"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୮୬ କ ଧାଡ଼ି:
 
==ସେନାବାହିନୀ ରେ କେନେଡ଼ି (୧୯୪୧-୪୫)==
 
ସେପ୍ଟେମ୍ବର ୧୯୪୧ରେ ତାଙ୍କର ଦୀର୍ଘକାଳୀନ ଅଣ୍ଟା ବ୍ୟଥା ଅସୁବିଧା ଲାଗି ଆମେରିକୀୟ ସେନାବାହିନୀ ଦ୍ୱାରା ସ୍ୱାସ୍ଥ୍ୟ ଆଧାରରେ ପ୍ରତ୍ୟାଖ୍ୟିତ ହେଲେ । ତେବେ ଏଥିରେ ହାରି ନ ଯାଇ ସେ ନୌବାହିନୀ ରେ ଯୋଗଦେବା ଲାଗି ଉଦ୍ୟମ କଲେ । ନୌବାହିନୀ ଗୁପ୍ତବିଭାଗର ଡାଇରେକ୍ଟର ତାଙ୍କ ପିତା ଜୋସେଫ କେନେଡ଼ିଙ୍କ ଚିହ୍ନା ହୋ‍ଇଥିବାରୁ ତାଙ୍କୁ ନୌବାହିନୀରେ ସ୍ଥାନ ମିଳିଲା । ନୌବାହିନୀ ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ସେ ଏନସାଇନ୍ ଭାବେ କାମ କରୁଥିଲେ ।ଏହି ସମୟରେ ପଲ୍ ହାର୍ବର ଆକ୍ରମଣ ହେବାରୁ ସେ ନୌବାହିନୀ ରିଜର୍ଭ ଅଫିସର ଟ୍ରେନିଂ କର୍ପ ରେ ଓ ପରେ ମୋଟର ଟର୍ପେଡ଼ୋ ବୋଟ ସ୍କ୍ୱାଡ଼୍ରନ (ମେଲଭିଲ, ରୋଡ଼ ଆଇଲ୍ୟାଣ୍ଡ) ରେ ଯୋଗ ଦେଲେ । ତାଙ୍କ ପ୍ରଥମ କମାଣ୍ଡ ଥିଲା PT-101 (୭ ଡିସେମ୍ବର ୧୯୪୨-୨୩ ଫେବ୍ରୁଆରୀ ୧୯୪୩) ଯାହା ଟ୍ରେନିଂ ପାଇଁ ବ୍ୟବହାର ହେଉଥିଲା । ତା ପରେ ତାଙ୍କ ନେତୃତ୍ୱ ରେ ତିନିଟି PT ବୋଟ (PT-98, PT-99, PT-101) କୁ ରୋଡ଼ ଆଇଲ୍ୟାଣ୍ଡରୁ ଜ୍ୟାକସନଭିଲ, ଫ୍ଲୋରିଡ଼ା କୁ ନିଆଗଲା । ଏହି ଯାତ୍ରା ସମୟରେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ଯୋଗୁଁ ସେ କିଛି ସମୟ ରୋଗଗ୍ରସ୍ତ ହୋ‍ଇଥିଲେ । ତା’ପରେ ତାଙ୍କୁ ପାନାମା ଓ ପରେ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରାଗଲା । ସେ ଲେଫ୍ଟିନାଣ୍ଟ ପଦବୀକୁ ଉତ୍ତୀର୍ଣ୍ଣ ହେବା ସହ ଆଉ ଦୁଇଟି ପାଟ୍ରୋଲ ଟର୍ପେଡ଼ୋ (PT) ବୋଟର ନେତୃତ୍ୱ ନେଇଥିଲେ ।
 
୨ ଅଗଷ୍ଟ ୧୯୪୩ ରେ କେନେଡ଼ିଙ୍କ PT-109 ବୋଟ ସହ PT-162 ଓ PT-169 ସୋଲୋମନ ଦ୍ୱୀପ ପାଖରେ ପାଟ୍ରୋଲିଂ କରୁଥିଲା ବେଳେ PT-109, ଜାପାନୀ ଯୁଦ୍ଧଜାହାଜ ଆମାଗିରି ଧକ୍କାରେ ନଷ୍ଟ ହୋ‍ଇଗଲା । କେନେଡ଼ି ନିଜ ବଞ୍ଚିଥିବା ନାବିକ ମାନଙ୍କୁଏକତ୍ରିତ କରି ଲଢ଼ିବା କିମ୍ୱା ଆତ୍ମସମର୍ପଣ କରିବା, ସେ ନେଇ ଭୋଟ କଲେ । ତାଙ୍କ ଭାଷାରେ "ଏପରି ଶୋଚନୀୟ ଅବସ୍ଥାରେ କଣ କରିବାକୁ ହୁଏ ତାହା ଆମକୁ ପଢ଼ାଯାଇ ନାହିଁ । ମୁଁ ଜାଣେ ତମ ମାନଙ୍କର ପରିବାର ଅଛି,କିଛିଙ୍କ ପିଲାଛୁଆ ବି ଅଛନ୍ତି । ତମେ ମାନେ କଣ କରିବାକୁ ଚାହଁ? ମୋର ହରାଇବା ଲାଗି କିଛି ନାହିଁ ।" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।
 
