"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୨୦ କ ଧାଡ଼ି:
 
==୧୯୬୦ ରାଷ୍ଟ୍ରପତି ନିର୍ବାଚନ==
୨ ଜାନୁଆରୀ ୧୯୬୦ ରେ କେନେଡ଼ି ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପଦବୀ ପ୍ରାର୍ଥୀ ରୂପେ ପ୍ରାରମ୍ଭିକ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କଲେ । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ମିନେସୋଟା ସାଂସଦ ହୁବର୍ଟ ହମ୍ଫ୍ରି ଓ ଓରେଗନ ସାଂସଦ ୱେନେ ମୋର୍ସ । ସେ ହମ୍ଫ୍ରି ଙ୍କୁ ୱିସକନ୍ସିନ ଓ ପଶ୍ଚିମ ଭର୍ଜିନିଆ ଏବଂ ମୋର୍ସ ଙ୍କୁ ମ୍ୟାରୀଲ୍ୟାଣ୍ଡ ଓ ଓରେଗନ ରେ ପରାସ୍ତ କଲେ । ଏହା ସହ ନିଉ ହାମ୍ପଶାୟାର, ଇଣ୍ଡିଆନା ଓ ନେବ୍ରାସ୍କା ରେ ସେ କେତେକ ନାମମାତ୍ର ପ୍ରାର୍ଥୀ ମାନଙ୍କୁ ମଧ୍ୟ ପରାସ୍ତ କଲେ । ଏହି କାଳରେ କେନେଡ଼ି ପଶ୍ଚିମ ଭର୍ଜିନିଆ ର ଗୋଟେ କୋ‍ଇଲା ଖଣି ପରିଦର୍ଶନରେ ଯାଇଥିଲେ । ଏହି ରାଜ୍ୟରେ ଥିବା ଖାଦାନ ଶ୍ରମିକଙ୍କ ସହ ଅଧିକାଂଶ ଲୋକ ରକ୍ଷଣଶୀଳ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ଥିଲେ ଓ କେନେଡ଼ି ରୋମାନ କ୍ୟାଥଲିକ ହୋ‍ଇଥିବାରୁ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ତେବେ ଏଠାରେ ତାଙ୍କର ବିଜୟରୁ ତାଙ୍କର ଲୋକପ୍ରିୟତା ପ୍ରମାଣିତ ହୋ‍ଇଥିଲା ।
 
ସେଥର ଡେମୋକ୍ରାଟ ସମ୍ମିଳନୀ ରେ ସେ ତାଙ୍କର ପ୍ରସିଦ୍ଧ "ନୂତନ ସୀମାନ୍ତ" ଭାଷଣ ଦେଇଥିଲେ ଯାହାର ସାର ଥିଲା: "ଯେହେତୁ ଆଜିର ସବୁ ସମସ୍ୟାର ସମାଧାନ ହୋ‍ଇପାରି ନାହିଁ ଓ ସବୁ ଯୁଦ୍ଧରେ ଏଯାବତ୍ ବିଜୟ ହୋ‍ଇନାହିଁ -- ଆଉ ତା ସହ ଆମେ ଆଜି ଏକ ନୂତନ ସୀମାନ୍ତର ସୀମାରେଖାରେ ଛିଡ଼ା ହୋ‍ଇଛେ... କିନ୍ତୁ ଯେଉଁ ନୂତନ ସୀମାନ୍ତର କଥା ମୁଁ ଆଜି କହୁଛି ତାହା କୌଣସି ପ୍ରତିଶ୍ରୁତି ନୁହଁ --ବରଂ ତାହା ଏକ ପ୍ରକାରର ଆହ୍ୱାନ । ମୋଟରେ ମୁଁ ଆମେରିକାର ଜନତାଙ୍କୁ କଣ ଦେଉଛି ଏହା ତା’ସାର ନୁହଁ ବରଂ ମୁଁ ସେମାନଙ୍କ ଠାରୁ କ’ଣ ଆଶା କରେ ଏହା ତା’ରି ସାର ।"
 
ହମ୍ଫ୍ରି ଓ ମୋର୍ସଙ୍କ ପରାଜୟ ପରେ ଲସ ଆଞ୍ଜେଲେସ ସମ୍ମିଳନୀରେ କେନେଡ଼ିଙ୍କ ପ୍ରଧାନ ପ୍ରତିଦ୍ୱନ୍ଦୀ ଥିଲେ ଟେକ୍ସାସର ଲିଣ୍ଡନ ବି. ଜନସନ । କେନେଡ଼ି ତାଙ୍କ ସହ ଆଡ଼ଲାଇ ଷ୍ଟିଭେନସନ (୧୯୫୨ ଓ ୧୯୫୬ ର ଡେମୋକ୍ରାଟ ପ୍ରାର୍ଥୀ), ଷ୍ଟୁଆର୍ଟ ସିମିଙ୍ଗଟନ ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଜୁଲାଇ ୧୩ରେ ଡେମୋକ୍ରାଟ ସମ୍ମିଳନୀରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚିତ ହେଲେ । କେନେଡ଼ି ଦଳର ଅନ୍ୟ ଉଦାରପନ୍ଥୀ ସମର୍ଥକ ଓ ନିଜ କର୍ମୀ (ତାଙ୍କ ନିଜ ଭାଇ ବବିଙ୍କ ସହ) ଙ୍କ ବିରୋଧ ସତ୍ତ୍ୱେ ଜନସନ ଙ୍କୁ ନିଜର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ ।
 
୧୯୧୬ ପରେ ଏହି ରାଷ୍ଟ୍ରପତି ନିର୍ବାଚନ ବେଶ୍ କଣ୍ଟାକଣ୍ଟି ହବାର ସମ୍ଭାବନା ଥିଲା ଏଣୁ ଦକ୍ଷିଣାଞ୍ଚଳରେ ଜନସନଙ୍କ ଥିବା ବିପୁଳ ସମର୍ଥନ କେନେଡ଼ିଙ୍କୁ ଆବଶ୍ୟକ ଥିଲା । ପ୍ରମୁଖ ଆଲୋଚନାର ବିଷୟ ଥିଲା: ଧୀମେଇ ଯାଇଥିବା ଅର୍ଥନୀତିର ପୁନରୁତ୍ଥାନ, କେନେଡ଼ିଙ୍କ ରୋମାନ କ୍ୟାଥଲିକ ଧର୍ମ, କ୍ୟୁବା ଓ ସୋଭିଏତ ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଯେପରି ଆମେରିକାର କାର୍ଯ୍ୟକ୍ରମକୁ ପଛରେ ନ ପକାଇ ଦିଏ । ତାଙ୍କ ରୋମାନ କ୍ୟାଥଲିକ ଧର୍ମ ଯେ ତାଙ୍କ ନୀତି ନିର୍ଦ୍ଧାରଣରେ ବାଧା ହେବନାହିଁ ତାହା ସ୍ପଷ୍ଟ କରିବା ଲାଗି ସେ ଥରେ ୧୨ ସେପ୍ଟେମ୍ବର ୧୯୬୦ ରେ ଗ୍ରେଟର ହୁଷ୍ଟନ ମିନିଷ୍ଟେରିଆଲ ଆସୋସିଏସନ ରେ କହିଥିଲେ "ମୁଁ ରାଷ୍ଟ୍ରପତି ପଦବୀ ଲାଗି କ୍ୟାଥଲିକ (ଦଳର) ପ୍ରାର୍ଥୀ ନୁହଁ, ମୁ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଯାହାର ଧର୍ମ କ୍ୟାଥଲିକ । ସାର୍ବଜନିକ ମାମଲାରେ ମୁଁ ଧର୍ମକୁ ଆଣେନା ଆଉ ଧର୍ମ ମୋର ପ୍ରତିନିଧି ନୁହଁ ।" ସେ ଥରେ କଟାକ୍ଷ ଛଳରେ ପଚାରିଥିଲେ ଯେ ଯେହେତୁ ଆମେରିକାର ଏକ ଚତୁର୍ଥାଂଶ ଜନତା କ୍ୟାଥଲିକ ତା ବୋଲି କଣ ତାଙ୍କୁ ନିମ୍ନ ଶ୍ରେଣୀର ନାଗରିକ ବୋଲିବା । ଆଉଥରେ ସେ କହିଥିଲେ "ଦକ୍ଷିଣ ପ୍ରଶାନ୍ତ ମହାସାଗରରେ (ନୌସେନାରେ ଥିବା ବେଳେ) ତ କେହି ମୋ ଧର୍ମ ପଚାରି ନଥିଲେ!"
 
ଏହି ପ୍ରଚାର ସମୟରେ ସେ ଜଣେ ରାବ୍ବି ମେନାଖେମ ଏମ. ସ୍ନିୟରସନ ଙ୍କ ସହ ସାକ୍ଷାତ ଲୋଡ଼ିଥିଲେ, କିନ୍ତୁ ରାବ୍ବି ଜଣକ ସେଇ ସନ୍ଧ୍ୟାରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ ।
 
