"ଲକ୍ଷ୍ମୀ ପୁରାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ପୃଷ୍ଠା ତିଆରି
୧ କ ଧାଡ଼ି:
{{ଛୋଟ|Laxmi Puran}}
ବ୍ରହ୍ନ ସଂସ୍ଥାପନା କାର୍ଯ୍ୟ ଗୋପନୀୟ ଭାବରେ ଆଷାଢ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ କରାଯାଇଥାଏ । କିନ୍ତୁ ବ୍ରହ୍ନ ସଂସ୍ଥାପନ ପୂର୍ବରୁ ଶ୍ରୀମନ୍ଦିର [[କୂର୍ମବେଢା]] ମଧ୍ୟରେ ଗୋଟିଏ ଗୁପ୍ତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କେତେକ ମୁଷ୍ଟିମେୟ ଦଇତାପତିମାନଙ୍କ ଦ୍ଵାରା ଏହି ରଥଯାତ୍ରା ସମ୍ପନ୍ନ ହୋଇଥାଏ । ଏହି ରଥଯାତ୍ରା ନିମିତ୍ତ ଗୋଟିଏ ସାତହାତ ଉଚ୍ଚତା ବିଶିଷ୍ଟ କ୍ଷୁଦ୍ର ରଥ ନିର୍ମାଣ ହୋଇ ବୈଦିକ ବିଧିରେ ପ୍ରତିଷ୍ଠା ହୋଇଥାଏ । ଏହି ଗୁପ୍ତ ରଥଯାତ୍ରାର ଉଦ୍ଦେଶ୍ୟ ହେଉଛି ନ୍ୟାସ ଦାରୁଙ୍କୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଇବା । କେତେକ ଗବେଷକ ଏହି ଗୁପ୍ତ ରଥଯାତ୍ରା ଚତୁର୍ଦ୍ଦଶୀ ରାତ୍ରିରେ ହେବା କଥା ଉଲ୍ଲେଖ କରିଥଲେ ହେଁ ବରିଷ୍ଠ ଦଇତାପତିଙ୍କଠାରୁ ଜଣାଯାଏ ଏହି ରଥଯାତ୍ରା ଦ୍ଵାଦଶୀ ରାତିରେ ଗୁପ୍ତରେ କରାଯାଏ । କେହି କେହି ଗବେଷକ ଏହି ରଥଯାତ୍ରାରେ ନ୍ୟାସ ଦାରୁଙ୍କ ସହିତ ମାଧବ ଓ କଳେବର ନୃସିଂହ ରଥାରୋହଣ କରିଥାନ୍ତି । କିନ୍ତୁ ଶ୍ରୀଅଙ୍ଗ ସେବକ ଦଇତା ଙ୍କ ମତରେ ଏହି ରଥଯାତ୍ରାରେ କେବଳ ନ୍ୟାସଦାରୁଙ୍କୁ ରଥାରୂଢ କରାଯାଇ ରଥକୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଯାଏ । ଚତୁର୍ଦ୍ଦଶୀ ସନ୍ଧ୍ୟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ (ଜନଶୂନ୍ୟ) କରାଯାଇ ଚାରିଦ୍ଵାର ବନ୍ଦ କରିଦିଆଯାଏ । ଶ୍ରୀମନ୍ଦିର ପରିସରରେ ଅବା ସକଳ ମନ୍ଦିରର ଦାୟିତ୍ଵ ଦଇତାମାନେ ହିଁ ନେଇଥାନ୍ତି । ବରିଷ୍ଠ ଓ ଅଭିଜ୍ଞ ଦଇତାଙ୍କ ବ୍ୟତୀତ ଅନ୍ୟକେହି ଶ୍ରୀମନ୍ଦିର ପରିସରରେ ରହନ୍ତି ନାହିଁ । କେବଳ ଦେଉଳକରଣ ପାଟଖଣ୍ଡା ଧରି ଗୁମୁଟରେ ପତିତପାବନଙ୍କ ସମ୍ମୁଖ ବାରଣ୍ଡାରେ ବସି ରହିଥାନ୍ତି । ଶ୍ରୀମନ୍ଦିର ଚତୁର୍ଦ୍ଦିଗ ଓ ମନ୍ଦିର ପରିସରର ସମସ୍ତ ଆଲୋକ ଲିଭାଇ ଦିଆଯାଏ । ଦଇତାମାନେ ତେଲଦୀପ ଓ ମଶାଲ ଧରି ଅତ୍ୟନ୍ତ ଗୋପନୀୟ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଏହା ପୂର୍ବରୁ ସେମାନେ ଶ୍ରୀମନ୍ଦିର ପରିସରରେ କେହି ଅଛନ୍ତି କି ନାହିଁ ପରଖି ନିଅନ୍ତି । ଏହାପରେ ଦଇତାମାନେ ନବନିର୍ମିତ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାନ୍ତି । ପୂର୍ବରୁ ଅଣସରପିଣ୍ଡିରେ ବିଜେ କରିଥବା ପୁରାତନ ବିଗ୍ରହମାନଙ୍କ ନିକଟରେ ନବନିର୍ମିତ ବିଗ୍ରହମାନଙ୍କୁ ବିଜେ କରାଯାଏ । ଏହି ପହଣ୍ଡି ସମୟରେ ବାଦ୍ୟ, ଘଣ୍ଟାଘଣ୍ଟା ବା କାହାଳୀ ପ୍ରଭୃତି ବଜାଯାଏ ନାହିଁ । ଘଟ ପରିବର୍ଭନ କରିବାକୁ ଚାରିଜଣ ବରିଷ୍ଠ ଓ ଅଭିଜ୍ଞ ଦଇତାପତି ମନୋନୀତ ହୋଇ ଥାଆନ୍ତି । ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ସ୍ଵାଇଁ ମହାପାତ୍ର, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ଦୁଇଜଣ ଦାସ ମହାପାତ୍ର ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ପତିମହାପାତ୍ର ମନୋନୀତ ହୋଇଥାନ୍ତି । ଏହି ଚାରିଜଣ ନିଷ୍ଠାପର ସେବକଙ୍କ ଆଖି ଓ ହାତରେ ସାତପ୍ରସ୍ତ ଲେଖାଏଁ ପାଟକନାଗୁଡାଇ ଦିଆଯାଏ, ଯେପରି ସେମାନେ କିଛି ଦେଖୁପାରିବେ ନାହିଁ ବା ସ୍ପର୍ଶାନୁଭବ କରିପାରିବେ ନାହିଁ । ଏହାଦ୍ବାରା ସେମାନେ ପୁରାତନ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରୁ ବ୍ରହ୍ମଙ୍କୁ ବାହାର କରି ନବନିର୍ମିତ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରେ ସ୍ଥାପନ କଲେ ହେଁ ବ୍ରହ୍ନ କି ପ୍ରକାର ବସ୍ତୁ ଜାଣିପାରନ୍ତି ନାହିଁ ।
{{Infobox Book <!-- See Wikipedia:WikiProject_Novels or Wikipedia:WikiProject_Books -->
| name = ଲକ୍ଷ୍ମୀ ପୁରାଣ
| title_orig = ଲକ୍ଷ୍ମୀ ପୁରାଣ
| translator =
| image =
| image_caption =
| author = [[ବଳରାମ ଦାସ]]
| illustrator =
| cover_artist =
| country = [[ଭାରତ]]
| language = [[ସଂସ୍କୃତ ଭାଷା|ସଂସ୍କୃତ]]
| series =
| genre = [[ପୁରାଣ]]
| publisher =
| release_date =
| english_release_date =
| media_type =
| pages =
| isbn =
| oclc=
| preceded_by =
| followed_by =
}}
 
'''ଲକ୍ଷ୍ମୀ ପୁରାଣ''' କବି [[ବଳରାମ ଦାସ]]ଙ୍କ ଦ୍ଵାରା [[ସଂସ୍କୃତ ଭାଷା]]ରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି । କବି ବଳରାମ ଦାସଏହାକୁ [[ତାଳପତ୍ର ପୋଥି]]ରେ ଲେଖିଥିଲେ ।
 
ଦେବୀ ମହାଲକ୍ଷ୍ମୀଙ୍କ ପୂଜା ସମ୍ପର୍କରେ ଏଥିରେ ବିଶଦ୍ ଭାବରେ ବର୍ଣ୍ଣନା କରାଯାଇଛି ।
=== ଦ୍ଵାଦଶ ସର୍ଗ ===
 
 
== ଆଧାର ==
{{ଆଧାର}}
 
{{ଜଗନ୍ନାଥ}}
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
{{ମୁଣ୍ଡିଆ}}
 
[[ଶ୍ରେଣୀ:ହିନ୍ଦୁ ପୁରାଣ]]