"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୬୭ କ ଧାଡ଼ି:
 
====କ୍ୟୁବା ଓ ବେ ଅଫ ପିଗ୍ସ ଆକ୍ରମଣ====
 
୧୪ ଅକ୍ଟୋବର ୧୯୬୨ ରେ ଆମେରିକା ଗୋ‍ଇନ୍ଦା ବିଭାଗ CIA ର U-2 ଗୋ‍ଇନ୍ଦା ବିମାନ ନେଇଥିବା ଫଟୋଚିତ୍ରରୁ ଜଣାପଡ଼ିଲା ଯେ ସୋଭିଏତ ମାନେ କ୍ୟୁବାରେ ମଧ୍ୟମ ପରିସୀମାର କ୍ଷେପଣାସ୍ତ୍ର ସ୍ଥାପନ କରୁଛନ୍ତି । ୧୬ ଅକ୍ଟୋବରରେ କେନେଡ଼ି ଏଇ ଫଟୋ ଗୁଡ଼ିକ ଦେଖିଲା ପରେ ନିଷ୍ପତ୍ତି ନିଆଗଲା ଯେ ଏହା ଆକ୍ରମଣାତ୍ମକ ଓ ତାତ୍କାଳିକ ଆସନ୍ନ ଆଣବିକ ଯୁଦ୍ଧର ଆଶଙ୍କା ରହିଛି ।
 
କେନେଡ଼ିଙ୍କ ପାଇଁ ପରିସ୍ଥିତି ଦ୍ୱନ୍ଦାତ୍ମକ ଥିଲା: ଯଦି ଆମେରିକା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକ ଉପରେ ଆକ୍ରମଣ କରେ ତାହେଲେ ତାହା ଖୋଲାଖୋଲି ରୂପେ ସୋଭିଏତ ଋଷିଆ ସହ ଆଣବିକ ଯୁଦ୍ଧର ରୂପ ନେବ, ଏଣେ ଯଦି ଆମେରିକା କିଛି ନ କରେ ତାହେଲେ ଅତି ନିକଟରୁ ଆଣବିକ ଅସ୍ତ୍ରର ଭୟ ମୁଣ୍ଡ ଉପରେ ଛାଇ ରହିବ ଆଉ ବାକି ଦେଶ ଭାବିବେ ଯେ ଆମେରିକା ଦୁର୍ବଳ ଓ ନିଜର ଓ ଉତ୍ତର ଆମେରିକାର ପ୍ରତିରକ୍ଷା ପ୍ରତି ତା’ର ଦାୟିତ୍ୱ ନାହିଁ । ବ୍ୟକ୍ତିଗତ ଭାବେ କେନେଡ଼ି, କୃଶ୍ଚେଭଙ୍କୁ ନିଜ ମନୋବଳ ପ୍ରଦର୍ଶନ କରିବାର ଆବଶ୍ୟକତା ଥିଲା, ଖାସ୍ କରି ଭିଏନା ଶିଖର ସମ୍ମେଳନ ପରେ ।
 
ଜାତୀୟ ସୁରକ୍ଷା କାଉନ୍ସିଲ ର ପ୍ରାୟ ଏକ-ତୃତୀୟାଂଶ ଛଦ୍ମ ଭାବେ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକୁ ଆକ୍ରମଣ କରିବାର ସମର୍ଥନ କଲେ, କିନ୍ତୁ ଅନ୍ୟ କିଛି ଆଶଙ୍କା ପ୍ରକାଶ କଲେ ଯେ ଏହା ଠିକ୍ ପଲ୍ ହାର୍ବରର ଓଲଟା ଅବସ୍ଥା (ଯେଉଁଠି ଜାପାନ ଛଦ୍ମ ଭାବେ ଅଚାନକ ଆମେରିକା ଉପରେ ଆକ୍ରମଣ କରିଥିଲା) ଭଳି ହେବ । ଆଉ କିଛି ମତ ଦେଲେ ଏଇଟା ଆଇଜେନହାୱାର ତୁର୍କୀରେ ସ୍ଥାପନ କରିଥିବା ଆମେରିକୀୟ କ୍ଷେପଣାସ୍ତ୍ର ଲାଗି ଋଷିଆର "ଯେସାକୁ ତେସା" ଜବାବ୍ ଆଉ ଋଷିଆ, ଆମେରିକାର ଅତିପ୍ରତିକ୍ରିୟାଶୀଳତାର ଫାଇଦା ଉଠାଇବାକୁ ଚାହେଁ । ତା ଛଡ଼ା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଉପରେ ଆକ୍ରମଣ ଶତ ପ୍ରତିଶତ ସଫଳ ହେବ ତା ମଧ୍ୟ ନଥିଲା । ଶେଷରେ ବହୁମତ ନିଷ୍ପତ୍ତି ହେଲା ଯେ ନୌବାହିନୀ ଦ୍ୱାରା କ୍ୟୁବାର ସଙ୍ଗରୋଧ କରାଯାଉ । ଏ ନେଇ ୨୨ ଅକ୍ଟୋବରରେ କେନେଡ଼ି, କୃଶ୍ଚେଭଙ୍କୁ ବାର୍ତ୍ତା ପଠାଇବା ସହ ନିଜ ନିଷ୍ପତ୍ତି ଟିଭିରେ ଘୋଷଣା କଲେ ।
 
