"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪୯ କ ଧାଡ଼ି:
ଏହି ନବନିର୍ମିତ ସାମରିକ ଗଠବନ୍ଧନ ଯୋଗୁଁ କେନେଡ଼ି ଓ ଇସ୍ରାଏଲ ସରକାର ଙ୍କ ମଧ୍ୟରେ ଡିମୋନା ଠାରେ ଆଣବିକ ପଦାର୍ଥର ପ୍ରକ୍ରିୟାକରଣ ନେଇ ମତଭେଦ ସୃଷ୍ଟି ହୋ‍ଇଥିଲା । କେନେଡ଼ି ଆଶଙ୍କା କରିଥିଲେ ଏହା ମଧ୍ୟପ୍ରାଚ୍ୟ ରେ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ସୃଷ୍ଟି କରିବ । ପ୍ରଥମେ ତ ଇସ୍ରାଏଲ ସରକାର ସେଠି କୌଣସି ଆଣବିକ କେନ୍ଦ୍ର ନାହିଁ ବୋଲି ଦାବୀ କଲେ, ପରେ ୨୧ ଡିସେମ୍ବର ୧୯୬୦ ରେ ନେସେଟ (ଇସ୍ରାଏଲ ସଂସଦ) ରେ ଡାଭିଡ଼ ବେନ-ଗୁରିୟନ କହିଲେ ଯେ ବୀରଶାବା ରେ ଥିବା ଆଣବିକ କେନ୍ଦ୍ରର ଲକ୍ଷ୍ୟ ହେଉଛି "ଶୁଷ୍କ ଜଳବାୟୁ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ମରୁଭୂମି ଗଛଲତା ଓ ପ୍ରାଣୀ ଙ୍କ ଉପରେ ଗବେଷଣା" । ପରେ ଯେ ବେନ-ଗୁରିୟନ ଙ୍କ ନ୍ୟୁୟର୍କ ରେ କେନେଡ଼ିଙ୍କ ସହ ଦେଖା ହେଲା ସେ କହିଥିଲେ ଯେ ଡିମୋନା ଠାରେ ଥିବା ଆଣବିକ କେନ୍ଦ୍ର, "ବର୍ତ୍ତମାନ ପାଇଁ" ବିଲବଣିକରଣ ଓ ଅନ୍ୟ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନ ଲାଗି ନିର୍ମିତ ହେଉଛି ।
 
କେନେଡ଼ି ଇସ୍ରାଏଲ ର ଏପରି ଆଭିମୁଖ୍ୟ ନେଇ ସଂଶୟୀ ଥିଲେ, ମେ ୧୯୬୩ ରେ ଲିଖିତ ଏକ ଚିଠିରେ ସେ ବେନ-ଗୁରିୟନ ଙ୍କୁ ଚେତାଇଥିଲେ ଯେ ଯଦି ଇସ୍ରାଏଲ ର ଆଣବିକ କାର୍ଯ୍ୟକ୍ରମ ସଠିକ ଓ ବିଶ୍ୱାସଯୋଗ୍ୟ ତଥ୍ୟ ନ ମିଳେ ତାହେଲେ ଆମେରିକୀୟ-ଇସ୍ରାଏଲୀ ଗଠବନ୍ଧନ ର ଭବିଷ୍ୟ ନାହିଁ । ଏଣେ ବେନ-ଗୁରିୟନ ବାରମ୍ବାର କେନେଡ଼ି ଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଡିମୋନା ର ଆଣବିକ ପ୍ରକଳ୍ପ ର ଲକ୍ଷ୍ୟ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ । ନିଜର ଆଣବିକ କେନ୍ଦ୍ର ଗୁଡ଼ିକର ଆନ୍ତର୍ଜାତିକ ପରମାଣୁ ଶକ୍ତି ଅଭିକରଣ (IAEA) ଜାଞ୍ଚ କରାଇବା ଲାଗି ଆମେରିକୀୟ ଚାପ କୁ ଇସ୍ରାଏଲ ସରକାର ବହୁ ଦିନ ଧରି ବିରୋଧ କରି ଆସୁଥିଲେ ହେଁ ଶେଷ ରେ ୧୯୬୨ ରେ ଉଭୟ ସରକାର ଙ୍କ ମଧ୍ୟରେ ସ୍ଥିର ହେଲା ଯେ ଇସ୍ରାଏଲ ର ଆଣବିକ କେନ୍ଦ୍ର ଗୁଡ଼ିକର ବାର୍ଷିକ ଜାଞ୍ଚ ହେବ । ତେଲ ଆଭିଭ ସ୍ଥିତ ଦୂତାବାସ ର ଜଣେ ବୈଜ୍ଞାନିକ ସହକାରୀ ପରେ ଅନୁମାନ କରିଥିଲେ ଯେ ଡିମୋନା ପ୍ରକଳ୍ପ ର କିଛି ଭାଗ ଆମେରିକୀୟ ବୈଜ୍ଞାନିକ ମାନଙ୍କୁ ଧୋକା ଦବା ଲାଗି ଅସ୍ଥାୟୀ ଭାବେ ବନ୍ଦ କରି ଦିଆ ଯାଇଥିଲା ।
 
