"ନୈନିତାଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ShitiBot ପୃଷ୍ଠାଟିକୁ Nainitalରୁ ନୈନିତାଲ୍କୁ ଘୁଞ୍ଚାଇଲେ: Robot: Moved page
No edit summary
୧ କ ଧାଡ଼ି:
{{Infobox settlement
| name = Nainitalନୈନିତାଲ
| native_name = नैनीतालNainital
| native_name_lang =
| other_name =
୬୫ କ ଧାଡ଼ି:
 
 
'''{{PAGENAME}}''' ଏକ [[ଭାରତ|ଭାରତୀୟ]] {{TownType|N.P.}} ଅଟେ । ଏହା [[ଉତ୍ତରାଖଣ୍ଡ]]ର [[Nainital|ନଇନିତଲ୍]] ଜିଲ୍ଲାରେ ଅବସ୍ଥିତ ।
 
== ଜନସଂଖ୍ୟା ଓ ସାକ୍ଷରତା ==
୭୧ କ ଧାଡ଼ି:
 
== ଭାଷା ==
{{PAGENAME}} ସହରର ସରକାରୀ ଭାଷା ହିନ୍ଦୀ ଅଟେ ।
 
 
== ଭ୍ରମଣ ବିଶେଷତା ==
 
ବରଫ ଆଚ୍ଛାଦିତ ପାହାଡ଼ ମଝିରେ ନୈନିତାଲ ସହରକୁ ବିଭିନ୍ନ ଝରଣା ଘେରି ରହିଛି । ଏହି ଝରଣାମାନଙ୍କ ମଧ୍ୟରେ ପ୍ରମୁଖ ଝରଣା ନୈନିର ନାମାନୁସାରେ ସ୍ଥାନଟିର ନାମ ନୈନିତାଲ୍‍ ରଖଯାଇଛି । ଏହାକୁ '''“ଝରଣାର ସହର”''' ମଧ୍ୟ କୁହାଯାଏ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ନୈନିତାଲ୍‍ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ସହଲ ‘ସରୋବର ନଦୀ’ ନାମରେ ଦେଶ ବିଦେଶରେ ପରିଚିତ।
 
