"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫୧ କ ଧାଡ଼ି:
 
===ବୈଦେଶିକ ନୀତି===
 
ରାଷ୍ଟ୍ରପତି କେନେଡ଼ିଙ୍କ ଶାସନ କାଳ ସୋଭିଏତ ଋଷିଆ ସହ ମୁହାଁମୁହିଁ ହେବା ପରିସ୍ଥିତି ବାରମ୍ୱାର ଉପୁଜିଥିଲା । ଶୀତଳ ଯୁଦ୍ଧର ପ୍ରାରମ୍ଭିକ ଭାଗରେ ଏହା ପରୋକ୍ଷ ଛକାପଞ୍ଝାରେ ସୀମିତ ରହିଥିଲା । ୧୯୬୧ ରେ କେନେଡ଼ିଙ୍କ ସୋଭିଏତ ଶାସନମୁଖ୍ୟ ନିକିତା କୃଶ୍ଚେଭଙ୍କ ସହ ଗୋଟେ ବୈଠକ ହେବାର ଥିଲା । ତେବେ ଏହି ବୈଠକର ଠିକ୍ ପୂର୍ବରୁ କୃଶ୍ଚେଭଙ୍କ ଗୋଟେ ସାଧାରଣ ଭାଷଣକୁ ନେଇ କେନେଡ଼ି ଆକ୍ରମଣାତ୍ମକ ହୋ‍ଇ ପଡ଼ିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଯାହା ଜୁନ ୧୯୬୧ ରେ ଭିଏନା ଶିଖର ସମ୍ମେଳନ ରେ ସ୍ପଷ୍ଟ ଦେଖାଯାଇଥିଲା । କୃଶ୍ଚେଭଙ୍କ ଭାଷଣଟି ବାସ୍ତବରେ ଅତି ମାମୁଲି ଥିଲା ଓ ସୋଭିଏତ୍ ର ଘରୋ‍ଇ ଦର୍ଶକ ଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ କେନେଡ଼ି ଏହାକୁ ବ୍ୟକ୍ତିଗତ ଚ୍ୟାଲେଞ୍ଜ ରୂପେ ଦେଖିବାରୁ କଥା ବିଗିଡ଼ି ଯାଇଥିଲା ।
 
ଏଇ ଶିଖର ସମ୍ମେଳନୀ ଯିବା ବାଟରେ କେନେଡ଼ି ପ୍ୟାରିସ ରେ ଚାର୍ଲ୍ସ ଡି ଗଲ ଙ୍କୁ ଦେଖା କଲେ, ଯେ କି ତାଙ୍କୁ କୃଶ୍ଚେଭଙ୍କ କର୍କଶ ସ୍ୱଭାବକୁ ଅଣଦେଖା କରିବା ଲାଗି ଉପଦେଶ ଦେଲେ । କାଳେ କେନେଡ଼ିଙ୍କ ପ୍ରତିଷ୍ଠା କାଳେ ଇଉରୋପରେ ବଢ଼ିପାରେ ଏ ନେଇ ଫରାସୀ ରାଷ୍ଟ୍ରପତି ଡି ଗଲ ଚିନ୍ତିତ ଥିଲେ ହେଁ, ଯୁବକ କେନେଡ଼ି ଓ ତାଙ୍କ ପରିବାର ପ୍ରତି ତାଙ୍କର ଶ୍ରଦ୍ଧା ଥିଲା । ଏ ବିଷୟରେ କେନେଡ଼ି ପ୍ୟାରିସ ରେ ଦେଇଥିବା ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।
 
