"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୬୨ କ ଧାଡ଼ି:
 
୨୨ ନଭେମ୍ଵର ୧୯୬୩ ରେ ତାଙ୍କୁ ଡାଲାସ୍ ଠାରେ ଗୁଳି କରି ହତ୍ୟା କରାଯାଇଥିଲା । ସେହି ସନ୍ଧ୍ୟାରେ ଅଭିଯୁକ୍ତ ଲି ହାର୍ଭି ଅସୱାଲ୍ଡ କୁ ଗିରଫ କରାଗଲା । ତେବେ ଅଦାଲତରେ ମୋକଦମା ଚାଲିବା ଆଗରୁ ଜ୍ୟାକ୍ ରୁବି ନାମକ ବ୍ୟକ୍ତି ଲି ଙ୍କୁ ଗିରଫ ହେବାର ଦୁଇ ଦିନ ପରେ ହିଁ ଗୁଳି କରି ହତ୍ୟା କଲେ । ପରେ FBI, ୱାରେନ କମିଶନ ଆଦିଙ୍କ ଜାଞ୍ଚରୁ ସ୍ପଷ୍ଟ ହେଲା ଯେ ଲି ହିଁ କେନେଡ଼ିଙ୍କୁ ହତ୍ୟା କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==
 
ଜନ ଫିଜ୍‌ଗେରାଲ୍ଡ କେନେଡ଼ିଙ୍କ ଜନ୍ମ ହୁଏ ୨୯ ମେ ୧୯୧୭ ରେ ୮୩ ବିଲ୍ସ ଷ୍ଟ୍ରିଟ, ବ୍ରୁକଲିନ, ମାସାଚୁସେଟ୍ସ ଠାରେ । ତାଙ୍କ ପିତା ଜୋସେଫ ପାଟ୍ରିକ "ଜୋ" କେନେଡ଼ି ସିନିଅର (୧୮୮୮-୧୯୬୯) ଜଣେ ବ୍ୟବସାୟୀ ଓ ରାଜନେତା ଥିଲେ ଏବଂ ତାଙ୍କ ମାତା ରୋଜ ଏଲିଜାବେଥ ଫିଜ୍‌ଗେରାଲ୍ଡ-କେନେଡ଼ି (୧୮୯୦-୧୯୯୫) ଜଣେ ସାମାଜିକ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଜେଜେବାପା ପ୍ୟାଟ୍ରିକ ଜୋସେଫ "ପି.ଜେ." କେନେଡ଼ି (୧୮୫୮-୧୯୨୯) ଜଣେ ବ୍ୟବସାୟୀ ଓ ରାଜନେତା ଏବଂ ଜେଜେମା ମ୍ୟାରୀ ଅଗଷ୍ଟା ହିକି-କେନେଡ଼ି (୧୮୫୭-୧୯୨୩) ଥିଲେ । ତାଙ୍କ ଅଜା ଜନ ଫ୍ରାନ୍ସିସ "ହନି ଫିଜ୍" ଫିଜ୍‌ଗେରାଲ୍ଡ (୧୮୬୩-୧୯୫୦) ବୋଷ୍ଟନର ମେୟର ଥିଲେ ଓ ଆଈ ମ୍ୟାରୀ ଜୋସେଫିନ "ଜୋସି" ହାନନ-ଫିଜ୍‌ଗେରାଲ୍ଡ (୧୮୬୫-୧୯୬୪) ଥିଲେ । ତାଙ୍କ ଅଜା, ଆଈ, ଜେଜେ ଓ ଜେଜେମା ଚାରି ଜଣଯାକ ଆୟରଲ୍ୟାଣ୍ଡରୁ ଆସିଥିବା ପ୍ରବାସୀ ମାନଙ୍କ ସନ୍ତାନ ଥିଲେ ।
 