ଏହି ମନୋରମ ସ୍ଥଳର ଅନୁସନ୍ଧାନ ବେରନ୍‍ ନାମକ ବ୍ରିଟିଶ ଅଧିକାରୀ ୧୮୪୧ରେ କରିଥିଲେ ବୋଲି କୁହାଯାଏ । ପାହାଡ଼ ଉପରେ ତିଆରି ହୋଇଥିବା ଛୋଟଛୋଟ ସୌନ୍ଦର୍ଯ୍ୟମୟୀ ପରିପୂର୍ଣ୍ଣ ବୃକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ରାତିରେ ଏହି ସହରର ସୌନ୍ଦର୍ଯ୍ୟ ପ୍ରକୃତରେ ଅଧିକ ସୁନ୍ଦର ହୋଇଥାଏ । ଏହାକୁ ଭାରତର ଝରଣା ରାଜ୍ୟ ବୋଲି କୁହାଯାଏ, କାରଣ ସମଗ୍ର ସହରରେ ବିଭିନ୍ନ ଝରଣାର ସମାଗମ ରହିଛି । ‘ନୈନି’ ଶବ୍ଦର ଅର୍ଥ ହେଲା ଆଖି ଏବଂ ‘ତାଲ୍‍ର ଅର୍ଥ ହେଲା ଝିଲ୍‍ । ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଲା ଝରଣାର ସହର ନୈନିତାଲ୍‍ ।<ref> {{cite web|title=ଝରଣାର ସହର ନୈନିତାଲ୍|url=http://www.thesamaja.com/news_view.php?news_id=78132|accessdate=06 October 2015}}</ref>
=== କେତେକ ପ୍ରମୁଖ ଦର୍ଶନୀୟ ସ୍ଥାନ ===
==== ନୈନି ଝରଣା ====
ସହରର ମଧ୍ୟବର୍ତ୍ତୀ ତଲହଟୀରେ ସ୍ଥିତ ଏହି ପ୍ରାକୃତିକ ଝରଣା ‘ଋଷି ସରୋବର’ ନାମରେ ପରିଚିତ । ନୌକାବିହାର ଏହାର ମୁଖ୍ୟ ଆକର୍ଷଣ।
==== ନୈନୀ ଦେବୀ ମନ୍ଦିର ====
ଶିବରାତ୍ରି ଦିନ ଏଠାରେ ଶୈବଭକ୍ତଙ୍କ ବିଶାଳ ମେଳା ଦେଖିବାକୁ ମିଳିଥାଏ । ନୈନୀ ଝରଣା ନିକଟରେ ଏହି ଆକର୍ଷଣୀୟ ମନ୍ଦିର ଅବସ୍ଥିତ । ଭିନ୍ନ ମତରେ ନୈନୀ ଦେବୀଙ୍କ ନାମରେ ନୈନିତାଲ୍‍ର ନାମକରଣ କରାଯାଇଛି ବୋଲି କୁହାଯାଏ ।
==== ନୈନା ପିକ୍‍ ====
‘ନୈନା ପିକ୍‍’ହେଉଛି ନୈନିତାଲ୍‍ର ସବୁଠାରୁ ଉଚ୍ଚ ଶିଖର । ଏଠାରେ ଖାଦ୍ୟ ପାନୀୟର ସୁବିଧା ନଥିବା କାରଣରୁ ପର୍ଯ୍ୟଟକଙ୍କୁ ଏନେଇ ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ । ଏହି ଶିଖରରୁ ନୈନିତାଲ୍‍ର ସୌନ୍ଦର୍ଯ୍ୟ ବେଶ୍‍ ଆକର୍ଷଣୀୟ ଲାଗିଥାଏ ।
==== ଚିଡ଼ିଆଖାନା ====
ନୈନିତାଲ୍‍ଠାରୁ ମାତ୍ର ୧ କିଲୋମିଟର ଦୂରତ୍ୱରେ ଥିବା ଏହି ଚିଡ଼ିଆଖାନାରେ ପାହାଡ଼ୀ କଳାଭାଲୁ, ଚିତା, ବାଘ, ଜଙ୍ଗଲୀ ବିରାଡ଼ି, ହରିଣ ଆଦି ପଶୁ ଦେଖିବାକୁ ମିଳନ୍ତି । ଏଠାରୁ ମଲ୍ଲୀତାଲ୍‍ ଏବଂ ଏହାର ଆଖପାଖ ସ୍ଥାନ ବେଶ୍‍ ସୁନ୍ଦର ଦେଖାଯାଇଥାଏ ।
==== ଦୋଳିପଥ ====
ମଲ୍ଲୀତାଲ୍‍ଠାରୁ ସ୍ନୋ ଭିୟୁ ପର୍ଯ୍ୟନ୍ତ ରୋପ୍‍ୱେ ମାଧ୍ୟମରେ ଯାଇ ହେବ । ଏଥିପାଇଁ ସ୍ୱତନ୍ତ୍ର ଟିକଟ୍‍ କରିବାର ନିୟମ ରହିଛି ।
==== ହନୁମାନ ଗଢ଼ୀ ====
ନୈନିତାଲ୍‍ଠାରୁ ୩ କିଲୋମିଟର ଦୂରରେ ହନୁମାନ ଗଢ଼ୀ ୧,୯୫୧ ମିଟର ଉଚ୍ଚରେ ଅବସ୍ଥିତ । ସୂର୍ଯ୍ୟାସ୍ତ ସମୟର ସୌନ୍ଦର୍ଯ୍ୟ ତଥା ମନ୍ଦିର ନିମନ୍ତେ ସ୍ଥାନଟି ପ୍ରସିଦ୍ଧ ।
==== ଭୀମତାଲ ====
ନୈନିତାଲ୍‍ଠାରୁ ୨୩ କିଲୋମିଟର ଦୂରସ୍ଥିତ ଭୀମତାଲ ବିଷୟରେ କୁହାଯାଏ ଯେ, ଏହାର ନିର୍ମାଣ ମହାଭାରତ କାଳରେ ହୋଇଥିଲା । ଏହି ଝରଣାର ମଧ୍ୟଭାଗରେ ଥିବା ଟାପୁରେ ଅବସ୍ଥିତ ରେସ୍ତୋରାଁ ପର୍ଯ୍ୟଟକଙ୍କୁ ବେଶ୍‍ ଦୂରରୁ ଆକର୍ଷିତ କରିଥାଏ । ଭୀମତାଲରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।
==== ସାତତାଲ ====
ନୈନିତାଲ୍‍ଠାରୁ ୨୨ କିଲୋମିଟର ଦୂରରେ ୭ଟି ଝରଣାର ସୁନ୍ଦର ସମାଗମ ରହିଛି, ଯାହାକୁ ସାତତାଲ ନାମରେ ନାମିତ କରାଯାଇଛି ।
==== ନୌକୁଚିୟାତାଲ ====
ଭୀମତାଲଠାରୁ ୪ କିଲୋମିଟର ଦୂରରେ ରହିଛି ନୌକୁଚିୟାତାଲ । ପର୍ଯ୍ୟଟକଙ୍କ ଜଳକ୍ରୀଡ଼ା ପାଇଁ ଏଠାରେ ସୁବ୍ୟବସ୍ଥା ହୋଇଛି ।
==== ରାମଗଢ଼ ====
ରାମଗଢ଼ରେ ସେଓ ବିଗିଚା ଦେଖିବାକୁ ବେଶ୍‍ ଆକର୍ଷଣୀୟ ଲାଗିଥାଏ । ନୈନିତାଲଠାରୁ ଏହା ୨୬ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ରବୀନ୍ଦ୍ରନାଥ ଟାଗୋର ‘ଗୀତିଞ୍ଜଳୀ’ର ରଚନା ଏହି ସ୍ଥାନରୁ କରିଥିଲେ ।
==== ମୁକ୍ତେଶ୍ୱର ====
ଏହି ରମଣୀୟ ସ୍ଥଳ ନୈନିତାଲଠାରୁ ୫୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନରୁ ହିମାଳୟର ବରଫ ଆଚ୍ଛାଦିତ ଶିଖର ବହୁତ ଆକର୍ଷଣୀୟ ଲାଗେ । ଏଠାରେ ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନର ମୁଖ୍ୟ କାର୍ଯ୍ୟାଳୟ ରହିଛି ।
 
