"ଲକ୍ଷ୍ମୀ ପୁରାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୃଷ୍ଠାଟିକୁ ଖାଲି କରିଦେଲେ
No edit summary
୧ କ ଧାଡ଼ି:
ବ୍ରହ୍ନ ସଂସ୍ଥାପନା କାର୍ଯ୍ୟ ଗୋପନୀୟ ଭାବରେ ଆଷାଢ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ କରାଯାଇଥାଏ । କିନ୍ତୁ ବ୍ରହ୍ନ ସଂସ୍ଥାପନ ପୂର୍ବରୁ ଶ୍ରୀମନ୍ଦିର [[କୂର୍ମବେଢା]] ମଧ୍ୟରେ ଗୋଟିଏ ଗୁପ୍ତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କେତେକ ମୁଷ୍ଟିମେୟ ଦଇତାପତିମାନଙ୍କ ଦ୍ଵାରା ଏହି ରଥଯାତ୍ରା ସମ୍ପନ୍ନ ହୋଇଥାଏ । ଏହି ରଥଯାତ୍ରା ନିମିତ୍ତ ଗୋଟିଏ ସାତହାତ ଉଚ୍ଚତା ବିଶିଷ୍ଟ କ୍ଷୁଦ୍ର ରଥ ନିର୍ମାଣ ହୋଇ ବୈଦିକ ବିଧିରେ ପ୍ରତିଷ୍ଠା ହୋଇଥାଏ । ଏହି ଗୁପ୍ତ ରଥଯାତ୍ରାର ଉଦ୍ଦେଶ୍ୟ ହେଉଛି ନ୍ୟାସ ଦାରୁଙ୍କୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଇବା । କେତେକ ଗବେଷକ ଏହି ଗୁପ୍ତ ରଥଯାତ୍ରା ଚତୁର୍ଦ୍ଦଶୀ ରାତ୍ରିରେ ହେବା କଥା ଉଲ୍ଲେଖ କରିଥଲେ ହେଁ ବରିଷ୍ଠ ଦଇତାପତିଙ୍କଠାରୁ ଜଣାଯାଏ ଏହି ରଥଯାତ୍ରା ଦ୍ଵାଦଶୀ ରାତିରେ ଗୁପ୍ତରେ କରାଯାଏ । କେହି କେହି ଗବେଷକ ଏହି ରଥଯାତ୍ରାରେ ନ୍ୟାସ ଦାରୁଙ୍କ ସହିତ ମାଧବ ଓ କଳେବର ନୃସିଂହ ରଥାରୋହଣ କରିଥାନ୍ତି । କିନ୍ତୁ ଶ୍ରୀଅଙ୍ଗ ସେବକ ଦଇତା ଙ୍କ ମତରେ ଏହି ରଥଯାତ୍ରାରେ କେବଳ ନ୍ୟାସଦାରୁଙ୍କୁ ରଥାରୂଢ କରାଯାଇ ରଥକୁ ସାତଥର ମନ୍ଦିର ପ୍ରଦକ୍ଷିଣ କରାଯାଏ । ଚତୁର୍ଦ୍ଦଶୀ ସନ୍ଧ୍ୟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ (ଜନଶୂନ୍ୟ) କରାଯାଇ ଚାରିଦ୍ଵାର ବନ୍ଦ କରିଦିଆଯାଏ । ଶ୍ରୀମନ୍ଦିର ପରିସରରେ ଅବା ସକଳ ମନ୍ଦିରର ଦାୟିତ୍ଵ ଦଇତାମାନେ ହିଁ ନେଇଥାନ୍ତି । ବରିଷ୍ଠ ଓ ଅଭିଜ୍ଞ ଦଇତାଙ୍କ ବ୍ୟତୀତ ଅନ୍ୟକେହି ଶ୍ରୀମନ୍ଦିର ପରିସରରେ ରହନ୍ତି ନାହିଁ । କେବଳ ଦେଉଳକରଣ ପାଟଖଣ୍ଡା ଧରି ଗୁମୁଟରେ ପତିତପାବନଙ୍କ ସମ୍ମୁଖ ବାରଣ୍ଡାରେ ବସି ରହିଥାନ୍ତି । ଶ୍ରୀମନ୍ଦିର ଚତୁର୍ଦ୍ଦିଗ ଓ ମନ୍ଦିର ପରିସରର ସମସ୍ତ ଆଲୋକ ଲିଭାଇ ଦିଆଯାଏ । ଦଇତାମାନେ ତେଲଦୀପ ଓ ମଶାଲ ଧରି ଅତ୍ୟନ୍ତ ଗୋପନୀୟ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଏହା ପୂର୍ବରୁ ସେମାନେ ଶ୍ରୀମନ୍ଦିର ପରିସରରେ କେହି ଅଛନ୍ତି କି ନାହିଁ ପରଖି ନିଅନ୍ତି । ଏହାପରେ ଦଇତାମାନେ ନବନିର୍ମିତ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାନ୍ତି । ପୂର୍ବରୁ ଅଣସରପିଣ୍ଡିରେ ବିଜେ କରିଥବା ପୁରାତନ ବିଗ୍ରହମାନଙ୍କ ନିକଟରେ ନବନିର୍ମିତ ବିଗ୍ରହମାନଙ୍କୁ ବିଜେ କରାଯାଏ । ଏହି ପହଣ୍ଡି ସମୟରେ ବାଦ୍ୟ, ଘଣ୍ଟାଘଣ୍ଟା ବା କାହାଳୀ ପ୍ରଭୃତି ବଜାଯାଏ ନାହିଁ । ଘଟ ପରିବର୍ଭନ କରିବାକୁ ଚାରିଜଣ ବରିଷ୍ଠ ଓ ଅଭିଜ୍ଞ ଦଇତାପତି ମନୋନୀତ ହୋଇ ଥାଆନ୍ତି । ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ସ୍ଵାଇଁ ମହାପାତ୍ର, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ଦୁଇଜଣ ଦାସ ମହାପାତ୍ର ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ଭନ ନିମିତ୍ତ ପତିମହାପାତ୍ର ମନୋନୀତ ହୋଇଥାନ୍ତି । ଏହି ଚାରିଜଣ ନିଷ୍ଠାପର ସେବକଙ୍କ ଆଖି ଓ ହାତରେ ସାତପ୍ରସ୍ତ ଲେଖାଏଁ ପାଟକନାଗୁଡାଇ ଦିଆଯାଏ, ଯେପରି ସେମାନେ କିଛି ଦେଖୁପାରିବେ ନାହିଁ ବା ସ୍ପର୍ଶାନୁଭବ କରିପାରିବେ ନାହିଁ । ଏହାଦ୍ବାରା ସେମାନେ ପୁରାତନ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରୁ ବ୍ରହ୍ମଙ୍କୁ ବାହାର କରି ନବନିର୍ମିତ ବିଗ୍ରହମାନଙ୍କ ବ୍ରହ୍ମସ୍ଥଳୀରେ ସ୍ଥାପନ କଲେ ହେଁ ବ୍ରହ୍ନ କି ପ୍ରକାର ବସ୍ତୁ ଜାଣିପାରନ୍ତି ନାହିଁ ।