କେନେଡ଼ିଙ୍କ ଭାଇ ମାନେ ଥିଲେ: ଜୋସେଫ ପ୍ୟାଟ୍ରିକ "ଜୋ" କେନେଡ଼ି ଜୁନିଅର (୧୯୧୫-୧୯୪୪), ରବର୍ଟ ଫ୍ରାନ୍ସିସ "ବବି" କେନେଡ଼ି (୧୯୨୫-୧୯୬୮) ଓ ଏଡ଼ୱାର୍ଡ଼ ମୁର "ଟେଡ଼" କେନେଡ଼ି (୧୯୩୨-୨୦୦୯) । ପ୍ରଥମ ଭାଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିଲେ । ରବର୍ଟ ପ୍ରଥମେ କେନେଡ଼ିଙ୍କ ଆଟର୍ଣ୍ଣି ଜେନେରାଲ ରୂପେ ଦାୟିତ୍ୱ ତୁଲାଇବା ପରେ ସାଂସଦ ହୋ‍ଇଥିଲେ । ଟେଡ଼ ମଧ୍ୟ ୧୯୬୨ ରୁ ୨୦୦୯ ରେ ନିଜ ମୃତ୍ୟୁ ଯାଏଁ ସାଂସଦ ଥିଲେ । ତାଙ୍କ ଭ‍ଉଣୀମାନେ ଥିଲେ: ରୋଜ୍ ମେରୀ "ରୋଜମେରୀ" କେନେଡ଼ି (୧୯୧୮-୨୦୦୫), କ୍ୟାଥଲିନ ଆଗ୍ନେସ୍ "କିକ୍" କେନେଡ଼ି (୧୯୨୦-୧୯୪୮), ଇଉନିସ ମେରୀ କେନେଡ଼ି (୧୯୨୧-୨୦୦୯), ପ୍ୟାଟ୍ରିସିଆ ହେଲେନ "ପ୍ୟାଟ୍" କେନେଡ଼ି (୧୯୨୪-୨୦୦୬) ଓ ଜାଁ ଆନ କେନେଡ଼ି (ଜନ୍ମ ୧୯୨୮) ।
 
କେନେଡ଼ିଙ୍କ ପ୍ରଥମ ୧୦ ବର୍ଷ ବ୍ରୁକଲିନରେ ବ୍ୟତୀତ ହୋ‍ଇଥିଲା । ଏହିଠାରେସେ ୪ର୍ଥ ଶ୍ରେଣୀ ଯାଏଁ ଏଡ଼ୱାର୍ଡ଼ ଡିଭୋସନ ସ୍କୁଲ, ନୋବଲ ଆଣ୍ଡ ଗ୍ରୀନୋ ଲୋଅର ସ୍କୁଲ ଓ ଡେକ୍ସଟର ସ୍କୁଲରେ ଅଧ୍ୟୟନ କରିଥିଲେ । ୧୯୨୭ ରେ କେନେଡ଼ି ପରିବାର ରିଭରଡ଼େଲ, ବ୍ରଙ୍କ୍‌ସ୍, ନ୍ୟୁୟର୍କ ର ହଡ଼ସନ ହିଲ ଅଞ୍ଚଳର ୫୦୪୦ ଇଣ୍ଡିପେଣ୍ଡେନ୍ସ ଆଭେନ୍ୟୁ ସ୍ଥିତ ଏକ ବିଶାଳ ବଙ୍ଗଳାକୁ ଚାଲିଯାଇଥିଲେ । ଏଠାରେ କେନେଡ଼ି ୫ମ ରୁ ୭ମ ଶ୍ରେଣୀ ଯାଏଁ ରିଭରଡ଼େଲ କଣ୍ଟ୍ରି ସ୍କୁଲ ନାମକ ବେସରକାରୀ ବାଳକ ବିଦ୍ୟାଳୟରେ ଅଧ୍ୟୟନ କଲେ । ଦୁଇ ବର୍ଷ ପରେ କେନେଡ଼ି ପରିବାର ବ୍ରଙ୍କ୍‌ସ୍‍ଭିଲ, ନ୍ୟୁୟର୍କ ର ୨୯୪ ପଣ୍ଡ୍‌ଫିଲ୍ଡ ରୋଡ଼ କୁ ଗୃହ ସ୍ଥାନାନ୍ତରଣ କଲେ । ତାଙ୍କ ପରିବାର ଗ୍ରୀଷ୍ମଋତୁ ମାସାଚୁସେଟ୍ସର ହାୟାନିସ୍‌ପୋର୍ଟରେ ଥିବା ଘରେ ଓ ବଡ଼୍ଦିନ ଓ ଇଷ୍ଟର ଛୁଟି ସମୟ ଫ୍ଲୋରିଡ଼ାର ପାମ୍ ବିଚ୍ ସ୍ଥିତ ତାଙ୍କ ଶୀତକାଳୀନ ଗୃହରେ ବ୍ୟତୀତ କରୁଥିଲେ । ୧୩ ବର୍ଷ ବୟସରେ (ସେପ୍ଟେମ୍ବର ୧୯୩୦) କେନେଡ଼ି କନେକ୍ଟିକଟର ନିଉ ମିଲଫୋର୍ଡ଼ ସ୍ଥିତ କ୍ୟାଣ୍ଟରବରୀ ସ୍କୁଲରେ ନାଁ ଲେଖାଇଲେ । ଏପ୍ରିଲ ୧୯୩୧ରେ ଭୀଷଣ ପେଟବ୍ୟଥା ହେବାରୁ ତାଙ୍କର ଉଣ୍ଡୁକ (appendix) ଅସ୍ତ୍ରୋପଚାର କରାଗଲା ଯାହା ପରେ ସେ ସ୍କୁଲରୁ ବିରତି ନେଲେ ।
 
