"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୯୯ କ ଧାଡ଼ି:
 
ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟ ଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହା ଦ୍ୱାରା କେନେଡ଼ି ଜନମାଧ୍ୟମ ରେ ପରିଚିତ ହେବା ସହ କୂଟନୀତି ରେ ପାରଙ୍ଗମ ହେଲେ । ସେହି ମେ ରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତା ରୂପେ କାର୍ଯ୍ୟ କରିଥିଲେ ।
 
==ସଂସଦରେ କେନେଡ଼ି==
===ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ସ (୧୯୪୭-୧୯୫୩)===
କେନେଡ଼ି ସେନାରେ ଥିଲା ବେଳେ ତାଙ୍କ ବଡ଼ ଭାଇ ଜୋ ଜୁନିଅର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲିଶ ପ୍ରଣାଳୀରେ ପ୍ରାଣ ହରାଇଲେ । କେନେଡ଼ି ପରିବାର ରାଜନୀତିରେ ଜଡ଼ିତ ଥିଲା ଓ ଜୋ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବେ ଓ ଦିନେ ରାଷ୍ଟ୍ରପତି ପଦବୀ ଯାଏଁ ଯିବେ ବୋଲି ତାଙ୍କ ପିତା ଆଶା ପୋଷଣ କରିଥିଲେ । ତେଣୁ ଜୋ ଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ କେନେଡ଼ିଙ୍କ ଉପରେ ପଡ଼ିଲା ।
 
୧୯୪୬ ରେ ମାସାଚୁସେଟ୍ସର ୧୧ତମ ନିର୍ବାଚନ ମଣ୍ଡଳୀ ର ନିମ୍ନ ସଦନର ପ୍ରତିନିଧି ଜେମ୍ସ ମାଇକେଲ କର୍ଲି, କେନେଡ଼ିଙ୍କ ପିତାଙ୍କ ଉପଦେଶାନୁସାରେ ବୋଷ୍ଟନର ମେୟର ହେବା ଲାଗି ନିଜ ସଂସଦୀୟ ଆସନ ଖାଲି କଲେ । ନିର୍ବାଚନ ମଣ୍ଡଳୀର ପ୍ରାୟ ଲୋକ ଡେମୋକ୍ରାଟ ସମର୍ଥକ ହୋ‍ଇଥିବାରୁ କେନେଡ଼ି ଏହି ଆସନ ଲାଗି ନିର୍ବାଚନ ଲଢ଼ିଲେ ଓ ଅତି ସହଜରେ ବିପୁଳ ବ୍ୟବଧାନରେ ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କଲେ । ସେ ଛ‍ଅ ବର୍ଷ ସଂସଦର ନିମ୍ନ ସଦନରେ ସଭ୍ୟ ରହିଲେ ।
 
===ସେନେଟ (୧୯୫୩-୧୯୬୦)===
୧୯୫୨ ସେନେଟ ନିର୍ବାଚନରେ କେନେଡ଼ି ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀ ହେନେରୀ କାବଟ ଲଜ୍ ୨ୟ ଙ୍କୁ ପରାସ୍ତ କରି ସେନେଟ ବା ଉଚ୍ଚ ସଦନ କୁ ନିର୍ବାଚିତ ହେଲେ । ପର ବର୍ଷ ହିଁ ସେ ଜ୍ୟାକେଲିନ ବୋଭିୟରଙ୍କୁ ବିବାହ କରିଥିଲେ ।
 
