"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩୪ କ ଧାଡ଼ି:
ଏହି ପ୍ରଥମ ତର୍କବିତର୍କ ପରେ କେନେଡ଼ି ସମର୍ଥନ ଧୀରେ ଧୀରେ ବଢ଼ିଲା ଓ ଅଧିକାଂଶ ପୋଲ୍ ରେ ସେ ନିକ୍ସନଙ୍କ ଠାରୁ ସାମାନ୍ୟ ଆଗୁଆ ହେଲେ । ନଭେମ୍ବର ୮ ରେ କେନେଡ଼ି, ନିକ୍ସନଙ୍କୁ ପରାଜିତ କଲେ, ଏହା ବିଂଶ ଶତାବ୍ଦୀର ସବୁଠୁ କଣ୍ଟାକଣ୍ଟି ନିର୍ବାଚନ ମଧ୍ୟରୁ ଅନ୍ୟତମ । ଜାତୀୟ ଲୋକପ୍ରିୟ ଭୋଟରେ ଉଭୟଙ୍କ ଭିତରେ ଫରକ ଏକ ପ୍ରତିଶତ ଏକ ପଞ୍ଚମାଂଶ ମାତ୍ର ଥିଲା (କେନେଡ଼ି - ୪୯.୭%, ନିକ୍ସନ - ୪୯.୫%), ଇଲେକ୍ଟୋରାଲ କଲେଜ ରେ ନିକ୍ସନଙ୍କ ୨୧୯ ତୁଳନାରେ ତାଙ୍କୁ ୩୦୩ଟି ଭୋଟ ମିଳିଥିଲା (ଜିତିବା ଲାଗି ୨୬୯ ଭୋଟ ଆବଶ୍ୟକ) ।
 
ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରୁଥିବା ହେତୁ ମିସିସିପି ଓ ଆଲାବାମା ର ୧୪ ଜଣ ଓ ଓକ୍ଲାହୋମା ର ଜଣେ ନିର୍ବାଚକ କେନେଡ଼ିଙ୍କୁ ସମର୍ଥନ ନକରି ଭର୍ଜିନିଆ ସାଂସଦ ହ୍ୟାରୀ ଏଫ୍. ବାଇର୍ଡ଼ ଙ୍କୁ ଭୋଟ ଦେଇଥିଲେ । ମଜାର କଥା ହେଉଛି କେନେଡ଼ି ଆମେରିକାଆମେରିକାର ସର୍ବକନିଷ୍ଠ ନିର୍ବାଚିତ ରାଷ୍ଟ୍ରପତି ଓ ଯେଉଁ ପୂର୍ବ ରାଷ୍ଟ୍ରପତିଙ୍କ ସ୍ଥାନ ନେଲେ (ଆଇଜେନହାୱାର) ସେ ଥିଲେ ସେଯାବତ୍ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି (ପରେ ୧୯୮୧ ରେ ରୋନାଲ୍ଡ ରିଗାନ ସବୁଠୁ ବୟସ୍କ ରାଷ୍ଟ୍ରପତିର ରେକର୍ଡ଼ ପାଇଲେ) ।
 
==ରାଷ୍ଟ୍ରପତି ପଦବୀରେ (୧୯୬୧-୧୯୬୩)==