"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮୧ କ ଧାଡ଼ି:
 
====ଲାଟିନ ଆମେରିକା ଓ ସାମ୍ୟବାଦର ପ୍ରସାର====
 
"ଯେଉଁମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପଥରୋଧ କରନ୍ତି ସେମାନେ ହିଂସାପୂର୍ଣ୍ଣ ଆନ୍ଦୋଳନର ବାଟ କଢ଼େଇ ନିଅନ୍ତି" ଯୁକ୍ତି ବାଢ଼ି କେନେଡ଼ି ଲାଟିନ ଆମେରିକାରେ କ୍ରମାଗତ ସାମ୍ୟବାଦର ପ୍ରସାରକୁ ସଙ୍କୁଚିତ କରିବା ଲାଗି ଆଲାଏନ୍ସ ଫର ପ୍ରୋଗ୍ରେସ ନାମକ ସଙ୍ଗଠନ ଗଢ଼ିଥିଲେ, ଯାହା ମାଧ୍ୟମରେ କିଛି ରାଷ୍ଟ୍ର କୁ ଅର୍ଥନୈତିକ ସାହାଯ୍ୟ ଦିଆଗଲା । ଏହା ମଧ୍ୟ ଅଞ୍ଚଳରେ ଅଧିକ ମାନବାଧିକାର ଦାବୀ କରିଥିଲା । ସେ ପୁଏର୍ତ୍ତୋ ରିକୋର ରାଜ୍ୟପାଳ ଲୁଇସ ମିନ୍ୟୋଜ ମାରିନ ଙ୍କ ସହଯୋଗରେ ସଙ୍ଗଠନର ବିକାଶ କରିଥିଲେ ।
 
ସେ ରାଷ୍ଟ୍ରପତି ପଦବୀ ନେବା ବେଳେ, ଆଇଜେନହାୱାର ସରକାର, CIA ଦ୍ୱାରା କ୍ୟୁବା ଶାସକ ଫିଡ଼େଲ କାଷ୍ଟ୍ରୋ ଓ ଡୋମିନିକାନ ଗଣରାଜ୍ୟ ର ରାଫାଏଲ ଟ୍ରୁଜିଲୋ ଙ୍କ ହତ୍ୟାର ଯୋଜନା କରୁଥିଲେ । କେନେଡ଼ି CIAକୁ ଜଣାଇ ଦେଲେ ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆମେରିକାର ନାମ ଏଥିରେ ଯେପରି ସଂଶ୍ଳିଷ୍ଟ ନ ହୁଏ ତାହା ନିଶ୍ଚିତ କରାଯିବ । ସାର୍ବଜନିକ ରୂପେ ସେ ଏପରି ହତ୍ୟା ବିରୋଧ ବିବୃତି ଦେଇଥିଲେ ଯଦିଓ । ଜୁନ ୧୯୬୧ ରେ ଡୋମିନିକାନ ଗଣରାଜ୍ୟର ଶାସକଙ୍କୁ ହତ୍ୟା କରାଗଲା, ଏ ସମ୍ବନ୍ଧରେ ଘରୋ‍ଇ ଅଧିସଚିବ ଚେଷ୍ଟର ବାୱେଲ ଖୁବ ମାପି ଚୁପି ବିବୃତି ଦେ‍ଇଥିଲେ । କିନ୍ତୁ ଘଟଣା ଟିରେ ଆମେରିକାର ଫାଇଦାର ସୁଯୋଗ ଉଣ୍ଡୁଥିବା ରବର୍ଟ କେନେଡ଼ି, ବାୱେଲଙ୍କୁ "କାପୁରୁଷ ଓ ଅବୈଧ ସନ୍ତାନ" ବୋଲି ମୁହାଁମୁହିଁ ଗାଳି ଦେଇଥିଲେ ।
 
====ପିସ୍ କର୍ପ====
 
ରାଷ୍ଟ୍ରପତି ରୂପେ କେନେଡ଼ିଙ୍କ ସବା ଆଗ କାମରୁ ଗୋଟିଏ ଥିଲା କଂଗ୍ରେସ (ସଂସଦ) ସମର୍ଥନରେ ପିସ୍ କର୍ପ ପ୍ରତିଷ୍ଠା । ତାଙ୍କ ଶଳା ସାର୍ଜେଣ୍ଟ ଶ୍ରିଭର ଏହାର ପ୍ରଥମ ଡାଇରେକ୍ଟର ଥିଲେ । ଏହା ମାଧ୍ୟମରେ ଆମେରିକୀୟ ସ୍ୱେଚ୍ଛାସେବୀ ଅବିକଶିତ ଦେଶମାନଙ୍କରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସେବା, ନିର୍ମାଣ ଆଦି ସହାୟତା ପ୍ରଦାନ କଲେ । ମାର୍ଚ୍ଚ ୧୯୬୩ ସୁଦ୍ଧା ସଙ୍ଗଠନ ୫୦୦୦ ସଭ୍ୟକୁ ବୃଦ୍ଧି ପାଇଲା ଓ ତା ପର ବର୍ଷ ଦ୍ୱିଗୁଣିତ ହେଲା । ୧୯୬୧ ପରଠାରୁ ଦୁଇ ଲକ୍ଷ ରୁ ଊର୍ଦ୍ଧ୍ୱ ଆମେରିକୀୟ ଏହା ମାଧ୍ୟମରେ ୧୩୯ ଟୁ ଦେଶରେ ସେବା ଯୋଗାଇ ଦେଇଛନ୍ତି ।
 
====ଦକ୍ଷିଣପୂର୍ବ ଏସିଆ====
 
 
[[ଶ୍ରେଣୀ:୧୯୧୭ ଜନ୍ମ]]