"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣନା ଅନୁଯାୟି କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ଵରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ଵରୁପ, ଏବଂ ତହାର ନାମ ଗରୁଡ ଥିଲା ।
 
ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନ୍ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ କୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । ପୁରୀ ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ
"https://or.wikipedia.org/wiki/ଗରୁଡ଼"ରୁ ଅଣାଯାଇଅଛି