ସେମୋର ହର୍ଷ ଙ୍କ ମତରେ ଇସ୍ରାଏଲୀ ମାନେ ଆମେରିକୀୟ ମାନଙ୍କୁ ଦେଖାଇବା ଲାଗି ନକଲି କଣ୍ଟ୍ରୋଲ ରୁମ ମାନ ତିଆରି କରିଥିଲେ । ଆବେ ଫାଇନବର୍ଗ କହିଥିଲେ ଯେ "ମୋ କାମ ଥିଲା ଯେ ମୁଁ ସେମାନଙ୍କୁ ଆଗୁଆ ଜଣାଇଦେବି କି କେନେଡ଼ି (ନିରୀକ୍ଷଣ ଲାଗି) ଚାପ ପକାଉଛନ୍ତି ।" ହର୍ଷ ପରେ ମତବ୍ୟକ୍ତ କରିଥିଲେ "ଏଇ ଜାଞ୍ଚ ପ୍ରଣାଳୀ ପୁରା ଆଗରୁ ଯୋଜନାବଦ୍ଧ ଥିଲା । କେନେଡ଼ି ଓ ତାଙ୍କ ମୁଖ୍ୟ ପରାମର୍ଶଦାତା ଙ୍କୁ ପରୋକ୍ଷ ଭାବେ ଜଣାଇ ଦିଆ ଯାଇଥିଲା ଯେ ଏଇଟା କେବଳ ଘଣ୍ଟଘୋଡ଼ା ଛଡ଼ା ଆଉ କିଛି ନୁହଁ: ଆମେରିକୀୟ ଜାଞ୍ଚ ଦଳ ନିରୀକ୍ଷଣ ର ଯଥେଷ୍ଟ ଆଗରୁ ଏହା ଇସ୍ରାଏଲ ସରକାରକୁ ଜଣାଇବାକୁ ହେବ ବୋଲି ସର୍ତ୍ତ ଥିଲା । ମାର୍କ ଟ୍ରାଖ୍ଟେନବର୍ଗ ପରେ ଯୁକ୍ତି ବାଢ଼ିଥିଲେ: "ଇସ୍ରାଏଲୀ ମାନେ କଣ କରୁଛନ୍ତି ତାହା ଜାଣିବା ସୁଦ୍ଧା କେନେଡ଼ି ଏହି ଜାଞ୍ଚ ବ୍ୟବସ୍ଥା କୁ ଆମେରିକାର ପରମାଣୁ ଅପ୍ରସାର ନୀତି ପ୍ରତି ଇସ୍ରାଏଲ ର ସମର୍ଥନ ବୋଲି ଗ୍ରହଣ କରିଥିଲେ ।" ଏହି ଜାଞ୍ଚ ଦଳର ମୁଖିଆ ପରେ କହିଥିଲେ ଯେ ଏହି ପୁରା ଜାଞ୍ଚର ମୁଖ୍ୟ ଲକ୍ଷ୍ୟ ଥିଲା ଆଳୁ ଖୋଳୁ ଖୋଳୁ ମହାଦେବ ନ ବାହାରିବା ଅର୍ଥାତ ଡିମୋନା ରୁ ଏପରି କିଛି ପ୍ରମାଣ ନ ମିଳୁ ଯାହା ଯୋଗୁଁ ଆମେରିକା କୁ ଇସ୍ରାଏଲ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ୁ ।
 
ଗୃହ ବିଭାଗର ନିକଟ ପୂର୍ବ ଘଟଣା ଅଧିବିଭାଗର ଡାଇରେକ୍ଟର ରଜର ଡାଭିସ ମାର୍ଚ୍ଚ ୧୯୬୫ ରେ ନିଷ୍କର୍ଶ କରିଥିଲେ ଯେ ଇସ୍ରାଏଲ ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ତାଙ୍କ ସୂଚନା ଅନୁସାରେ ୧୯୬୮-୬୯ ସୁଦ୍ଧା ଇସ୍ରାଏଲ ଆଣବିକ ଅସ୍ତ୍ର କ୍ଷମତା ହାସଲ କରିବ । ୧ ମେ ୧୯୬୮ ରେ ଗୃହ ବିଭାଗ ଅଧିସଚିବ ନିକୋଲାସ କାଜେନବାଖ ରାଷ୍ଟ୍ରପତି ଜନସନଙ୍କୁ ଜଣାଇଥିଲେ ଯେ ଡିମୋନା ବର୍ଷକୁ ଦୁଇଟି ପରମାଣୁ ବୋମା ତିଆରି କରିବା ଲାଗି ଯଥେଷ୍ଟ ପ୍ଲୁଟୋନିୟମ ଉତ୍ପାଦନ କରୁଛି । ଗୃହ ବିଭାଗର ଯୁକ୍ତି ଥିଲା ଯେ ଯଦି ଇସ୍ରାଏଲ କୁ ଆଣବିକ ଅସ୍ତ୍ର ଦରକାର ତେବେ ତାକୁ ନିଜ ଆଣବିକ କାର୍ଯ୍ୟକ୍ରମ ର ଆନ୍ତର୍ଜାତିକ ଜାଞ୍ଚ ଲାଗି ରାଜି ହେବା ଆବଶ୍ୟକ । କିନ୍ତୁ ଡିମୋନା କେବେ ବି IAEA ଜାଞ୍ଚ ଅଧୀନକୁ ଆସି ନଥିଲା । ୧୯୬୮ ଯାଏଁ ଆମେରିକୀୟ ଅସ୍ତ୍ରଶସ୍ତ୍ର ବଦଳରେ ପରମାଣୁ ଅପ୍ରସାର ସନ୍ଧି (NPT) ରେ ଇସ୍ରାଏଲ ର ସ୍ୱାକ୍ଷର ଲାଗି ଉଦ୍ୟମ ଜାରି ରହିଥିଲା ।
 
====ଇରାକ====
 
[[ଶ୍ରେଣୀ:୧୯୧୭ ଜନ୍ମ]]