ଆମେରିକୀୟ ନୌବାହିନୀ ୨୪ ଅକ୍ଟୋବରରୁ କ୍ୟୁବାକୁ ଯା ଆସ କରୁଥିବା ସମସ୍ତ ସୋଭିଏତ ଜାହାଜକୁ ରୋକି ଜାଞ୍ଚ କରିବ ବୋଲି ସ୍ଥିର ହେଲା । ଆମେରିକୀୟ ଦେଶମାନଙ୍କ ସଙ୍ଗଠନ ଏଇ କ୍ଷେପଣାସ୍ତ୍ର ହଟାଯାଉ ବୋଲି ଏକମତ ସମର୍ଥନ ଦେଲେ । କେନେଡ଼ିଙ୍କ ଏନେଇ କୃଶ୍ଚେଭଙ୍କ ସହ ଦୁଇଟି ଚିଠି ଆଦାନ ପ୍ରଦାନ ହୋ‍ଇଥିଲା, କିନ୍ତୁ ଫଳ କିଛି ହେଲା ନାହିଁ । ମିଳିତ ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ୟୁ ଥାଣ୍ଟ ଅନୁରୋଧ କଲେ ଯେ ଉଭୟ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରି ସାମୟିକ ଶାନ୍ତି ବଜାୟ ରଖନ୍ତୁ ଯାହା ଭିତରେ ଅଧିକ ଆଲୋଚନା ହୋ‍ଇପାରିବ । ଏଥିରେ କୃଶ୍ଚେଭ ହଁ କହିଲେ କିନ୍ତୁ କେନେଡ଼ି ନାସ୍ତି କଲେ ।
 
ମୋଟରେ କେବଳ ଗୋଟିଏ ସୋଭିଏତ ଜାହାଜକୁ ଅଟକାଇ ତା’ର ନିରୀକ୍ଷଣ କରାଯାଇଥିଲା । ୨୮ ଅକ୍ଟୋବରରେ କୃଶ୍ଚେଭ ଜାତିସଙ୍ଘର ଦେଖରେଖରେ କ୍ଷେପଣାସ୍ତ୍ର ଗୁଡ଼ିକୁ ହଟାଇବାକୁ ରାଜି ହେଲେ । ଆମେରିକା ମଧ୍ୟ ସାର୍ବଜନିକ ଭାବେ ପ୍ରତିଶ୍ରୁତି ଦେଲା ଯେ ସେ କ୍ୟୁବାକୁ ଆକ୍ରମଣ କରିବ ନାହିଁ ଓ ଭିତିରି ଭାବେ ତୁର୍କୀରୁ ନିଜର କ୍ଷେପଣାସ୍ତ୍ର ଗୁଡ଼ିକୁ ହଟାଇ ନେବ (ସେଗୁଡ଼ିକ ସେମିତି ବି ଅତି ପୁରୁଣା ହୋ‍ଇ ଯାଇଥିଲେ ଓ ତା ବଦଳରେ UGM-27 Polaris କ୍ଷେପଣାସ୍ତ୍ର ଯୁକ୍ତ ବୁଡ଼ାଜାହାଜ ଆସିଯାଇଥିଲା) ।
 
ଏହି ସଙ୍କଟ କାଳ ରେ ପୃଥିବୀ ଆଣବିକ ଯୁଦ୍ଧ ସବୁଠୁ ସନ୍ନିକଟ ହୋ‍ଇଥିଲା, କିନ୍ତୁ ଶେଷରେ ଦୁଇ ଜଣ ମଣିଷଙ୍କ ମାନବତା ଯୁଦ୍ଧକୁ ଏଡ଼ାଇ ଦେଲା । ଏହି ଘଟଣା ଆମେରିକାର ଇଚ୍ଛାଶକ୍ତି ଓ ରାଷ୍ଟ୍ରପତିଙ୍କ ବିଶ୍ୱସନୀୟତା ରେ ଉନ୍ନତି କଲା । ରାତାରାତି କେନେଡ଼ିଙ୍କ ସମର୍ଥନ ରେଟିଂ ୬୬% ରୁ ବୃଦ୍ଧି ପାଇ ୭୭% ରେ ପହଞ୍ଚିଥିଲା ।
 
====ଲାଟିନ ଆମେରିକା ଓ ସାମ୍ୟବାଦ୍ର ପ୍ରସାର====
 
[[ଶ୍ରେଣୀ:୧୯୧୭ ଜନ୍ମ]]