"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ମାଇକ୍ରୋସାଇଟିକ: ଅଧିକ ତ‌ଥ୍ୟ ଦିଆଗଲା
୧୭୮ କ ଧାଡ଼ି:
ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା [[ମେଞ୍ଜର ଇଣ୍ଡେକ୍ସ]] (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।
=== ମାକ୍ରୋସାଇଟିକ ===
*[[ମେଗାଲୋବ୍ଲାସ୍ଟିକ ଆନିମିଆ]], ସବୁଠାରୁ ସାଧାରଣ ମାକ୍ରୋସାଇଟିକ ଆନିମିଆ, [[ଭିଟାମିନ ବି୧୨|ଭିଟାମିନ ବି<sub>୧୨</sub>]] ବା ଫୋଲିକ ଏସିଡ ବା ଉଭୟଙ୍କର ଅଭାବ ଯୋଗୁ ହୁଏ । ଏହା ସାଧାରଣତଃ ଖାଦ୍ୟରେ ଅଭାବ ବା ଖାଦ୍ୟନଳୀରେ ଅବଶୋଷଣ ତୃଟି ଯୋଗୁ ହୁଏ । ବି୧୨ ଯୋଗୁ ସ୍ନାୟୁ ଲକ୍ଷଣ ପ୍ରକାଶ ପାଏ କିନ୍ତୁ ଫୋଲିକ ଏସିଡ ଯୋଗୁ ହୁଏନାହିଁ ।
** [[ପର୍ନିସିଅସ ଆନିମିଆ]] [[ଇଣ୍ଟ୍ରିନସିକ ଫ୍ୟାକ୍ଟର]]ର ଅଭାବ ଯୋଗୁ ହୁଏ ଯାହା ଖାଦ୍ୟରୁ ବି<sub>୧୨</sub> ଅବଶୋଷଣ କରିବାରେ ସାହାଯ୍ୟ କରେ । ଅଟୋଇମ୍ମ୍ୟୁନ ରୋଗରେ [[ପାରାଇଟାଲ ଜୀବକୋଷ]] ପ୍ରଭାବିତ ହୋଇ [[ଇଣ୍ଟ୍ରିନସିକ ଫ୍ୟାକ୍ଟର]] ପ୍ରସ୍ତୁତିରେ ବାଧା ବା ସିଧା ସଳଖ ଇଣ୍ଟ୍ରିନସିକ ଫ୍ୟାକ୍ଟର ପ୍ରଭାବିତ ହେଲେ ଇଣ୍ଟ୍ରିନସିକ ଫ୍ୟାକ୍ଟରର ଅଭାବ ହୁଏ । ଏହି ଅଭାବ ଫଳରେ ଭିଟାମିନ ବି<sub>୧୨</sub> ଅବଶୋଷଣ ହୋଇପାରେ ନାହିଁ ।
**[[ଗ୍ୟାସ୍ଟ୍ରିକ ବାଇପାସ]] ଅପରେଶନ କରାଗଲେ ପାକସ୍ଥଳୀର କାର୍ଯ୍ୟକାରୀ ଅଂଶ ବାହାରି ଯାଇପାରେ, ଫଳରେ ଭିଟାମିନ ବି<sub>୧୨</sub>/ଫୋଲେଟ ଅବଶୋଷଣ ହୋଇପାରେ ନାହିଁ । ତେଣୁ ଏହିଭଳି ଅପରେଶନ ପରେ ଅନିମିଆ ସମ୍ଭାବନା ରହେ ।
* [[ହାଇପୋଥାଇରଏଡିଜ୍‌ମ]]
* [[ଆଲକୋହୋଲିଜ୍ମ]] ରୋଗରେ ସାଧାରଣତଃ [[ମାଇକ୍ରୋସାଇଟୋସିସ]] ହୁଏ କିନ୍ତୁ ଅନିମିଆ ନ ହୋଇପାରେ । କେତେକ [[ଯକୃତ ରୋଗ]]ରେ ମାକ୍ରୋସାଇଟିସିସ ହୋଇପାରେ ।
* [[ମେଥୋଟ୍ରେକ୍ସେଟ]], [[ଜିଡୋଭୁଡିନ]] ତ‌ଥା [[ସୀସା]] ଭଳି ଆନେକ ପଦାର୍ଥ ଡିଏନଏ ରେପ୍ଲିକେସନ ବନ୍ଦ କରିଦେଇ ପାରେ ।
 
ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।
 
ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି [[ପେରିଫେରାଲ ନିଉରୋପାଥି]] ଓ ମେରୁଦଣ୍ଡର [[ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ]] ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । <ref>[http://www.emedicine.com/NEURO/topic439.htm eMedicine – Vitamin B-12 Associated Neurological Diseases : Article by Niranjan N Singh, MD, DM, DNB] July 18, 2006</ref> ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ [[ଗ୍ଲୋସାଇଟିସ]] ହୁଏ ।
[[ଉଇଲିଅମ ମର୍ଫି (ବୈଜ୍ଞାନିକ)|ଉଇଲିଅମ ମର୍ଫି]], କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ [[ଜର୍ଜ ରିଚାର୍ଡ଼ ମିନୋଟ|ଜର୍ଜ ମିନୋଟ]] ଓ [[ଜର୍ଜ ହୁଇପ୍ଲ]] ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ [[ଭିଟାମିନ ବି୧୨|ଭିଟାମିନ ବି<sub>୧୨</sub>]] ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ [[ନୋବେଲ ପୁରସ୍କାର]] ପାଇଥିଲେ । <ref>{{cite web|url=http://nobelprize.org/nobel_prizes/medicine/laureates/1934/press.html |title=Physiology or Medicine 1934 – Presentation Speech |publisher=Nobelprize.org |date=1934-12-10 |accessdate=2010-08-24| archiveurl= https://web.archive.org/web/20100828134134/http://nobelprize.org/nobel_prizes/medicine/laureates/1934/press.html| archivedate= 28 August 2010 <!--DASHBot-->| deadurl= no}}</ref>
=== ନର୍ମୋସାଇଟିକ ===
 
== ଆଧାର ==