"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (→‎ଦର୍ଶନ)
ଟିକେNo edit summary
== ଜୀବନୀ ==
=== ବାଲ୍ୟ ଜୀବନ ===
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ଵାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋ (ସିକାଗୋ)ଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ବ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ଵବିଦ୍ୟାଳୟର କୁଳପତି ହେଲେ
 
=== ଶିକ୍ଷା ===
 
=== ରାଜନୈତିକ ଜୀବନ ===
୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ଆଲ୍‌ଜେରିଆ ଦେଶ ସ୍ଵାଧୀନ ବେଳେ ଉପୁଜିଥବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ '''League of Nations' Committee for Intellectual Co-operation''' ର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ଆମ ଦେଶ ସ୍ଵାଧୀନ (୧୯୪୭) ହେବା ପରେ ବିଶ୍ଵବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।
 
== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hogg ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାନବସ୍ତୁକୁକଥାବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ଵ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ଵ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ଵକୁ ଗଣନା କରି ବିଶ୍ଵର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ
 
== ପୁରସ୍କାର ଓ ସମ୍ମାନ ==
* ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର [[ଭାରତରନ୍]] ୧୯୬୮ରେ ତାଙ୍କୁ ପ୍ରଦତ୍ତ ହୋଇଥଲା ।
* ଏଥପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ମହାମାନ୍ୟ ପର୍ଲି ମହାଶୟ ସ୍ଵୟଂ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ ।
* ଡକୃର ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଅକାଦମୀର ଥିଲେ ପ୍ରଥମ ଫେଲେ। (୧୯୬୬ ମସିହା) ।
* ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧୁ ପ୍ରଦତ୍ତ ହୋଇଥଲା ।
 
== ଗ୍ରନ୍ଥସୂଚୀ ==
ତାଙ୍କର ରଚନା ଗୁଡିକ ମଧରୁ ତାଙ୍କର ଆତ୍ମଜୀବନୀ My Search for Truth, Indian Philosophy (Vol-1 & 2), Present Crisis in Faith, Religion, Society & recovery of Faith, Our Heritage ଅନ୍ୟତମ । ଗାନ୍ଧୀଙ୍କର ୭୦ତମ ଜୟନ୍ତୀରେ ରାଧାକୃଷ୍ଣନ୍ ମୋହନଦାସଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ତାଙ୍କୁ ଉପହାର ଦେଇଥଲେ । ଏଥପାଇଁ ସେ ବହୁ ପ୍ରଶଂସାର ଅଧକାରୀ ହେଲେ ।
 
== ଅଧିକ ତଥ୍ୟ ==
{{Wikisource author}}
୧୧,୩୭୫

ଗୋଟି ସମ୍ପାଦନା