ସେପ୍ଟେମ୍ବର ୧୯୩୧ ରେ ତାଙ୍କ ପିତା ପଢ଼ିବା ଲାଗି କନେକ୍ଟିକଟରେ ଥିବା ୱାଲିଂଫୋର୍ଡ଼ର କୋଏଟ ସ୍କୁଲକୁ ପଠାଇଲେ । ଏଇଠି ସେ ୯ମ ରୁ ୧୨ଶ ଯାଏଁ ପଢ଼ିଥିଲେ । ତାଙ୍କ ବଡ଼ ଭାଇ ଦୁଇ ବର୍ଷ ଆଗରୁ ସେଇ ସ୍କୁଲରେ ପଢୁଥିଲେ ଓ ଜଣେ ଫୁଟବଲ ଖେଳାଳୀ ଓ ମେଧାବୀ ଛାତ୍ର ରୂପେ ପ୍ରସିଦ୍ଧ ଥିଲେ । ନିଜ ଭାଇଙ୍କ ପ୍ରସିଦ୍ଧିର ଛାୟାରେ ଥିବାରୁ ସେ ଅତ୍ୟନ୍ତ ଦୁଷ୍ଟ ହୋ‍ଇଯାଇଥିଲେ । ଥରେ ସେ ଗୋଟେ ପାଇଖାନା ସିଟ କୁ ବାଣ ରଖି ଫଟାଇଦେଲେ । ତା’ ପର ଦିନ ପ୍ରାର୍ଥନା ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଜର୍ଜ ସେଣ୍ଟ ଜନ ସେଇ ସିଟକୁ ପ୍ରଦର୍ଶନ କରି କହିଲେ କିଛି ଅଣାୟତ୍ତ (muckers) ପିଲାଙ୍କୁ ପରିହାସ କଲେ । ଏଥିରୁ କିଛି ଶିଖିବା ବଦଳରେ ବରଂ କେନେଡ଼ି ନିଜ ସାଙ୍କ ଓ ରୁମମେଟ ଙ୍କୁ ନେଇ '''ଅଣାୟତ୍ତ କ୍ଲବ''' (The Muckers Club) ବୋଲି ଗୋଟେ ଗୋଷ୍ଠୀ ତିଆରି କଲେ ।
 
କୋଏଟ ସ୍କୁଲରେ ପଢ଼ିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପ୍ରାୟ ଖରାପ ରହୁଥିଲା । ୧୯୩୪ ରେ ଅତି ଗମ୍ଭୀର ଅବସ୍ଥାରେ ତାଙ୍କୁ ୟେଲର ନିଉ ହାଭେନ ହାସପାତାଳରେ ଭର୍ତ୍ତି କରାଗଲା । ଡାକ୍ତରମାନେ ତାଙ୍କୁ ରକ୍ତ କର୍କଟ ହୋ‍ଇଛି ବୋଲି ଭବିଥିଲେ । ପରେ ଜୁନ ମାସରେ ତାଙ୍କୁ ମିନେସୋଟାର ମାୟୋ କ୍ଲିନିକ ରେ ଭର୍ତ୍ତି କରାଗଲା ଯେଉଁଠି ତାଙ୍କୁ ବୃହଦାନ୍ତ୍ର ଉତ୍ତେଜନା (colitis) ହୋ‍ଇଛି ବୋଲି ନିରୂପଣ ହେଲା । ତା ପର ବର୍ଷ ଜୁନ ମାସରେ ସେ ସ୍କୁଲରୁ ପାସ କଲେ ।
 
