"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪୦ କ ଧାଡ଼ି:
 
====ଇସ୍ରାଏଲ====
 
୧୯୬୦ ରେ କେନେଡ଼ି କହିଥିଲେ "ଇସ୍ରାଏଲ ତିଷ୍ଠି ରହିବ ଓ ସମୃଦ୍ଧ ମଧ୍ୟ ହେବ । ଏହା ଆଶାର ମାନସ ସନ୍ତାନ ଓ ବୀର ମାନଙ୍କ ଭୂମି । ବାଧାବିଘ୍ନ କେବେ ବି ଏହାକୁ ଭାଙ୍ଗିପାରିବ ନାହିଁ କିମ୍ବା ଅସଫଳତା ଏହାକୁ ନିରୁତ୍ସାହିତ କରିପାରିବ ନାହିଁ । ଇସ୍ରାଏଲ ସହ ଗଣତନ୍ତ୍ର ର ଢାଲ ଓ ସ୍ୱାଧୀନତା ର ତରବାରୀ ଅଛି ।"
 
ପରେ ରାଷ୍ଟ୍ରପତି ପଦବୀ ରେ ସ୍ଥାନିତ ହେବା ପରେ କେନେଡ଼ି ପ୍ରଥମ କରି ଇସ୍ରାଏଲ ସହ ସୁରକ୍ଷା କ୍ଷେତ୍ର ରେ ସହଯୋଗିତା ଆରମ୍ଭ କଲେ । ଆମେରିକୀୟ-ଇସ୍ରାଏଲୀ ସାମରିକ ଗଠବନ୍ଧନ ରେ ପ୍ରତିଷ୍ଠାତା କେନେଡ଼ି (ଯାହାକି ପରବର୍ତ୍ତୀ ରାଷ୍ଟ୍ରପତି ମାନଙ୍କ ଅଧୀନରେ କ୍ରମାଗତ ଚାଲୁ ରହିଥିଲା) । ଆଇଜେନହାୱାର ଓ ଟ୍ରୁମ୍ୟାନ ସରକାର ଇସ୍ରାଏଲ ଉପରେ ଲଗାଇଥିବା ଅସ୍ତ୍ରଶସ୍ତ୍ର ରପ୍ତାନୀ ପ୍ରତିବନ୍ଧ ମଧ୍ୟ ସେ ଉଠାଇ ଦେଲେ । ଇସ୍ରାଏଲ ର ସୁରକ୍ଷା କୁ ଏକ ନୈତିକ ଓ ଜାତୀୟ ଦାୟିତ୍ୱ ଆଖ୍ୟା ଦେବା ସହ ସେ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏକ 'ସ୍ୱତନ୍ତ୍ର ସମ୍ପର୍କ' (ଗୋଲ୍ଡା ମେଇର ଙ୍କୁ ସେ କହିଥିବା ମତେ) ର ସୂତ୍ରପାତ କରିଥିଲେ ।
 
୧୯୬୨ ରେ ପ୍ରଥମ କରି କେନେଡ଼ି ଅଣଆଧିକାରିକ ଭାବେ ଇସ୍ରାଏଲ କୁ ସୁରକ୍ଷା ପ୍ରତିଶ୍ରୁତି ସେଇଥିଲେ ଓ ୧୯୬୩ ରେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଇସ୍ରାଏଲ କୁ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର (MIM-23 Hawk) ବିକ୍ରୟ କରିବାର ଅନୁମତି ଦେଇଥିଲେ । ତା ଛଡ଼ା ଆନ୍ତର୍ଜାତିକ ସ୍ତରରେ ସେ ଇସ୍ରାଏଲ କୁ କୂଟନୈତିକ ସମର୍ଥନ ଦେଇଥିଲେ ଯେଉଁଠି ଇସ୍ରାଏଲ ର ପଡ଼ୋଶୀ ଆରବ ରାଷ୍ଟ୍ର ସମୂହ ତାର ବିରୋଧ କରୁଥିଲେ, ଯଥା: ଜର୍ଡ଼ାନ ନଦୀରେ ଏହାର ଜଳ ପ୍ରକଳ୍ପ ।
 
ଏହି ନବନିର୍ମିତ ସାମରିକ ଗଠବନ୍ଧନ ଯୋଗୁଁ କେନେଡ଼ି ଓ ଇସ୍ରାଏଲ ସରକାର ଙ୍କ ମଧ୍ୟରେ ଡିମୋନା ଠାରେ ଆଣବିକ ପଦାର୍ଥର ପ୍ରକ୍ରିୟାକରଣ ନେଇ ମତଭେଦ ସୃଷ୍ଟି ହୋ‍ଇଥିଲା । କେନେଡ଼ି ଆଶଙ୍କା କରିଥିଲେ ଏହା ମଧ୍ୟପ୍ରାଚ୍ୟ ରେ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ସୃଷ୍ଟି କରିବ । ପ୍ରଥମେ ତ ଇସ୍ରାଏଲ ସରକାର ସେଠି କୌଣସି ଆଣବିକ କେନ୍ଦ୍ର ନାହିଁ ବୋଲି ଦାବୀ କଲେ, ପରେ ୨୧ ଡିସେମ୍ବର ୧୯୬୦ ରେ ନେସେଟ (ଇସ୍ରାଏଲ ସଂସଦ) ରେ ଡାଭିଡ଼ ବେନ-ଗୁରିୟନ କହିଲେ ଯେ ବୀରଶାବା ରେ ଥିବା ଆଣବିକ କେନ୍ଦ୍ରର ଲକ୍ଷ୍ୟ ହେଉଛି "ଶୁଷ୍କ ଜଳବାୟୁ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ମରୁଭୂମି ଗଛଲତା ଓ ପ୍ରାଣୀ ଙ୍କ ଉପରେ ଗବେଷଣା" । ପରେ ଯେ ବେନ-ଗୁରିୟନ ଙ୍କ ନ୍ୟୁୟର୍କ ରେ କେନେଡ଼ିଙ୍କ ସହ ଦେଖା ହେଲା ସେ କହିଥିଲେ ଯେ ଡିମୋନା ଠାରେ ଥିବା ଆଣବିକ କେନ୍ଦ୍ର, "ବର୍ତ୍ତମାନ ପାଇଁ" ବିଲବଣିକରଣ ଓ ଅନ୍ୟ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନ ଲାଗି ନିର୍ମିତ ହେଉଛି ।