"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Add reference
୧୧୩ କ ଧାଡ଼ି:
ଆମ ସଂସ୍କୃତିରେ ପାନର ସ୍ଵତନ୍ତ୍ର ସ୍ଥାନ ରହିଛି । ଆଗତ ଅତିଥ୍ୟ, ଅଭ୍ୟାଗତ, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼ାଇ ଦେଇ ଅତିଥ ଚର୍ଜା ଆରମ୍ଭ କରନ୍ତି । ଈଷ୍ଟ ପୂଜନ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ । ଓଡ଼ିଶାର ଘରେ ଘରେ ପାଳିତ ‘ରଜପର୍ବକୁ ପାନର ପର୍ବ’ କହିଲେ ଅତୁକ୍ତି ହେବ ନାହିଁ । ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା ସହ ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ । ଧର୍ମର ମାସ କାର୍ଭିକ ବ୍ରତ ପାଳନର ଅନ୍ତିମ ଦିବସରେ ଅର୍ଥାତ୍ ପୂଣ୍ଡିମାର ପ୍ରାତଃ ସମୟରେ ପବିତ୍ର ନଦନଦୀ, ଜଳାଶୟରେ ଉତ୍କଳ ରମଣୀ ମଙ୍ଗଳ ଧ୍ବନି ସହ ଡ଼ଙ୍ଗା ଭସାଇ ପରିବାରର ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରି ଡ଼ଙ୍ଗାରେ ପାନ, ଗୁଆ, ରଖୁ କହିଥାଏ– 'ଅ କା ମା ବୈ– ପାନ ଗୁଆ ଖାଇ – ମୋ ପାନ ଗୁଆ ତୋ ର– ମାସକ ଧରମ ମୋର । କେବଳ ଈଷ୍ଟଙ୍କ ଉଦ୍ଦେଶ୍ୟରେ ଅର୍ପିତ ପାନ ଖଣ୍ଡେ ପ୍ରତିବଦଳରେ ସମସ୍ତ କାର୍ଭିକ ବ୍ରତର ପୁଣ୍ୟ ନେବାକୁ ଆଶାୟୀ ଉତ୍କଳ ରମଣୀ ପାନ ପ୍ରଦାନର ମୂଲ୍ୟକୁ ଠିକ୍ ବୁଝିଥାଏ । ପୂର୍ବେ ଉତ୍କଳୀୟ ନୌବାଣିଜ୍ୟରେ ପାନ ଗୁଆ ଆଦି ମୁଖ୍ୟପଣ ଦ୍ରବ୍ୟ ଅବା ଏଥରୁ ଅନୁମେୟ ।
=== ଶ୍ରୀମନ୍ଦିରରେ ପାନ ===
ଉତ୍କଳୀୟଙ୍କ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ତାଙ୍କୁ ପାନ ଅର୍ପଣ କରି ଏ ଜାତି ପରମ ବିଷ୍ଣୁଙ୍କ ପୂଜନରେ ଏକ ସ୍ଵତନ୍ତ୍ରତା ସୃଷ୍ଟି କରିଛି । ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା (ହଡ଼ପ ସେବା) ବିଧରୁ ଏହା ସ୍ପଷ୍ଟ ବାରି ହୋଇଯାଏ । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧ ଶ୍ରୀମନ୍ଦିର ସେବାର ଏକ ମୁଖ୍ୟ ଅଙ୍ଗ । ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଏକ ସୁବର୍ଣ୍ଣ ଥାଳିରେ ପୂଜକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ବରୀ ମା’ ବିମଳାଙ୍କୁ ଅର୍ପଣ କରିଥାନ୍ତି । ଶ୍ରୀମନ୍ଦିର ମକରବେଢ଼ା ପରିକ୍ରମା ସମୟରେ ହଡ଼ପ ସେବକମାନଙ୍କ ଦ୍ବାରା ବିବିଧ ପାନ ପ୍ରସ୍ତୁତ କରାଯାଇ ଏକ ଆଳିରେ ମନ୍ଦିର ଆକୃତିରେ ସଜାଇ ବେଢ଼ା ପରିକ୍ରମା କରାଯାଇଥାଏ । ସଂସ୍କୃତି ଗବେଷକଙ୍କ ମତରେ ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ତାମ୍ବୁଳ ସେବା ପ୍ରଚଳିତ ହୋଇଥବାର ଏହା ଏକ ସଙ୍କେତ । ଭାରତବର୍ଷର କୌଣସି ଦେବଦେବୀ ପୀଠରେ ଏଭଳି ସମ୍ମାନ ପାନକୁ ମିଳିନଥାଏ । ଶ୍ରୀଜଗନ୍ନାଥଙ୍କ ପାନ ପ୍ରସ୍ତୁତିର ଶୈଳୀ ମଧ୍ୟ ନିଆରା । ସଦ୍ୟ ତୋଳା ଯାଇଥବା ଗୋଟା ପାନରେ ସୁବାସିତ ଚନ୍ଦନର ଲେପ ଦିଆଯାଇଥାଏ, ତା’ପରେ ତାକୁ ଚାରି ଚଉଠ କରି ଭାଙ୍ଗି ଗୋଟିଏ ନିଖୁଣ ଲବଙ୍ଗ ଫୋଡି ବିଡ଼ିଆ ପ୍ରସ୍ତୁତ କରାଯାଏ । ଭିନ୍ନ ଭିନ୍ନ ସେବା ପାଇଁ ବିଡ଼ିଆ ପ୍ରସ୍ତୁତ କରିବାର କଳା ଶ୍ରୀମନ୍ଦିର ହଡ଼ପ ସେବକମାନେ ବଂଶାନୁକ୍ରମେ ଶିକ୍ଷା ଲାଭ କରିଥାନ୍ତି । ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତାହାର ଚୂର୍ଣ୍ଣ ଶ୍ରୀଜୀଉଙ୍କ ପାନରେ ବ୍ୟବହୃତ ହେଉଥବା ଜଣାଯାଏ । ଶ୍ରୀଜୀଉଙ୍କ ସମର୍ପିତ ବିଡ଼ିଆ ପାନକୁ ଭକ୍ତମାନେ ସଂଗ୍ରହ କରି ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୁନଃ ଅର୍ପଣର ବିଧ୍ଵ ମଧ ଉତ୍କଳରେ ପ୍ରଚଳିତ । <ref name=utkalprasanga>{{cite journal|last=ମିଶ୍ରMishra|first=ପଣ୍ଡିତPandita ତ୍ରିଲୋଚନTrilochan|title=Utkal Sanskrutire pana|journal=Utkal Prasanga|issue=AugAugust, 20142015|pagepages=57-58|url=http://odisha.gov.in/e-magazine/utkalprasanga/2015/August/oriyapdf/57-58.pdf|accessdate=5 September 2015}}</ref>
 
=== ଅନ୍ୟାନ୍ୟ ===
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି