"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩୮ କ ଧାଡ଼ି:
==ରାଷ୍ଟ୍ରପତି ପଦବୀରେ (୧୯୬୧-୧୯୬୩)==
 
ଜନ ଏଫ୍. କେନେଡ଼ି ୨୦ ଜାନୁଆରୀ ୧୯୬୧ ରେ ଆମେରିକାର ୩୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋ‍ଇଥିଲେ । ନିଜ ଉଦ୍‌ଘାଟନୀ ଭାଷଣରେ ସେ ସବୁ ଆମେରିକୀୟ ମାନଙ୍କୁ ସକ୍ରିୟ ନାଗରିକ ହେବାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ "ତମ ଦେଶ ତମ ପାଇଁ କଣ କରିପାରିବ ତାହା ପଚାର ନାହିଁ , ବରଂ ପଚାର ଯେ ତମେ ତମ ଦେଶ ପାଇଁ କଣ କରିପାରିବ ।" ସେ ଦୁନିଆର ସବୁ ଦେଶକୁ ହାତରେ ହାତ ମିଶାଇ ମାନବ ଜାତିର ଶତ୍ରୁ "ଏକଛତ୍ରବାଦ, ଦାରିଦ୍ର୍ୟ, ରୋଗ ଓ ଯୁଦ୍ଧ" ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ ।
 
"ଏହି ଲଢ଼େଇ ଯେ ପ୍ରଥମ ଶହେ ଦିନରେ ସରିଯିବ ତାହା ନୁହଁ, ଏହା ହଜାରେ ଦିନ, କିମ୍ବା ଏଇ ସରକାରର କାର୍ଯ୍ୟକାଳ ଏପରିକି ଆମମାନଙ୍କ ଜୀବନକାଳରେ ମଧ୍ୟ ସରି ନପାରେ । କିନ୍ତୁ ଆରମ୍ଭ କରିବା ଟା ତ ଆମ ଦାୟିତ୍ୱ ..... ଶେଷରେ ତୁମେ ଆମେରିକାର ନାଗରିକ ହୁଅ ବା ଏ ପୃଥିବୀର, ତମର ହକ୍ ଅଛି ଯେ ତମେ ଆମଠୁ ସେପରି ମନୋବଳ ଓ ବଳିଦାନ ଦାବୀ କରିବ ଯାହା ଆମେ ତମଠୁ ଆଶା କରୁ ।"
 
ତାଙ୍କ ଏଇ ଭାଷଣରୁ ତାଙ୍କ ସରକାରର ଉଚ୍ଚାକାଙ୍କ୍ଷା ପ୍ରତିଫଳିତ ହୁଏ । ତାଙ୍କ ଆଶା ଥିଲା ଯେ ଏଇ ସରକାର ଘରୋ‍ଇ ମାମଲା ସହ ବୈଦେଶିକ ନୀତିରେ ମଧ୍ୟ ନୂଆ ମୋଡ଼ ଆଣିପାରିବ । ତେବେ ଏଇ ଉଚ୍ଚ ଆଶା କୁ ପରିପୂର୍ଣ୍ଣ କରିବା ଓ ବାସ୍ତବ ଜୀବନରେ ନିତିଦିନିଆ ରାଜନୈତିକ ଚାପ: ଉଭୟ ଘରୋ‍ଇ ଓ ବୈଦେଶିକ କୁ ସନ୍ତୁଳିତ କରିବା ହିଁ କେନେଡ଼ି ସରକାର ପ୍ରମୁଖ ମୁଣ୍ଡବ୍ୟଥା ଥିଲା ।
 
