"ଅଶ୍ୱିନୀ କୁମାର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ଜୀବନୀ== ସେ କଟକରେ ଜନ୍ମଗ୍ରହଣ କରିଥିଲେ । ==ଓଡ଼ିଆ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧ କ ଧାଡ଼ି:
==ଜୀବନୀ==
ସେ [[କଟକ]]ରେ ଜନ୍ମଗ୍ରହଣ କରିଥିଲେ ।
==ଓଡ଼ିଆ ସଙ୍ଗୀତକୁ ଅବଦାନ==
ଅଶ୍ଵିନୀ କୁମାର ଘୋଷଙ୍କ ନାଟ୍ୟକର୍ମୀ ଓ ନାଟ୍ୟକାର ଭାବରେ ଅଧିକ ପରିଚିତି ରହିଛି । ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ମୁଖ୍ୟତ ୫ ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ ରଚନା କରିଛନ୍ତି । ସେ ଜଣେ ଔପନ୍ୟାସିକ ମଧ୍ୟ । ଉଭୟ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀ ପ୍ରବର୍ଭନ ପାଇଁ ଅଶ୍ଵିନୀ କୁମାର ଘୋଷ ଓଡ଼ିଆ ସାହିତ୍ୟରେ ଚିହ୍ନା ପଡନ୍ତି । ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ‘[[ଶ୍ରୀ ଜଗନ୍ନାଥ]]' (୧୯୫୦) ସହିତ କାହାଣୀକାର ଓ ଗୀତିକାର ଭାବରେ ଅଶ୍ଵିନୀ କୁମାର ଘୋଷ ସଂପୃକ୍ତ ଥିଲେ । ପରେ ‘[[ଶ୍ରୀ ଲୋକନାଥ]]’( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ମଧ୍ୟ ଥିଲେ । ଅଶ୍ଵିନୀ କୁମାର ଘୋଷଙ୍କ ଗୀତରେ ଓଡ଼ିଆ ‘ ଲୋକରୀତି’, ‘କାବ୍ୟରୀତି’ରେ ପରିବର୍ତ୍ତିତ ହେବାର ଆଭାସ ରହିଛି । ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ବନି ଓ ଯମଜ ଶବ୍ଦ ପ୍ରୟୋଗକୁ ସେ ଅଧିକ ଗୁରୁତ୍ଵ ଦିଅନ୍ତି । ‘ ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ’, ‘[[ଶ୍ରୀ ଜଗନ୍ନାଥ]]' ଚଳଚ୍ଚିତ୍ର ଗୀତର ଏହି ଉନ୍ଧୁତିରେ ସଞ୍ଚାରଣଶୀଳ ଧ୍ବନି ଓ ଶବ୍ଦ ଚାତୁର୍ଯ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଅବଶ୍ୟ ଅଶ୍ବିନୀ କୁମାର ଘୋଷ ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ ଗୀତ ରଚନା କରିନାହାନ୍ତି ।<ref>https://books.google.co.in/books?id=rF8ABAAAQBAJ&pg=RA1-PA1994-IA5&lpg=RA1-PA1994-IA5&dq=Rolls+28+%2B+oriya+film&source=bl&ots=UrhOsK27Vl&sig=t9iOrM4mazUbqmygJFMzalQAXzQ&hl=en&sa=X&ei=-iryVOjjDNeQuATbuYGYCg&ved=0CDAQ6AEwAw#v=onepage&q=Rolls%2028%20%2B%20oriya%20film&f=false</ref>
 
==ଆଧାର==