"ଉପେନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମୃତ୍ୟୁ: ୧୯୯୪
ସମ୍ମାନ ଓ ପୁରସ୍କାର, ରଚନାବଳୀ
୩୮ କ ଧାଡ଼ି:
}}
 
ଉପେନ୍ଦ୍ର ତ୍ରିପାଠୀ (୧୯୦୩-୧୯୯୪), ଜଣେ ଜଣାଶୁଣାରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]] ଶିଶୁ ସାହିତ୍ୟିକ ।<ref>http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072</ref> ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।
 
ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of &#91;Orissa&#93;: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref> ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।
 
ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି, ମୁଖ୍ୟ ସାହିତ୍ୟର ଏକ ଭିନ୍ନଧାରା ଭାବରେ ଦେଖୁଥିଲେ । ୧୯୨୬-୨୭ ମସିହା ବେଳକୁ ତାଙ୍କ ପ୍ରଚେଷ୍ଠା ସଫଳତା ଲାଭକରିଥିଲା ଓ ବହୁ ବିଜ୍ଞ ପ୍ରତିଷ୍ଠିତ ବ୍ୟକ୍ତିମାନେ ପିଲାଙ୍କ ପାଇଁ ସ୍ଵତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କ ଦ୍ଵାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ବରାବର ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ଵର ଶତପଥୀ, ସତ୍ୟାନନ୍ଦ ବେହୁରା ଓ କୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।
 
ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ଵୀକୃତି ଜଣାଇ, "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । <ref name="Mohanty2009">{{cite book|author=Jagannath Mohanty|title=Encyclopaedia of Education, Culture and Children's Literature: v. 4. Children's literature and education|url=http://books.google.com/books?id=zfLATnA1IAMC&pg=PA161|year=2009|publisher=Deep & Deep Publications|isbn=978-81-8450-151-3|pages=161–}}</ref> ଆତ୍ମଚରିତ ''ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ'' ପ୍ରକାଶନ ଅବସରରେ [[ମାୟାଧର ମାନସିଂହ]] ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ {{Rquote|centre|ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥}}
 
== ରଚନାବଳୀ ==
୬୮ କ ଧାଡ଼ି:
* ଉଦୟଭାନୁ
* ଶିଶୁତୋଷ ରାମାୟଣ<ref>ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଦାଶ ବେନହୁରଙ୍କ ଲେଖା "ସାହିତ୍ୟର କୁଆଁରାବରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ</ref>
* ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
* ଗୋଟାଏ କଲମ ଟୋପାଏ କାଳି(ଆତ୍ମଚରିତ)
{{Div col end}}
== ସମ୍ମାନ ଓ ପୁରସ୍କାର ==
* ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪
* ଶାରଳା ସମ୍ମାନ - ୧୯୮୮<ref>{{cite news|title=ଚିର ଶିଶୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ|url=http://sambadepaper.com/Details.aspx?id=192277&boxid=2357304|accessdate=10 September 2015|newspaper=ସମ୍ବାଦ ୧୦/୦୯/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=10 September 2015}}</ref>
 
== ଆଧାର ==