"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୮ କ ଧାଡ଼ି:
 
ବିଦ୍ୟାପତି ଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଗମନ କରିଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶାଇଳ ଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ଵର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ଏବଂ ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୃଦ୍ଧ କାରିଗରଙ୍କୁ ସେ ଦାୟିତ୍ଵ ଦେଇଥିଲେ । <ref name="The appearence of lord Jagannath">{{cite web|title=ଜଗନ୍ନାଥ ଦର୍ଶନ|url=http://krishna.com/appearance-lord-jagannatha|publisher=Bhakti Bedant book trust|accessdate=10 September 2015}}</ref> କିନ୍ତୁ କାରିଗର ଜଣକ ନିଜର କିଛି ସର୍ତ୍ତାବଳି ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରାଣୀ ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢା ତିନି ବିଗ୍ରହଙ୍କୁ ନେଇଁ ନୀଳଶୈଳରେ ସ୍ଥାପନ କରିଥିଲେ । <ref name="History of Jagannath Temple">{{cite web|title=ଶ୍ରୀମନ୍ଦିର ଇତିହାସ|url=https://www.jagannathpuri.in/index.php/history-of-jagannath-puri-temple|publisher=Jgannath Puri|accessdate=10 September 2015}}</ref>
 
==ଆଧାର==
 
 
 
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]