ସେପ୍ଟେମ୍ବର ଓ ଅକ୍ଟୋବରରେ କେନେଡ଼ି ରିପବ୍ଲିକାନ ପ୍ରାର୍ଥୀ ରିଚାର୍ଡ଼ ନିକ୍ସନ (ଯିଏ ସେ ସମୟରେ ଉପ-ରାଷ୍ଟ୍ରପତି ଥିଲେ) ଙ୍କ ସହ ପ୍ରଥମ କରି ଟିଭିରେ ତର୍କ ବିତର୍କ କାର୍ଯ୍ୟକ୍ରମରେ ଆସିଥିଲେ । ଏହି ସମୟରେ ନିକ୍ସନଙ୍କ ଗୋଡ଼ଟି ଆଘାତଗ୍ରସ୍ତ ହୋ‍ଇଥିବାରୁ ସେ ପୀଡ଼ିତ ଥିଲେ ଏଣୁ ସେ ଝାଳନାଳ ହୋ‍ଇ ବ୍ୟସ୍ତ ରହୁଥିଲେ, ଅପର ପକ୍ଷରେ କେନେଡ଼ି ପୁରା ଚ‍ଇନିଫିଟ ହୋ‍ଇ ଆତ୍ମବିଶ୍ୱାସର ସହ ଆସିଥିଲେ । ଏଣୁ ଅଧିକାଂଶ ଟିଭି ଦର୍ଶକଙ୍କ ସମର୍ଥନ କେନେଡ଼ିଙ୍କ ପକ୍ଷକୁ ଯାଇଥିଲା । ମଜାର କଥା ଯେ ରେଡ଼ିଓ ଶ୍ରୋତାମାନେ ଭାବିଥିଲେ ନିକ୍ସନ ଏହି ତର୍କରେ ଜିତିଲେ କିମ୍ୱା ଏହା ଅନିର୍ଣ୍ଣିତ ରହିଲା । ଏହି ତର୍କବିତର୍କ ରୁ ଆମେରିକୀୟ ରାଜନୀତିକୁ ଏକ ନୂଆ ମୋଡ଼ ମିଳିଥିଲା-- ଏଇଠୁ ହିଁ ଟେଲିଭିଜନ ରାଜନୀତିକ ପ୍ରଚାର ପ୍ରସାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲା ।
 
ଏହି ପ୍ରଥମ ତର୍କବିତର୍କ ପରେ କେନେଡ଼ି ସମର୍ଥନ ଧୀରେ ଧୀରେ ବଢ଼ିଲା ଓ ଅଧିକାଂଶ ପୋଲ୍ ରେ ସେ ନିକ୍ସନଙ୍କ ଠାରୁ ସାମାନ୍ୟ ଆଗୁଆ ହେଲେ । ନଭେମ୍ବର ୮ ରେ କେନେଡ଼ି, ନିକ୍ସନଙ୍କୁ ପରାଜିତ କଲେ, ଏହା ବିଂଶ ଶତାବ୍ଦୀର ସବୁଠୁ କଣ୍ଟାକଣ୍ଟି ନିର୍ବାଚନ ମଧ୍ୟରୁ ଅନ୍ୟତମ । ଜାତୀୟ ଲୋକପ୍ରିୟ ଭୋଟରେ ଉଭୟଙ୍କ ଭିତରେ ଫରକ ଏକ ପ୍ରତିଶତ ଏକ ପଞ୍ଚମାଂଶ ମାତ୍ର ଥିଲା (କେନେଡ଼ି - ୪୯.୭%, ନିକ୍ସନ - ୪୯.୫%), ଇଲେକ୍ଟୋରାଲ କଲେଜ ରେ ନିକ୍ସନଙ୍କ ୨୧୯ ତୁଳନାରେ ତାଙ୍କୁ ୩୦୩ଟି ଭୋଟ ମିଳିଥିଲା (ଜିତିବା ଲାଗି ୨୬୯ ଭୋଟ ଆବଶ୍ୟକ) ।
 
ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରୁଥିବା ହେତୁ ମିସିସିପି ଓ ଆଲାବାମା ର ୧୪ ଜଣ ଓ ଓକ୍ଲାହୋମା ର ଜଣେ ନିର୍ବାଚକ କେନେଡ଼ିଙ୍କୁ ସମର୍ଥନ ନକରି ଭର୍ଜିନିଆ ସାଂସଦ ହ୍ୟାରୀ ଏଫ୍. ବାଇର୍ଡ଼ ଙ୍କୁ ଭୋଟ ଦେଇଥିଲେ । ମଜାର କଥା ହେଉଛି କେନେଡ଼ି ଆମେରିକା ସର୍ବକନିଷ୍ଠ ନିର୍ବାଚିତ ରାଷ୍ଟ୍ରପତି ଓ ଯେଉଁ ପୂର୍ବ ରାଷ୍ଟ୍ରପତିଙ୍କ ସ୍ଥାନ ନେଲେ (ଆଇଜେନହାୱାର) ସେ ଥିଲେ ସେଯାବତ୍ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି (ପରେ ୧୯୮୧ ରେ ରୋନାଲ୍ଡ ରିଗାନ ସବୁଠୁ ବୟସ୍କ ରାଷ୍ଟ୍ରପତିର ରେକର୍ଡ଼ ପାଇଲେ) ।
 
==ରାଷ୍ଟ୍ରପତି ପଦବୀରେ (୧୯୬୧-୧୯୬୩)==