"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୯୧ କ ଧାଡ଼ି:
 
====ଦକ୍ଷିଣପୂର୍ବ ଏସିଆ====
 
 
ଗାଦି ଛାଡ଼ିବା ପୂର୍ବରୁ ଆଇଜେନହାୱାର, କେନେଡ଼ିଙ୍କୁ ଦକ୍ଷିଣପୂର୍ବ ଏସିଆରେ କ୍ରମାଗତ ବୃଦ୍ଧି ପାଉଥିବା ସାମ୍ୟବାଦର ପ୍ରଭାବ କୁ ନିୟନ୍ତ୍ରଣ କରିବା ଲାଗି ଉପଦେଶ ଦେଇଥିଲେ । ତାଙ୍କ ମତ ରେ ସାମ୍ୟବାଦୀ ଲାଓସ ସଙ୍କଟାନୁସାରେ ପ୍ରଧାନ ଅସୁବିଧା ଥିଲା । ମାର୍ଚ୍ଚ ୧୯୬୧ ରେ କେନେଡ଼ି କିନ୍ତୁ ନୀତି ପରିବର୍ତ୍ତନ କରି "ସ୍ୱାଧୀନ" ଲାଓସ ବଦଳରେ "ନିରପେକ୍ଷ" ଲାଓସ କୁ ସମର୍ଥନ କରି ମତ ପ୍ରକାଶ କଲେ ଯେ ଲାଓସ ବଦଳରେ ଭିଏତନାମ ଉପରେ ଆମେରିକା ପ୍ରାଧାନ୍ୟ ଦେଲେ ସାମ୍ୟବାଦର ପ୍ରଭାବକୁ ନିୟନ୍ତ୍ରଣ କରିହେବ ।
 
ମେ ୧୯୬୧ ରେ ସେ ଉପ-ରାଷ୍ଟ୍ରପତି ଲିଣ୍ଡନ ଜନସନଙ୍କୁ ଦକ୍ଷିଣ ଭିଏତନାମର ରାଷ୍ଟ୍ରପତି ଙ୍ଗୋ ଡିନ ଡିଏମ ଙ୍କ ସହ ସାକ୍ଷାତ ଲାଗି ପଠାଇଲେ । କମ୍ୟୁନିଷ୍ଟ ମାନଙ୍କୁ ପରାସ୍ତ କରିବା ଲାଗି ସେନାବାହିନୀ ଯୋଗାଡ଼ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇବାକୁ ଲିଣ୍ଡନ ପ୍ରତିଶ୍ରୁତି ମଧ୍ୟ ଦେଲେ । ଏ ନେଇ କେନେଡ଼ି ଦକ୍ଷିଣପୂର୍ବ ଏସିଆ ନୀତି ବଦଳାଇ ଦକ୍ଷିଣ ଭିଏତନାମ ର ସମର୍ଥନ କୁ ସହଭାଗିତାରେ ପରିଣତ କଲେ, ଆଶା ଥିଲା ଦକ୍ଷିଣ ଭିଏତନାମ ରେ ସାମ୍ୟବାଦର ପରାଜୟ ।
 
ପ୍ରଥମେ ପ୍ରଥମେ ଆଇଜେନହାୱାରଙ୍କ ନୀତି ଅନୁସାରେ ହୋ ଚି ମିନ ଙ୍କ କମ୍ୟୁନିଷ୍ଟ ସେନା ର ମୁକାବିଲା ଲାଗି କେନେଡ଼ି ଅଳ୍ପ କିଛି ସୈନ୍ୟ ଓ ଗୋଳାବାରୁଦ ସମର୍ଥନ ଦେଇଥିଲେ । ଦକ୍ଷିଣ ଭିଏତନାମ ସରକାର କୁ ମୁଖ୍ୟ ସମର୍ଥନ ପୂର୍ବ ପରି କୂଟନୈତିକ, ଅର୍ଥନୈତିକ ଓ ପରୋକ୍ଷ ସାମରିକ ଭାବେ ଦିଆଯାଉଥିଲା । ୧୯୬୧ ର ପର ଭାଗରେ ଭିଏଟ୍ କଙ୍ଗ ଅଧିକ ଶକ୍ତିଶାଳୀ ହୋ‍ଇ ଉଠିଲା ଓ ଶକ୍ତି ପ୍ରଦର୍ଶନ ରୂପେ ଆଞ୍ଚଳିକ ରାଜଧାନୀ ଫୁଓକ ଭିନ୍ କୁ ଅକ୍ତିଆର କରିନେଲା । ଉତ୍ତର ରୂପେ କେନେଡ଼ି ସରକାର ଅଧିକ ସଂଖ୍ୟକ ହେଲିକପ୍ଟର, ସାମରିକ ପରାମର୍ଶଦାତା, ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଆଦି ପ୍ରେରଣ କଲେ କିନ୍ତୁ ଖୋଲା ଖୋଲି ଯୁଦ୍ଧ ଘୋଷଣାରୁ ପଶ୍ଚାତ୍‌ପଦ ହେଲେ ।
 
ସେଇ ବର୍ଷ କେନେଡ଼ି ଗୃହ ବିଭାଗ ର ଗୋ‍ଇନ୍ଦା ମୁଖ୍ୟ ରଜର ହିଲ୍ସମ୍ୟାନ ଙ୍କୁ ଭିଏତନାମ ଅବସ୍ଥା ନିରୀକ୍ଷଣ ପାଇଁ ପଠାଇଲେ । ସେଠି ହିଲ୍ସମ୍ୟାନ ଙ୍କ ଦକ୍ଷିଣ ଭିଏତନାମ କୁ ବ୍ରିଟିଶ ପରାମର୍ଶଦାତା ମିଶନ ମୁଖ୍ୟ ସାର ରବର୍ଟ ଥମ୍ପସନ ଙ୍କ ସହ ଦେଖା ହେଲା ଓ ଷ୍ଟ୍ରାଟେଜିକ ହାମଲେଟ ପ୍ରୋଗ୍ରାମ ଜନ୍ମ ନେଲା । ଉଭୟ କେନେଡ଼ି ଓ ଙ୍ଗୋ ଡିନ ଡିଏମ ଏହାକୁ ସ୍ୱୀକୃତି ଦେବାରୁ ୧୯୬୨ ରେ ଏହା କାର୍ଯ୍ୟକାରୀ ହେଲା । ଏହା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଜନବସତି କୁ ବିସ୍ଥାପିତ କରାଯାଇ ନୂଆ ବସତି ରେ ଏଠାକାର ଚାଷୀ ମୂଲିଆ ମାନଙ୍କୁ କମ୍ୟୁନିଷ୍ଟ ପ୍ରଭାବରୁ ଦୂରେଇ ରଖିବାକୁ ଉଦ୍ୟମ କରା ଯାଇଥିଲା । ଆଶା କରାଯାଇଥିଲା ଯେ ଏହା ଦ୍ୱାରା ଲୋକଙ୍କୁ ଅଧିକ ସୁରକ୍ଷା ମିଳିବା ସହ କେନ୍ଦ୍ର ସରକାର ସହ ସମ୍ପର୍କ ଦୃଢ଼ ହେବ । ନଭେମ୍ବର ୧୯୬୩ ସୁଦ୍ଧା ଏହି ଯୋଜନା ଧୀମେଇ ଯାଇଥିଲା ଓ ଆଧିକାରିକ ଭାବେ ୧୯୬୪ ରେ ଅନ୍ତ କରିଦିଆଗଲା ।