"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
 
== ଜ୍ୟୋତିଷୀୟ ପରିଚୟ ==
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ [[ହିନ୍ଦୁ]] ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । <ref name=galacticcentre>{{cite web|title=The 27 Nakshatras|url=http://www.galacticcenter.org/main/nakshatras/the-27-nakshatras.html|accessdate=25 September 2015}}</ref> ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ
 
ତେବେ ଅଶ୍ଵିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । <ref name=cincinatitemple>{{cite web|title=Fundamentals of Vedic Astrology|url=http://cincinnatitemple.com/articles/Fundementals-of-Vedic-Astrology.pdf|accessdate=25 September 2015}}</ref>
୧୪ କ ଧାଡ଼ି:
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବ ଗୁଣ ବା ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ବୈଦିକ ଜ୍ୟୋତିଷ ମତେ ଅଶ୍ଵିନୀ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତିଭେଦରେ ବୈଶ୍ୟ ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ଅଶ୍ଵିନୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବେଶେଷ କର୍ମଠ, ଦୃଢମନା, ଜ୍ଞାନୀ ତଥା ସମସ୍ତଙ୍କ ଦ୍ଵାରା ଆଦୃତ ହୋଇଥାଏ ।<ref name=selfrealisation>{{cite web|title=The 27 Nakshtras|url=http://www.selfrealisation.net/UK/VedicAstrology/nakshatr.php|accessdate=26 September 2015}}</ref>
* ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଅଶ୍ଵିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।<ref>[http://www.mypanchang.com/nakshatras.html "How to name your baby as per Hindu Astrology?"]www.mypanchang.com, Retrieved 25 September 2015</ref>