ସେଇ ଧକ୍କାରେ କେନେଡ଼ିଙ୍କ ପିଠି ଆଘାତଗ୍ରସ୍ତ ହୋ‍ଇଥିଲେ ହେଁ ସେ ତାକୁ ଖାତିର ନକରି ନିଜ ଦାନ୍ତରେ ଗୋଟେ ଲାଇଫ ଜ୍ୟାକେଟ ଧରି ଜଣେ ନିଆଁରେ ପୋଡ଼ିଯାଇଥିବା ନାବିକଙ୍କୁ ଉଦ୍ଧାର କଲେ । ନିଜ କର୍ମୀମାନଙ୍କୁ ସେ ଗୋଟିଏ ଦ୍ୱୀପ ଓ ସେଠୁ ଆଉ ଗୋଟେ ଦ୍ୱୀପକୁ ନେଇଗଲେ ଯେଉଁଠୁ ପରେ ସେମାନଙ୍କୁ ଉଦ୍ଧାର କରାଗଲା । ତାଙ୍କର ସାହସିକତା ଲାଗି ନୋମ୍ନୋକ୍ତ ଉର୍ଦ୍ଧୃତି ସହ ନାଭାଲ ଓ ମାରିନ୍ କର୍ପ ମେଡ଼ାଲ ମିଳିଥିଲା ।
 
ନଭେମ୍ବର ୧୯୪୩ରେ ତାଙ୍କ ଅଧୀନରେ PT-59 ଗନବୋଟ ଚୋ‍ଇସିଉଲ ଦ୍ୱୀପରୁ ସୈନିକ ମାନଙ୍କୁ ଉଦ୍ଧାର ମିଶନରେ ଅଂଶଗ୍ରହଣ କଲା । ଜାନୁଆରୀ ୧୯୪୪ ରେ ନିଜ ଅଣ୍ଟା ବ୍ୟଥା ଲାଗି ସେ PT-59 ଛାଡ଼ି ଆମେରିକା ଫେରିଆସିଲେ । ସେହି ବର୍ଷ ପରେ ତାଙ୍କୁ ସକ୍ରିୟ ଡ୍ୟୁଟିରୁ ମୁକ୍ତି ମିଳିଲା ।
 
ଜାନୁଆରୀ ୧୯୪୫ ବେଳେ ସେ ନିଜ ଅଣ୍ଟା ବ୍ୟଥା ଲାଗି ଆରିଜୋନାର କାସଲ ହଟ ସ୍ପ୍ରିଂ ନାମକ ରେସର୍ଟ ଓ ସେନା ହାସପାତାଳରେ ତିନିମାସ କାଳ କାଟିଥିଲେ । ୧୯୪୫ ରେ ଜାପାନର ଆତ୍ମସମର୍ପଣର କିଛି ଦିନ ପୂର୍ବେ ହିଁ ତାଙ୍କୁ ସେନାରୁ ସେନା ଡ୍ୟୁଟିରୁ ପୂର୍ଣ୍ଣ ମୁକ୍ତି ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ମିଳିଥିବା ପଦକ ଗୁଡ଼ିକ ହେଲା: ପର୍ପଲ ହାର୍ଟ, ଆମେରିକାନ ଡିଫେନ୍ସ ସର୍ଭିସ ମେଡାଲ, ଆମେରିକାନ କାମ୍ପେନ ମେଡାଲ, ଏସିଆଟିକ-ପାସିଫିକ କାମ୍ପେନ ମେଡାଲ, ତିନିଟି ବ୍ରୋଞ୍ଜ ସର୍ଭିସ ଷ୍ଟାର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ମେଡାଲ । ଥରେ କେନେଡ଼ିଙ୍କୁ ପଚରାଗଲା ଯେ ସେ କିପରି ଯୁଦ୍ଧ ହିରୋ ହେଲେ, ସେ ବ୍ୟଙ୍ଗରେ ଉତ୍ତର ଦେଲେ "ସେଇଟା ଅତି ସହଜ ଥିଲା । ଜାପାନୀ ମାନେ ମୋ PT ବୋଟକୁ ଦୁଇ ଖଣ୍ଡ କରିଦେବାରୁ (ମୁଁ ହିରୋ ପାଲଟିଗଲି) ।"
 
ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟ ଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହା ଦ୍ୱାରା କେନେଡ଼ି ଜନମାଧ୍ୟମ ରେ ପରିଚିତ ହେବା ସହ କୂଟନୀତି ରେ ପାରଙ୍ଗମ ହେଲେ । ସେହି ମେ ରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତା ରୂପେ କାର୍ଯ୍ୟ କରିଥିଲେ ।