁ କ୍ଷମତାରୁ ବିତାଡିତ କଲେ । ପୂର୍ବତନ CIA ଅଫିସର ଜେମ୍ସ କ୍ରିଚ୍‌ଫିଲ୍ଡଙ୍କ ଅନୁସାରେ ଯଦିଓ CIA ଏହି କ୍ଷମତା ପରିବର୍ତ୍ତନ ରେ କୌଣସି ସକ୍ରିୟ ଭୂମିକା ନେଇନଥିଲା ତଥାପି ଆନ୍ଦୋଳନର ପ୍ରାକ୍-ସୂଚନା ପାଇଥିଲା । କିନ୍ତୁ ଆରିଫ ଓ ଅହମଦଙ୍କ ମଧ୍ୟରେ ଯେଉଁ ଟଣା ଓଟରା ହେଲା ତାହା CIA ଆଶା କରି ନଥିଲା ।
 
[[ଶ୍ରେଣୀ:୧୯୧୭ ଜନ୍ମ]]