ସେପ୍ଟେମ୍ବର ୧୯୩୫ରେ ସେ ନିଜ ପିତାମାତା ଓ ଭ‍ଉଣୀ କ୍ୟାଥଲିନଙ୍କ ସହ ପ୍ରଥମ ଥର ବିଦେଶ ଗଲେ । ଉଦ୍ଦେଶ୍ୟ ଥିଲା ନିଜ ବଡ଼ ଭାଇଙ୍କ ପଦାନୁସରଣରେ ସେ ମଧ୍ୟ ହାରୋଲ୍ଡ ଲାସ୍କିଙ୍କ ତତ୍ତ୍ୱାବଧାନରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ରେ ପଢ଼ିବେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେଇ ବର୍ଷ ଅକ୍ଟୋବରରେ ସେ ଆମେରିକା ଫେରି ଆସିଲେ । ପରେ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ଛ‍ଅ ସପ୍ତାହ ପଢ଼ିଥିଲେ, କିନ୍ତୁ ପୁଣି ରୋଗଗ୍ରସ୍ତ ହେବାରୁ ତାଙ୍କୁ ବୋଷ୍ଟନର ପିଟର ବେଣ୍ଟ ବ୍ରିଙ୍ଘାମ ହାସପାତାଳରେ ଭରାଗଲା । ସେ କିଛି କାଳ ନିଜ ଶୀତକାଳୀନ ଗୃହରେ ବିରତି ନେବା ପରେ ୧୯୩୬ ରେ ବେନସନ, ଆରିଜୋନା ନିକଟସ୍ଥ ୪୦,୦୦୦ ଏକର ବ୍ୟାପ୍ତ "ଜେ ସିକ୍ସ" ପଶୁ ଫାର୍ମରେ ସହାୟକ ଭାବେ କାମ କଲେ ।
 
ସେପ୍ଟେମ୍ବର ୧୯୩୬ରେ କେନେଡ଼ି, ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ । ସେ ବର୍ଷ ତାଙ୍କ ନାଟକ "ଫ୍ରେଶମ୍ୟାନ ସ୍ମୋକର" ଯେଉଁଥିରେ ରେଡ଼ିଓ, ସିନେମା ଓ କ୍ରୀଡ଼ା ଜଗତର ଅନେକ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ, ବେଶ୍ ପ୍ରସିଦ୍ଧ ହୋ‌ଇଥିଲା । ସେ ଫୁଟବଲ, ଗଲ୍ଫ ଓ ସନ୍ତରଣରେ ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟର ସନ୍ତରଣ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା । ସେ ମଧ୍ୟ ଡଙ୍ଗା ଚାଳନାରେ ଦକ୍ଷ ଥିଲେ ୧୯୩୬ର ନାଣ୍ଟକେଟ ସାଉଣ୍ଡ ଷ୍ଟାର ଚ୍ୟାମ୍ପିୟନଶିପ ରେ ବିଜୟୀ ହୋ‌ଇଥିଲେ । ଜୁଲାଇ ୧୯୩୭ ରେ କେନେଡ଼ି ନିଜ ଫ୍ରାନ୍ସ ଭ୍ରମଣରେ ଯାଇ ୧୦ ସପ୍ତାହ ଇଉରୋପ ଗସ୍ତ କରିଥିଲେ । ଜୁନ ୧୯୩୮ ରେ ସେ ନିଜ ପିତା ଓ ଭାଇଙ୍କ ସହ ଲଣ୍ଡନସ୍ଥିତ ଆମେରିକୀୟ ଦୂତାବାସ ରେ କାମ କରିବାକୁ ଗଲେ, ସେଠି ତାଙ୍କ ପିତା ବ୍ରିଟେନ ଲାଗି ଆମେରିକୀୟ ରାଜଦୂତର ଦାୟିତ୍ୱ ବହନ କରିଥିଲେ ।
 
