"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧୬ କ ଧାଡ଼ି:
| occupation = ପୌରାଣିକ କବି
}}
'''ଜଗନ୍ନାଥ ଦାସ''' (୧୪୯୦-୧୫୫୦) ''(କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)''<ref>{{cite web |url= http://orissadiary.com/personality/poet/JAGANNATHA_DAS.asp |title=ATIBADI JAGANNATHA DAS, POET THE GREAT |first= |last= |work=orissadiary.com |quote=Historians differ and opine that he was born in 1490 ‘Bhadra Shukla Pakhya’, Radhastami Day about 5 kms away from Puri, in Kapileswarpur Sashana. As per ‘Odissa Sahitya Academy Publication titled Jagannath Das written by Bhagabana Panda, the done of birth of poet Sait Jagannath Das is 1491 and he had a life span of 59 years (1491-1550). Others opine that his exact span of life was sixty years (1492-1552). |accessdate=7 November 2012}}</ref> ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] କବି ଓ ସାଧକ ଥିଲେ । ସେ [[ଓଡ଼ିଆ ସାହିତ୍ୟ]]ର [[ପଞ୍ଚସଖା]]ଙ୍କ (ପାଞ୍ଚ ଜଣ [[ଭକ୍ତି ଆନ୍ଦୋଳନ|ଭକ୍ତ]]କବିଙ୍କ ସମାହାର; [[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଶିଶୁ ଅନନ୍ତ ଦାସ]], [[ଯଶୋବନ୍ତ ଦାସ]]) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟ ଦେବଙ୍କ]] ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) ।
ପିତା "ଭଗବାନ ଦାସ" ଓ ମାତା "ପଦ୍ମାବତୀ"ଙ୍କ ଠାରୁ ଜନ୍ମିତ [[ଓଡ଼ିଆ ସାହିତ୍ୟ]]ର ପଞ୍ଚସଖାଙ୍କ ଭିତରୁ ଜଣେ । [[ଚୈତନ୍ୟ ମହାପ୍ରଭୁ|ଶ୍ରୀ ଚୈତନ୍ୟ ଦେବଙ୍କ]] ସମୟରେ ଉତ୍କଳର ଯେଉଁ ପଞ୍ଚମୂର୍ତ୍ତି ([[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଶିଶୁ ଅନନ୍ତ ଦାସ]], [[ଯଶୋବନ୍ତ ଦାସ]]) ବୈଷ୍ଣବ ମହାପୁରୁଷମାନେ ପ୍ରସିଦ୍ଧଲାଭ କରିଥିଲେ ସେମାନେ ପଞ୍ଚସଖା ନାମରେ ବିଖ୍ୟାତ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
'''ଜଗନ୍ନାଥ ଦାସ''' [[ଓଡ଼ିଆ ଭାଷା]]ର ଜଣେ ସାଧକ ଓ କବି ଥିଲେ ଓ [[ଓଡ଼ିଆ ଭାଷା|ଓଡ଼ିଆରେ]] ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ ।
 
ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ "ଅତିବଡ଼ି" ଡାକୁଥିଲେ ଯାହାର ଅର୍ଥ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ" ।
 
== ଜୀବନ କାଳ ==
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ<ref>{{cite web |url= http://www.tattvaloka.com/magazine/november-2011/article/atibadi-jagannath-das |title=Atibadi Jagannath Das |first=Choodala |last= |work=tattvaloka.com |quote=Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. <!--The Vaishnavaits treat him as an incarnation of Sri Radhika and the Shakt adore him as an incarnation of Sri Durga.-->|accessdate=7 November 2012}}</ref> ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ଵାସ କରନ୍ତି ତାଙ୍କ ପିତାଙ୍କ ନାମ ଭଗବାନ ଦାଶଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ଏବଂ ପଦ୍ମାବତୀ ଧର୍ମ ପରାୟାଣା, ସୁଶୀଳା ଓ ପତିଭକ୍ତା ଥିଲେ ।
 
ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାଶ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ । ଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାଙ୍କର ଚୂଡ଼ାକର୍ମ, କଣ୍ଣବୋଧ ଆଦି ଶେଷ କରିଥିଲେ । ଏହି ଚତୁର୍ଥ ବର୍ଷ ବୟସ୍କ ବାଳକ କେବଳ କ୍ରୀଡ଼ା କୌତୁକରେ ସମୟ କଟାଉଥିଲେହେଁ ତାଙ୍କର ଅସାଧାରଣ ସ୍ମରଣ ଶକ୍ତିର ଓ ପ୍ରତିଭାର ପରିଚୟ ମିଳୁଥିଲା । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରି ପୂର୍ବ ଜନ୍ମ ସଂସ୍କାର ବଶତଃ ଅଳ୍ପ ସମୟ ମଧ୍ୟରେ ପଠିତ ବିଷୟମାନ ମନେ ରଖି ପାରୁଥିଲେ । ସେ ପ୍ରଥମେ ଗ୍ରାମ ପାଠଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ; ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରି ସେଥିରେ ପାଣ୍ଡିତ୍ୟ ଲାଭ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ୟଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତାଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିଲେ ଓ ସର୍ବଶେଷରେ ଶ୍ରୀ ଭାଗବତ ଅଧ୍ୟୟନ କଲେ । ଏହି ସମଯରେ ପିତା ଭଗବାନ ଦାଶ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ, କିନ୍ତୁ ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ପ୍ରାର୍ଥନା କଲେ । ଅଷ୍ଟାଦଶ ବର୍ଷ ବୟସ ବେଳକୁ ସେ ସମସ୍ତ ଶାସ୍ତ୍ରରେ ପ୍ରବୀଣତା ଲାଭ କରିଥିଲେ ଓ ପଣ୍ଡିତ ସମାଜରେ ତାଙ୍କ ଖ୍ୟାତି କ୍ରମେ କ୍ରମେ ବଢ଼ିବାରେ ଲାଗିଲା । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହାଙ୍କର ଭଗବତ୍ ପ୍ରୀତି ମଧ୍ୟ କ୍ରମଶଃ ବୃଦ୍ଧି ହେଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କଠାରେ ତାଙ୍କର ପ୍ରଗାଢ଼ ଭକ୍ତି ହେତୁ ସେ ପ୍ରତ୍ୟହ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ଭାଗବତ ପାଠ କରୁଥିଲେ ଓ ପ୍ରତ୍ୟହ ବହୁଲୋକ ପୁରାଣ ଶୁଣିବାକୁ ସେଠାରେ ରୁଣ୍ଡ ହେଉଥିଲେ । ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।