ତା ପର ଦୁଇ ବର୍ଷ ନିଜ ଅଣ୍ଟା ଲାଗି ତାଙ୍କର ବାରମ୍ବାର ମେରୁହାଡ଼ ଓ ସୁଷୁମ୍ନାକାଣ୍ଡ ଅସ୍ତ୍ରୋପଚାର ହୋ‍ଇଥିଲା ଏଣୁ ସେ ପ୍ରାୟ ସଂସଦରୁ ଅନୁପସ୍ଥିତ ରହୁଥିଲେ । କିଛି ସମୟରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋ‍ଇଥିଲା ଯେ ତାଙ୍କର କ୍ୟାଥଲିକ ବିଧିରେ ମୃତ୍ୟୁ ପୂର୍ବ ଶେଷକୃତ୍ୟ କରାଯାଇଥିଲା କିନ୍ତୁ ଶେଷରେ ସେ ମୃତ୍ୟୁକୁ ପରାସ୍ତ କରି ସକ୍ରିୟ ଜୀବନ କୁ ଫେରି ଆସିଥିଲେ । ବିରତି ସମୟରେ ତାଙ୍କ ଲିଖିତ "Profiles in Courage", ଯେଉଁଥିରେ ନିଜ ବ୍ୟକ୍ତିଗତ ବିଶ୍ୱାସ ଲାଗି ନିଜ କ୍ୟାରିୟରକୁ ମଧ୍ୟ ବିପନ୍ନ କରିଥିବା ଆମେରିକୀୟ ସାଂସଦ ମାନଙ୍କ କଥା ଲେଖା ଥିଲା, ତାହା ୧୯୫୭ ରେ ପୁଲିଜର ପୁରସ୍କାର ଲାଭ କରିଥିଲା । ଏହି ପୁରସ୍କାର ପାଇବାରେ ସେ ଏକମାତ୍ର ଆମେରିକୀୟ ରାଷ୍ଟ୍ରପତି । ପରେ ଗୁଜବ ଉଠିଥିଲା ଯେ ଏହାକୁ ଲେଖିବାରେ ତାଙ୍କ ପରାମର୍ଶଦାତା ଓ ବକ୍ତୃତାଲେଖକ ଟେଡ଼ ସୋରେନସନ ସାହାଯ୍ୟ କରିଥିଲେ । ୨୦୦୮ ରେ ପ୍ରକାଶିତ ସୋରେନସନଙ୍କ ଆତ୍ମଜୀବନୀ ରୁ ଏହା ପ୍ରମାଣିତ ମଧ୍ୟ ହେଲା ।
 
୧୯୫୬ ରେ ଜାତୀୟ ଡେମୋକ୍ରାଟିକ ସମ୍ମିଳନୀ ରେ ରାଷ୍ଟ୍ରପତି ପ୍ରାର୍ଥୀ ଆଡ଼ଲାଇ ଷ୍ଟିଭେନସନ, ଭୋଟ ଦ୍ୱାରା ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ଲାଗି ପ୍ରସ୍ତାବ ଦେଲେ । ଏଥିରେ କେନେଡ଼ି, ଟେନେସିର ସାଂସଦ ଏସ୍ତେସ କେଫାଉଭର ଙ୍କ ପଛରେ ଦ୍ୱିତୀୟ ହେଲେ । ହାରିଥିଲେ ମଧ୍ୟ କେନେଡ଼ି ଗଣମାଧ୍ୟମ ଯୋଗେ ଦେଶବ୍ୟାପୀ ପରିଚିତି ଲାଭ କଲେ । ତେବେ ତାଙ୍କ ପିତାଙ୍କ ମତରେ ଏହା ହିଁ ତାଙ୍କୁ ସୁହାଇଥିଲା କାରଣ ସେଥର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଆଇଜେନହାୱାର, ତତ୍କାଳୀନ ଆମେରିକାର ସର୍ବପ୍ରିୟ ବ୍ୟକ୍ତି । ତାଙ୍କ ବଳରେ ସେଥର ରିପବ୍ଲିକାନ ଦଳ ଜିତିବା ପ୍ରାୟ ନିଶ୍ଚିତ ଥିଲା । ତେଣୁ କେନେଡ଼ି ଯେ ଏହି ହାର ରେ ସଂଶ୍ଳିଷ୍ଟ ନହେଲେ ତଥାପି ଡେମୋକ୍ରାଟିକ ଦଳର ଭବିଷ୍ୟତ ରାଷ୍ଟ୍ରପତି ଆଶାୟୀ ରୂପେ ପରିଚିତି ଲାଭ କଲେ ତାହା ହିଁ ସର୍ବଶ୍ରେଷ୍ଠ ବୋଲି କେନେଡ଼ିଙ୍କ ପିତା ତାଙ୍କୁ ବୁଝାଇଥିଲେ ।
 
ସଂସଦରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ସେନେଟରେ ଆସିଥିବା ରାଷ୍ଟ୍ରପତି ଆଇଜେନହାୱାରଙ୍କ ନାଗରିକ ଅଧିକାର ଆଇନ ୧୯୫୭ ସମ୍ବନ୍ଧରେ ଥିଲା । ଆଇନର ଶୀର୍ଷକ-୩ ଲାଗି ସେ ଭୋଟ ଦେଲେ କିନ୍ତୁ ବହୁମତ ନେତା ଲିଣ୍ଡନ ବି. ଜନସନ ମଧ୍ୟମାର୍ଗ ରୂପେ ଏହି ବିଧାନକୁ ପରିତ୍ୟାଗ କରିବା ଲାଗି ସମର୍ଥନ କଲେ । ଆଇନର ଶୀର୍ଷକ-୪ (ଜୁରୀ ଟ୍ରାଏଲ ଆମେଣ୍ଡମେଣ୍ଟ) ଲାଗି ମଧ୍ୟ କେନେଡ଼ି ଭୋଟ ଦେଇଥିଲେ । ସେହି ସମୟରେ ନାଗରିକ ଅଧିକାର ସମର୍ଥକ ମାନେ ଏହାକୁ ସମାଲୋଚନା କରିଥିଲେ ଯେ ଏହାଦ୍ୱାରା ଆଇନଟିର ଶକ୍ତି କ୍ଷୁଣ୍ଣ ହେବ । ଶେଷରେ ସେପ୍ଟେମ୍ବର ୧୯୫୭ରେ ସଂଶୋଧିତ ମଧ୍ୟମାର୍ଗ ଆଇନ ଗୃହୀତ ହେଲା ।
 
୧୯୫୮ ରେ କେନେଡ଼ି ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀ, ବୋଷ୍ଟନ ଆଇନଜୀବି ଭିନ୍ସେଣ୍ଟ ଜେ. ସେଲେଷ୍ଟେ ଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରି ଦ୍ୱିତୀୟଥର ପାଇଁ ସେନେଟ କୁ ନିର୍ବାଚିତ ହେଲେ । ଏହି ନିର୍ବାଚନ ପ୍ରଚାର ଲାଗି କେନେଡ଼ିଙ୍କ ଗଣମାଧ୍ୟମ ସେକ୍ରେଟାରୀ ରବର୍ଟ ଇ. ଥମ୍ପସନ, କେନେଡ଼ିଙ୍କ ଜୀବନ ଉପରେ ''The U.S. Senator John F. Kennedy Story'' ନାମରେ ଗୋଟିଏ ଫିଲ୍ମ ତିଆରି କରିଥିଲେ । ଏଥିରେ ସାଂସଦ କେନେଡ଼ିଙ୍କ ପାରିବାରିକ ଓ କାର୍ଯ୍ୟ ଜୀବନର ଗୋଟିଏ ଦିନ ଦର୍ଶାଯାଇଥିଲା ।
 
କେନେଡ଼ିଙ୍କ ପିତା, ସାଂସଦ ଜୋସେଫ ମ୍ୟାକ୍‌କାର୍ଥିଙ୍କ ସମର୍ଥକ ଥିଲେ । ମ୍ୟାକ୍‌କାର୍ଥିଙ୍କ, କେନେଡ଼ି ପରିବାର ବନ୍ଧୁ ଥିଲେ ଓ ଏକ ସମୟରେ କେନେଡ଼ିଙ୍କ ଭ‌ଉଣୀ ପାଟ୍ରିସିଆଙ୍କୁ ଡେଟ୍ ମଧ୍ୟ କରୁଥିଲେ । ତାଙ୍କ ଭାଇ ବବି ମ୍ୟାକ୍‌କାର୍ଥିଙ୍କ ଅଧୀନରେ କାମ କରିଥିଲେ । ୧୯୫୪ରେ ସେନେଟରେ ମ୍ୟାକ୍‌କାର୍ଥିଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିବା ଲାଗି ଭୋଟ ହେଲା,ଏହା ସମର୍ଥନରେ କେନେଡ଼ି ଗୋଟିଏ ଭାଷଣ ଲେଖିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଗିଡ଼ି ଯିବାରୁ ସେ ଶଯ୍ୟାଗ୍ରସ୍ତ ହେଲେ ଓ ଭାଷଣ ଦେଇପାରିଲେ ନାହିଁ । ଯଦିଓ କେନେଡ଼ି ନା ତ ଭାଷଣ ଦେଇଥିଲେ ଆଉ ନା ସ୍ପଷ୍ଟ କରିଥିଲେ ସେ ଏହି ନିନ୍ଦା ପ୍ରସ୍ତାବ ସମର୍ଥନରେ ଭୋଟ ଦେବେ, ତଥାପି ତାଙ୍କର ଏପରି କାର୍ଯ୍ୟ ଯୋଗୁଁ ସେ ୧୯୫୬ ଓ ୧୯୬୦ ନିର୍ବାଚନରେ ଏଲିଆନର ରୁଜଭେଲ୍ଟ ସମେତ ଉଦାରପନ୍ଥୀ ମାନଙ୍କ ସମର୍ଥନ ହରାଇବା ହିଁ ସାର ହେଲା ।
 
==୧୯୬୦ ରାଷ୍ଟ୍ରପତି ନିର୍ବାଚନ==