କେନେଡ଼ି, ହ୍ୱାଇଟ ହାଉସ ର ନିର୍ଣ୍ଣୟନ ପ୍ରଣାଳୀ ରେ ବିଶେଷ ପରିବର୍ତ୍ତନ ଆଣିଥିଲେ । ତାଙ୍କ ପୂର୍ବାଧିକାରୀ ଜେନେରାଲ ଆଇଜେନହାୱାର ବିକେନ୍ଦ୍ରିତ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିବା ବେଳେ କେନେଡ଼ି ଏହା ବଦଳରେ ଏକ କୈନ୍ଦ୍ରିକ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିଲେ । ତାଙ୍କ ସଙ୍ଗଠନାତ୍ମକ ସଂରଚନା ଠିକ ଗୋଟେ ଚକ ଭଳି ଥିଲା, ତାର ସବୁ ଅଖ କେନ୍ଦ୍ରକୁ ଗଲା ଭଳି ସବୁ ବିଷୟର ଶେଷ ନିର୍ଣ୍ଣୟ କେନେଡ଼ିଙ୍କ ହାତରେ ରହୁଥିଲା । ଏପରି ପରିସ୍ଥିତିରେ ତାଙ୍କୁ ଅନେକ ଗୁଡ଼ିଏ ଅବସ୍ଥାରେ ଅଳ୍ପ ସମୟ ମଧ୍ୟରେ ନିର୍ଣ୍ଣୟ ନେବାକୁ ପଡ଼ୁଥିଲା । ସେ ନିଜ କ୍ୟାବିନେଟ ଲାଗି ଉଭୟ ଅଭିଜ୍ଞ ଓ ଅନଭିଜ୍ଞ ଲୋକଙ୍କୁ ବାଛିଥିଲେ, ତାଙ୍କ ମତରେ "ଆମେ ମାନେ ମିଳିମିଶି ଆମ କାମ ବିଷୟରେ ଶିଖି ପାରିବା ।"
 
ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ । ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହା ଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା । ରାଷ୍ଟ୍ରପତି କେନେଡ଼ି ସରକାର ସମ୍ମୁଖରେ ଥିବା ବର୍ତ୍ତମାନ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଥିଲେ ଓ ନଗଣ୍ୟ ତାତ୍ତ୍ୱିକ ସମସ୍ୟା ଗୁଡ଼ିକୁ ଉପେକ୍ଷା କରିଥିଲେ । ଥରେ ତାଙ୍କ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଲ୍ଟ ହ୍ୱିଟମ୍ୟାନ ରୋଷ୍ଟୋ ସାମ୍ୟବାଦର ବୃଦ୍ଧି ବିଷୟରେ ସମାଲୋଚନା ଆରମ୍ଭ କରନ୍ତେ କେନେଡ଼ି ତାଙ୍କୁ ଅଧାରୁ ଅଟକେଇ ପଚାରିଲେ "ସେ ବିଷୟରେ ମୁଁ ଆଜି ଦିନକରେ କଣ କରି ପାରିବି (କି)?"
 
କେନେଡ଼ି F-111 TFX (Tactical Fighter Experimental) ଗୋଳାବର୍ଷକ ଯୁଦ୍ଧବିମାନ ନିର୍ମାଣର ଠିକା ବୋ‍ଇଂ କମ୍ପାନୀ (ସେନାବାହିନୀ ର ପସନ୍ଦ) କୁ ନଦେଇ ଜେନେରାଲ ଡାଇନାମିକ୍ସ କମ୍ପାନୀ (ନାଗରିକ ପ୍ରତିରକ୍ଷା ବିଭାଗର ପସନ୍ଦ) କୁ ଦେବାର ପ୍ରତିରକ୍ଷା ସେକ୍ରେଟାରୀ ରବର୍ଟ ମ୍ୟାକ୍‌ନାମାରା ଙ୍କ ବିବାଦାସ୍ପଦ ନିର୍ଣ୍ଣୟକୁ ସମର୍ଥନ କରିଥିଲେ । ପରେ ସାଂସଦ ହେନେରୀ ଜ୍ୟାକସନ ଙ୍କ ଅନୁରୋଧରେ ସାଂସଦ ଜନ ମ୍ୟାକ୍‌କ୍ଲେଲ୍ଲାନ ୧୯୬୩ ରେ ଫେବ୍ରୁଆରୀ ରୁ ନଭେମ୍ବର ଭିତରେ ୪୬ ଦିନ ଧରି ସ୍ଥାୟୀ ଜାଞ୍ଚ ସବକମିଟି ସହ ରୁଦ୍ଧ ଦ୍ୱାର ବୈଠକରେ ଏଇ TFX ଠିକା ରେ ହୋ‍ଇଥିବା ଗୋଳମାଳ ର ଜାଞ୍ଚ କରିଥିଲେ ।
 
===ବୈଦେଶିକ ନୀତି===
[[ଶ୍ରେଣୀ:୧୯୧୭ ଜନ୍ମ]]
[[ଶ୍ରେଣୀ:୧୯୬୩ ମୃତ୍ୟୁ]]