=== ଗମନା ଗମନ ===
ଏଠାରୁ ନିକଟତମ ରେଳ ଷ୍ଟେସନ ହେଉଛି କାଠଗୋଦାମ, ଯାହା ନୈନିତାଲଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । କାଠଗୋଦାମଠାରୁ ନିୟମିତ ବସ୍‍ ଏବଂ ଟାକ୍ସି ସେବା ଉପଲବ୍ଧ ରହିଛି । ନୈନିତାଲ ପହଞ୍ଚିବା ପାଇଁ ଅନ୍ୟ ଏକ ରେଳ ଷ୍ଟେସନ ଲାଲକୁଅାଁ ମଧ୍ୟ ରହିଛି । ଲାଲକୁଅାଁ ନୈନିତାଲଠାରୁ ୫୩ କିଲୋମିଟର ଦୂରରେ ଅବସ୍ଥିତ । ନିକଟସ୍ଥ ରାଜ୍ୟମାନଙ୍କ ଭିତରେ ନୈନିତାଲ ପାଇଁ ସ୍ୱତନ୍ତ୍ର ବସସେବା ରହିଛି ।
== ଆହୁରି ପଢନ୍ତୁ ==
== ଆଧାର ==
{{ଆଧାର}}
 
 
== ବାହାର ଲିଙ୍କ ==
"https://or.wikipedia.org/wiki/ନୈନିତାଲ୍"ରୁ ଅଣାଯାଇଅଛି