୪ ଜୁନ ୧୯୬୧ ରେ ଭିଏନା ଠାରେ କେନେଡ଼ି ଓ କୃଶ୍ଚେଭଙ୍କ ବୈଠକ ହୋ‍ଇଥିଲା । ପୂର୍ବ ଚେତାବନୀ କୁ ଅଣଦେଖା କରି କୃଶ୍ଚେଭ ତାଙ୍କୁ ଧମକ ଦେଉଛନ୍ତି ବୋଲି ଧାରଣା କରି ରାଗରେ ପଞ୍ଚମ ହୋ‍ଇ କେନେଡ଼ି ବୈଠକ ମଝିରୁ ଉଠି ଆସିଥିଲେ । କୃଶ୍ଚେଭ ବ୍ୟକ୍ତିଗତ ଭାବେ କେନେଡ଼ିଙ୍କୁ ବୁଦ୍ଧିମାନ କିନ୍ତୁ ଦୁର୍ବଳମନା ବୋଲି ଭବିଥିଲେ । ବୈଠକଟି ଅଧାରୁ ବନ୍ଦ ହେଲେ ହେଁ ସବୁଠୁ ଜରୁରୀ ମାମଲା, ମସ୍କୋ ଓ ପୂର୍ବ ବର୍ଲିନ ମଧ୍ୟରେ ହେବାକୁ ଥିବା ଗୋଟେ ଚୁକ୍ତି ଉପରେ କେନେଡ଼ି ଆପତ୍ତି ଜଣାଇ ପାରିଥିଲେ । ସେ ସ୍ପଷ୍ଟ କରି ଦେଲେ ଯେ କୌଣସି ଚୁକ୍ତି ଯଦି ଆମେରିକାର ପଶ୍ଚିମ ବର୍ଲିନ ରେ ମୁକ୍ତ ଅଧିକାରର ଅନ୍ତରାୟ ହୁଏ ତାହାକୁ ଯୁଦ୍ଧର ଘୋଷଣା ବୋଲି ଧରାଯିବ ।
 
ସମ୍ମେଳନ ରୁ କେନେଡ଼ିଙ୍କ ପ୍ରତ୍ୟାବର୍ତ୍ତନର କିଛି ଦିନ ପରେ ହିଁ ସୋଭିଏତ ଋଷିଆ, ପୂର୍ବ ବର୍ଲିନ ସହ ଚୁକ୍ତି କରିବା ଲାଗି ଆଗ୍ରହୀ ବୋଲି ଘୋଷଣା କଲା । ଏହା ଅନୁସାରେ ଆଉ ତୃତୀୟ ପକ୍ଷ ବର୍ଲିନର କୌଣସି ଅଂଶରେ ଅଧିକାରରେ ଦାବୀ କରିପାରିବେ ନାହିଁ ବୋଲି ବିଧି ଥିଲା । ରାଗରେ ଜର୍ଜର ହୋ‍ଇ କେନେଡ଼ି ଧରିନେଲେ ଯେ ଆମେରିକା ସମ୍ମୁଖରେ ଏକମାତ୍ର ଉପାୟ ହେଉଛି ଆଣବିକ ଯୁଦ୍ଧ ଲାଗି ପ୍ରସ୍ତୁତି ।
 
ଭିଏନା ଶିଖର ସମ୍ମେଳନର କିଛି ସପ୍ତାହ ଭିତରେ ସୋଭିଏତ ଘୋଷଣାରେ ଭୟଭୀତ ହୋ‍ଇ ପ୍ରାୟ ୨୦,୦୦୦ ଲୋକ ପୂର୍ବ ବର୍ଲିନ ରୁ ପଶ୍ଚିମ କୁ ପଳାୟନ କଲେ । ମାମଲାର ସୁଚାରୁ ସମାଧାନ ଲାଗି କେନେଡ଼ି ଘନଘନ ବୈଠକ ଡକାଇଲେ, ଏଇଠି ଡିନ ଆଚେସନ ନାଟୋର ମିତ୍ର ଦେଶ ମାନଙ୍କ ସୀମାରେ ସେନା ଠୁଳ କରିବାର ପ୍ରସ୍ତାବ ଦେଲେ । ଜୁଲାଇ ୧୯୬୧ର ତାଙ୍କ ଭାଷଣରେ କେନେଡ଼ି ଏଇ ଯୁଦ୍ଧ ଲାଗି ପ୍ରତିରକ୍ଷା ବଜେଟରେ ୩.୨୫ ବିଲିୟନ ଡଲାର ଅଧିକ ଯୋଗ କରିବାକୁ ଓ ଦୁଇ ଲକ୍ଷରୁ ଅଧିକ ସୈନ୍ୟ ପ୍ରଦାନ କରିବାକୁ ତାଙ୍କ ନିଷ୍ପତ୍ତି ଘୋଷଣା କଲେ, ଏହାର କାରଣ ଦର୍ଶାଇ ସେ କହିଲେ ଯେ ପଶ୍ଚିମ ଜର୍ମାନୀ ଉପରେ ଆକ୍ରମଣ ଆମେରିକା ଉପରେ ଆକ୍ରମଣ ସହ ସମାନ । ଏହି ଭାଷଣକୁ ୮୫% ସମର୍ଥନ ମିଳିଥିଲା ।
 