୧୯୩୯ ରେ କେନେଡ଼ି ନିଜ ହାଭାର୍ଡ଼ ଅନର୍ସ ଥେସିସ ଲାଗି ସୋଭିଏତ ଋଷିଆ, ବାଲ୍କାନ ଅଞ୍ଚଳ ଓ ମଧ୍ୟପ୍ରାଚ୍ୟ ଭ୍ରମଣ କଲେ । ଶେଷରେ ଚେକୋସ୍ଲୋଭାକିଆ ଓ ଜର୍ମାନୀ ହୋ‍ଇ ୧ ସେପ୍ଟେମ୍ବର ୧୯୩୯ରେ ଲଣ୍ଡନକୁ ଫେରିଆସିଲେ । ସେହିଦିନ ଜର୍ମାନୀ, ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା । ଦୁଇ ଦିନ ପରେ ଯେବେ ବ୍ରିଟିଶ ସଂସଦରେ ବ୍ରିଟେନ, ଜର୍ମାନୀ ଉପରେ ଯୁଦ୍ଧ ଘୋଷଣା କଲା, ସେ ତାଙ୍କ ପିତା ଓ ଭାଇଙ୍କ ସହ ଉପସ୍ଥିତ ଥିଲେ । SS Athenia ର ବଞ୍ଚିଯାଇଥିବା ଆମେରିକୀୟ ମାନଙ୍କ ସାହାଯ୍ୟ ଲାଗି ନିଜ ପିତାଙ୍କ ପ୍ରତିନିଧି ଭାବେ ତାଙ୍କୁ ପଠାଯାଇଥିଲା । ତା’ ପରେ ସେ ଫିଏନେସ, ଆୟରଲ୍ୟାଣ୍ଡରୁ ଉଡାଜାହାଜ ଯୋଗେ ନ୍ୟୁୟର୍କକୁ ଫେରିଆସିଲେ (ଆଟଲାଣ୍ଟିକ ଉପର ଦେଇ ଏହା ତାଙ୍କର ପ୍ରଥମ ବିମାନଯାତ୍ରା) ।
 
ହାଭାର୍ଡ଼ରେ ନିଜ ଶେଷ ବର୍ଷରେ ସେ ନିଜ ପଢାକୁ ଗମ୍ଭୀର ଭାବେ ନେଲେ । ଏହି ସମୟରେ ହିଁ ରାଜନୀତି ପ୍ରତି ତାଙ୍କର ସ୍ପୃହା ଜାତ ହେଲା । ୧୯୪୦ ରେ ସେ ନିଜ ଥିସିସ "Appeasement in Munich" ସମ୍ପୂର୍ଣ୍ଣ କଲେ । ମ୍ୟୁନିଖ ଚୁକ୍ତିରେ ବ୍ରିଟେନର ଯୋଗଦାନ ଉପରେ ଲିଖିତ ଏହି ଥିସିସ ପରେ "Why England Slept" ନାମରେ ପ୍ରକାଶିତ ହୋ‍ଇ ବହୁଚର୍ଚ୍ଚିତ ହୋ‍ଇଥିଲା । ସେହି ବର୍ଷ ସେ ହାଭାର୍ଡ଼ରୁ ଆନ୍ତର୍ଜାତିକ ସମ୍ବନ୍ଧରେ ବ୍ୟାଚଲର ଅଫ ସାଇନ୍ସରେ ସ୍ନାତକ ହାସଲ କଲେ । ତା’ପରେ ସେ ଷ୍ଟାନଫୋର୍ଡ଼ ଗ୍ରାଜୁଏଟ ସ୍କୁଲ ଅଫ ବିଜନେସ ରେ ଯୋଗଦେଲେ । ୧୯୪୧ ରେ ଆମେରିକୀୟ ରାଜଦୂତ ଭାବେ ନିଜ ଅନୁଭୁତି ଲେଖିବାରେ ନିଜ ପିତାଙ୍କୁ ସାହାଯ୍ୟ କରିଥିଲେ ।
 
୧୨ ସେପ୍ଟେମ୍ବର ୧୯୫୩ ରେ କେନେଡ଼ି ରୋଡ଼ ଆଇଲ୍ୟାଣ୍ଡର ନିଉପୋର୍ଟ ସ୍ଥିତ ସେଣ୍ଟ ମ୍ୟାରୀ ଚର୍ଚ୍ଚରେ ଜ୍ୟାକେଲିନ ବୋଭିୟରଙ୍କୁ ବିବାହ କଲେ । ବର୍ଷେ ପୂର୍ବରୁ ସେମାନଙ୍କର ସାକ୍ଷାତ ଓ ବନ୍ଧୁତା ହୋ‍ଇଥିଲା ।
 
==ସେନାବାହିନୀ ରେ କେନେଡ଼ି (୧୯୪୧-୪୫)==