"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୪ କ ଧାଡ଼ି:
}}
 
'''ନୂଆଖାଇ''' ('''ନୂଆଁଖାଇ''' ବା '''ନବାନ୍ନ''' ଭାବେ ମଧ୍ୟ ଜଣା) [[ଓଡ଼ିଶା]]ର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ।<ref>[http://www.orissadiary.com/orissa_profile/ori_festival/sep/Nuakhai.asp Major Festival of western Orissa: Nuakhai]</ref> ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । [[ପାଞ୍ଜି]] ଅନୁସାରେ ଏହା [[ଭାଦ୍ରବ]] [[ମାସ]]ର [[ପକ୍ଷ|ଶୁକ୍ଳ]] [[ପଞ୍ଚମୀ]] ତିଥିରେ ([[ଗଣେଶ ପୂଜା|ଗଣେଶ ଚତୁର୍ଥୀର]] ପରଦିନ) ପାଳିତ ହୋଇଥାଏ ।<ref>{{cite web |url= http://incredibleorissa.com/en/nuakhai-festival-2012-date-orissa/ |title=Nuakhai Orissa Festival 2012 |first=Surya |work=incredibleorissa.com |year=2012 |quote=a predetermined day has been identified for NUAKHAI and that is the day after Sri Ganesh Chaturthi, the fifth lunar day during the bright fortnight of Bhadrav |accessdate=20 September 2012}}</ref>
 
== ପର୍ବ ପାଳନର ବିଶେଷତା ==
୩୨ କ ଧାଡ଼ି:
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।<ref>{{cite web |url= http://www.nuakhai.org/about_the_festival.htm |title=About the Festival of Nuakhai – The Ethnic Harvesting Festival of Orissa state in India. Genesis, history and socio cultural heritage behind Nuakhai or Nabanna by Oriya people |first= |last= |work=nuakhai.org |year=2010 [last update] |quote=NUAKHAI in each of these states was being observed according to the “State Almanac”. There was no common day for this culturally contiguous vast area in Western Orissa. |accessdate=25 September 2012}}</ref>
 
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ [[ବିଜୁ ପଟ୍ଟନାୟକ]] ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।<ref>{{cite web |url= http://orissa.gov.in/e-magazine/Orissareview/sept-oct2007/engpdf/Pages43-51.pdf|title=Nuakhai : An Epitome of the Great Tradition of India|first= Dr. Chitrasen|last= Pasayat| year=2007 |quote=Nuakhai now being observed on the fifth day of the second fortnight of Bhadrava, was unquestionably given a new look of homogeneity and uniformity by the then Biju Patnaik Government in 1991|accessdate=25 September 2012}}</ref>
ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ [[ଗଣେଶ ପୂଜା]]ର ପରଦିନ ଅର୍ଥାତ [[ପଞ୍ଚମୀ|ଋଷି ପଞ୍ଚମୀ]] ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।
 
୪୪ କ ଧାଡ଼ି:
== ପାଳନ ବିଧି ==
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । <!--ଏହି ପର୍ବ ଯେତେବେଳେ ପାଳନ ହୁଏ ଧାନ ପ୍ରାୟ ଜମିରେ ହୋଇ ନଥାଏ । କିନ୍ତୁ ଅନେକ ସ୍ଥାନରେ ସରିଆ ଧାନ ବା ମାଲଧାନ ହେବା ଦେଖାଯାଏ । ଦେବୀଙ୍କୁ ସେହି ସରିଆଧାନ କୁଟି ନୈବେଦ୍ୟ ଭାବେ ଅର୍ପଣ କରାଯାଏ ।-->
ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ [[ଗ୍ରାମଦେବତୀ]]ଙ୍କ ପୀଠ ବା [[ଭାଗବତ ଟୁଙ୍ଗୀ]]ରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।<ref>{{cite web |url= http://orissadiary.com/orissa_profile/ori_festival/sep/Nuakhai.asp |title=Nuakhai |work=orissadiary.com |year=2012 |quote=After finishing the food they take the blessing of the Istha-Devi and from other elders of the family. |accessdate=25 September 2012}}</ref>
ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
 
==ନୂଆାଖାଇ ବାସି==
ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।<ref name="Majumder2011">{{cite book|author=Bhaskar Majumder|title=Rethinking Villages|url=http://books.google.com/books?id=uwS53sZZZDkC&pg=PA139|year=2011|publisher=Concept Publishing Company|isbn=978-81-8069-764-7|pages=139–}}</ref>
==ନୂଆଖାଇ ଗୀତ==
ପଶ୍ଚିମ ଓଡ଼ିଶାର କବି [[ହଳଧର ନାଗ]]ଙ୍କ କବିତାରୁ ନୂଆାଖାଇ ଉପରେ ଏକ ଛୋଟ ପଂକ୍ତି-
<poem>
ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଗାଁ ଯାକର ହେଇ ମେଟ୍
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି