"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
ଫୁଲ ଚନ୍ଦନରେ ବାଉଁଶବତା
ଫୁଲ ଚନ୍ଦନରେ ତୋତେ ମୁଁ ପୂଜଇ
ତୁ ପରା ମୋର ଈଷ୍ଟ ଦେବତା ।"</poem></center>
 
ପୁରୀ ସହରରେ ପ୍ରାୟ ୩୨ଘୋଡା ପ୍ରତିମା ବିଭିନ୍ନ୍ନ ସାହିରେ କୈବର୍ତ୍ତଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଦ୍ଵାରଠାରେ ଆସି ସମସ୍ତ ବାସେଳୀ ଠାକୁରାଣୀ ମିଳିତ ହୋଇଥାଆନ୍ତି । ଯୋଡି ମହୁରୀ ଓ ଢୋଲବାଦ୍ୟର ତାଳେ ତାଳେ ଘୋଡା ବାସେଳୀଙ୍କ ନାଚରେ କୈବର୍ତ୍ତଗଣ ମଜ୍ଜିଯାଇଛନ୍ତି ।ବଡଦଣ୍ଡ ହରିବୋଲ ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜପତି କୈବର୍ତ୍ତ ମାନଙ୍କୁ ପ୍ରଶ୍ନ ପଚାରିଛନ୍ତି,ମା'ବାସେଳୀଙ୍କର ଅପାର ମହିମା, ମା'ବାସେଳୀଙ୍କର ଅପାର ଶକ୍ତି ବିଷୟରେ! ଜଣେ କୈବର୍ତ୍ତ ଉତ୍ତର ଦେଲେ ଆପଣ ସମ୍ମୁଖରେ ରହି ମା'ସିଦ୍ଧ ବାସେଳୀଙ୍କର ପରୀକ୍ଷା ନିଅନ୍ତୁ । ରାଜା କହିଲେ ଯଦି ବାସେଳୀ ମା' ପରୀକ୍ଷାରେ ଉତ୍ତୀର୍ଣ ହେବେ, ତେବେ ଆମ୍ଭେ ବିଶ୍ୱାସ କରିବୁ । ପୁନର୍ବାର ରାଜା କହିଲେ ମୁଁ କିଛି ମହାପ୍ରସାଦ କୋଠା ଉପରେ ରଖିଆସିଛି । ଯଦି ଜୁମ ଠାକୁର ମହା ପ୍ରସାଦ ଖାଇ ଫେରିଆସି ତାଙ୍କ ସ୍ୱସ୍ଥାନରେ ବିରାଜମାନ କରିବେ, ତହାହେଲେ ବିଶ୍ୱାସ କରିବୁ ।
୩୦ କ ଧାଡ଼ି:
କୈବର୍ତ୍ତମାନେ ଘୋଡାନାଚ ଗୀତ ବୋଲିଲେ ।
 
<center><poem>
"ବାଟେ ଡାହଳିଆ ବର
ଆଉ ଦିନେ ଅଙ୍ଗଦ ବିନ୍ଧିଲା ଶର
Line ୩୫ ⟶ ୩୬:
ମା' ଦେଖା ମହିମା ତୋହର
ରାଜା ଖଞ୍ଜା ଆଜିଠାରୁ ପାଇବୁ
ମା' ଏବେ ଯାଆ ତୁ ଛାତ ଉପର ।"</poem></center>
 
 
ସଙ୍ଗେ ସଙ୍ଗେ ବତାର ପଞ୍ଜରା କାଠ ଘୋଡା ମୁଣ୍ଡ ସହିତ ଛାତ ଉପରକୁ ଉଡିଗଲେ, ଛାତ ଉପରୁ ମହାପ୍ରସାଦ ଖାଇ ପୁଣି ନିଜ ସ୍ଥାନରେ ଆସି ବିରାଜମାନ ହେଲେ । ସେହି ଦିନଠାରୁ ବାସେଳୀଙ୍କ ଉପରେ ସମସ୍ତ ପୁରୀବାସୀ ବିଶ୍ୱାସ କଲେ । ରାଜା ମଧ୍ୟ ତାଙ୍କର ବିଶ୍ୱାସ ହେବା ଯୋଗୁଁ ମା' ସିଦ୍ଧବାସେଳୀଙ୍କୁ ରୂପାର ହାର ଓ ରୂପାର କିରୀଟ ପ୍ରଦାନ କଲେ, ଜାହା ଅଦ୍ୟାବଧି ମା'ସିଦ୍ଧବାସେଳୀଙ୍କ ଦେହରେ ଶୋଭା ପାଉଅଛି । ସେହି ଦିନଠାରୁ ରାଉତ ଗୀତଟିଏ ଗାଇଛନ୍ତି ତାହା ମଧ୍ୟ ସେହି ଦିନଠାରୁ ବିଖ୍ୟାତ ହୋଇ ପୁରୀ ଜନମନରେ ଗୁଞ୍ଜରଣ ସୃଷ୍ଟି କରୁଛି ।
 
<center><poem>
"ବାରିଆଡେ ବାରି ଗବ
ନଇଲେ ମୋ' କାଠମୁଣ୍ଡ ଶାଠ ପଦ
ରାଜାଙ୍କ ନଅର ଡେଇଁଣ ତୁହି, ଜନନୀ ଖାଇଲୁ ମହାପ୍ରସାଦ
ଚାଇଁ ବାଉଁଶର କଣି- ସେହି ଦିନୁ ନାମକୁ ଦେଲେ
ନାମ ହେଲା ଚନ୍ଦ୍ରମଣୀ ।"</poem></center>
 
 
ରାଜାଙ୍କର ମାନସମ୍ମାନ ରକ୍ଷା କରିବା ପାଇଁ ମା' ସିଦ୍ଧ ବାସେଳୀ ଦେବୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ସହାୟତା କରିଥିବାରୁ ଏ କୈବର୍ତ୍ତର ଜାତି ମହାନ୍ ଦେବୀଙ୍କର କାର୍ଯ୍ୟରେ ମହିମାନ୍ଵିତ ହୋଇପାରିଛି, କାରଣ ମା' ସିଦ୍ଧବାସେଳୀ ହେଉଛନ୍ତି, ଏ କୈବର୍ତ୍ତ ଜାତିର କୁଳ ଦେବୀ ।