ତା ପର ମାସ ସୋଭିଏତ ଋଷିଆ ଓ ପୂର୍ବ ବର୍ଲିନ ମିଳିତ ଭାବେ ପୂର୍ବ ବର୍ଲିନରୁ ପଶ୍ଚିମକୁ ଲୋକଙ୍କ ପଳାୟନ ରୋକିବା ଲାଗି ନଗରର ଚାରିଆଡ଼େ କଣ୍ଟା ତାରର ବାଡ଼ ବିଛାଇଲେ ଯାହାକି ଶୀଘ୍ର ହିଁ ବର୍ଲିନ ପ୍ରାଚୀରର ରୂପ ନେଲା । ପ୍ରଥମେ ତ କେନେଡ଼ି ଏହାକୁ ଅଣଦେଖା କରିଥିଲେ, ଯେ ଯାଏଁ ପଶ୍ଚିମରୁ ପୂର୍ବକୁ ମୁକ୍ତ ପ୍ରବାହ ଜାରି ଥିଲା । ତେବେ ପରେ ଯେବେ ସେ ଜାଣିବାକୁ ପାଇଲେ ଯେ ପଶ୍ଚିମ ବର୍ଲିନ ବାସୀ ଧୀରେ ଧୀରେ ଆମେରିକୀୟ ପ୍ରତିରକ୍ଷା ଉପରେ ବିଶ୍ୱାସ ହରାଉଛନ୍ତି, ସେ ଉପ-ରାଷ୍ଟ୍ରପତି ଜନସନ ଓ କେତେକ ସେନା ଅଫିସର ମାନଙ୍କୁ ପଶ୍ଚିମ ବର୍ଲିନ ପଠାଇଥିଲେ । ଆମେରିକା ଯେ ପଶ୍ଚିମକୁ ସମର୍ଥନ କରିବ ଏହାର ପ୍ରତିଶ୍ରୁତି ରୂପେ ସେମାନେ ପଶ୍ଚିମ ବର୍ଲିନ (ସୋଭିଏତ ଚେକପଏଣ୍ଟ ଦେଇ) ଗସ୍ତ କରିଥିଲେ ।
 
ଦିନକୁ ଦିନ ଅଧିକ ଅନିବାର୍ଯ୍ୟ ଲାଗୁଥିବା ଏଇ ଶୀତଳ ଯୁଦ୍ଧରେ ଆମେରିକାର ଭୁମିକା ନେଇ ୫ ମେ ୧୯୬୦ ରେ ସେଣ୍ଟ ଆନ୍ସଲେମ କଲେଜରେ କେନେଡ଼ି ଏକ ଭାଷଣ ଦେଇଥିଲେ । ଆମେରିକୀୟ ବୈଦେଶିକ ନୀତିରେ ଆଫ୍ରିକୀୟ ଦେଶମାନଙ୍କ ଭୁମିକା କଣ ହେବା ଉଚିତ ଏଥିରେ ମଧ୍ୟସେ ବ୍ୟାଖ୍ୟା କରିଥିଲେ । ଆଧୁନିକ ଆଫ୍ରିକୀୟ ଜାତୀୟତାବାଦକୁ ସମର୍ଥନ କରି ସେ କହିଥିଲେ "ଆମେ ମାନେ ମଧ୍ୟ ଉପନିବେଶବାଦ ବିରୋଧରେ ଆନ୍ଦୋଳନ କରି ଆମ ଦେଶର ସ୍ଥାପନା କରିଛୁ ।"
 
====କ୍ୟୁବା ଓ ବେ ଅଫ ପିଗ୍ସ ଆକ୍ରମଣ====
 
[[ଶ୍ରେଣୀ:୧୯୧୭ ଜନ୍ମ]]
[[ଶ୍ରେଣୀ:୧୯୬୩ ମୃତ୍ୟୁ]]