"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ଇନ୍ଦ୍ରଦ୍ୟୁମ୍ନ
 
'''ଇନ୍ଦ୍ରଦ୍ୟୁମ୍ନ''' ମାଳବ ଦେଶର ସୋମବଂଶୀୟ ରାଜା ଥିଲେ । ମହାଭାରତ ଓ ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଭରତ ଓ ସୁମତି ଙ୍କ ପୁତ୍ର ଥିଲେ । <ref name="Legend of Jagannath Temple">{{cite web|title=ଜଗନ୍ନାଥ ମନ୍ଦିର କିମ୍ବଦନ୍ତୀ|url=http://www.orissatourism.org/jagannath-temple/legend-of-jagannath-temple.html|publisher=Odisha Tourism|accessdate=10 September 2015}}</ref> ସେ ମାଳବ ଦେଶର ଅବନ୍ତି ନାମକ ଅଞ୍ଚଳକୁ ଶାସନ କରୁଥିଲେ ଓ ଜଗନ୍ନାଥ ମନ୍ଦିରର ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିବାର କିଛି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । <ref name="Indradyumna King">{{cite web|title=ନିଳଚକ୍ର|url=http://www.nilachakra.org/Temple/origin.htm|publisher=Nilachakra Team|accessdate=10 September 2015}}</ref>
 
==ଇନ୍ଦ୍ରଦ୍ୟୁମ୍ନ ଓ ଜଗନ୍ନାଥ ସଂସ୍କୃତି==
 
[[ସ୍କନ୍ଦ ପୁରାଣ]], [[ବ୍ରହ୍ମ ପୁରାଣ]] ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଶ୍ରୀ[[ଜଗନ୍ନାଥ]] ପ୍ରକୃତରେ [[ନୀଳମାଧାବ]] ନାମରେ '''ବିଶ୍ଵାବାସୁ''' ନାମକ ଜାଣେ ଶବର ରାଜାଙ୍କ ଦ୍ଵାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । [[ନୀଳ ମାଧବ]]ଙ୍କ ନାମ ଶୁଣିବା ପରେ, ଏହି ବିଷାୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, [[ବିଦ୍ୟାପତି]] ନାମକ ଜଣେ ବ୍ରାହ୍ମାଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ [[ବିଦ୍ୟାପତି]] ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା '''[[ଲଳିତା]]'''ଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ଵଶୁର [[ବିଶ୍ଵାବସୁ]]ଙ୍କ ବିଶ୍ଵାସଭାଜନ ହୋଇଥିଲେ । <ref name="Tale from the Purana">{{cite web|title=ପୁରାଣ ବର୍ଣିତ କହାଣୀ|url=https://books.google.co.in/books?id=XakxUK85CL4C&lpg=PA55&ots=zmgEBUWmHK&dq=indradyumna%20king&pg=PA55#v=onepage&q&f=false|publisher=Mahesh Sharma|accessdate=10 September 2015}}</ref> [[ବିଶ୍ଵାବସୁ]] ଶେଷରେ ନିଜ ଜ୍ଵାଇଁଙ୍କ ଅନୁରୋଧ ରକ୍ଷାକରି, [[ବିଦ୍ୟାପତି]]ଙ୍କ ଆଖିରେ ଅନ୍ଧପୁଟଳି ବନ୍ଧି [[ନୀଳମାଧାବ]] ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କାରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଅସିଯାଇଥିଲେ ଯାହକି ତାଙ୍କୁ ପରବର୍ତ୍ତି ସମୟରେ ଗୁମ୍ଫା ଭିତରକୁ ରସ୍ତା ଚିହ୍ନିବାରେ ସାହଯ୍ୟ କରିଥିଲା । ଏବଂ ସେଠାରୁ ସେ ଚଲିଯାଇ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜାଣାଇଥିଲେ । <ref name=Indradyumna>{{cite web|title=ଇନ୍ଦ୍ରଦ୍ୟୁମ୍ନ|url=https://en.wikipedia.org/wiki/Indradyumna|publisher=wikipedia|accessdate=10 September 2015}}</ref>
 
ବିଦ୍ୟାପତି ଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଗମନ କରିଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶାଇଳ ଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ଵର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ଏବଂ ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୃଦ୍ଧ କାରିଗରଙ୍କୁ ସେ ଦାୟିତ୍ଵ ଦେଇଥିଲେ । <ref name="The appearence of lord Jagannath">{{cite web|title=ଜଗନ୍ନାଥ ଦର୍ଶନ|url=http://krishna.com/appearance-lord-jagannatha|publisher=Bhakti Bedant book trust|accessdate=10 September 2015}}</ref> କିନ୍ତୁ କାରିଗର ଜଣକ ନିଜର କିଛି ସର୍ତ୍ତାବଳି ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରାଣୀ ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢା ତିନି ବିଗ୍ରହଙ୍କୁ ନେଇଁ ନୀଳଶୈଳରେ ସ୍ଥାପନ କରିଥିଲେ । <ref name="History of Jagannath Temple">{{cite web|title=ଶ୍ରୀମନ୍ଦିର ଇତିହାସ|url=https://www.jagannathpuri.in/index.php/history-of-jagannath-puri-temple|publisher=Jgannath Puri|accessdate=10 September 2015}}</ref>