"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (7) using AWB |
Psubhashish (ଆଲୋଚନା | ଅବଦାନ) ଟିକେ clean up, replaced: → (20), ମାନେ → ମାନେ (5) using AWB |
||
୧ କ ଧାଡ଼ି:
{{ଛୋଟ|Dahranidhara Bhuyan}}
{{Infobox person
| name
| image
| alt
| caption
| birth_name
| birth_date
| birth_place = କୁସୁମିତା, [[କେନ୍ଦୁଝର ଜିଲ୍ଲା|କେନ୍ଦୁଝର]]
| death_date
| death_place =
| nationality = [[ଭାରତ|ଭାରତୀୟ]]
| parents
| other_names = '''ବିପ୍ଳବୀ ଧରଣୀଧର'''
| known_for
| occupation
}}
୨୪ କ ଧାଡ଼ି:
== ଷଡ଼ଯନ୍ତ୍ରର ଶିକାର ==
ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଧରଣୀଧର ନିଜର ବ୍ୟକ୍ତିତ୍ଵ, ସାଧୁତା, ପରିଶ୍ରମ ଓ ଅଧ୍ୟବସାୟ ଦ୍ଵାରା ଖୁବ୍ କମ୍ ସମୟ ଭିତରେ ରାଜାଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ଵାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ । ଏ ସବୁର ମୁଖ୍ୟ ପୁରୋଧା ଥିଲେ ସେ ସମୟର ରାଜାଙ୍କର ସହକାରୀ ଦେବାନ୍, କ୍ଷମତାଲୋଭୀ ବିଚିତ୍ରାନନ୍ଦ ଦାସ । ଧରଣୀଧରଙ୍କୁ ବଦନାମ କରିବା ଏବଂ ରାଜାଙ୍କ ନିକଟରେ ତାଙ୍କୁ ଅପ୍ରିୟ କରାଇବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ ୧୮୯୦ ମସିହାରେ କେନ୍ଦୁଝର ଓ [[ସିଂହଭୂମ]] ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଉଠିଥିଲା । ସେଥିପାଇଁ ମପାମପି କାମ ପାଇଁ ରାଜା ଧରଣୀଧରଙ୍କୁ ସୀମାନ୍ତ ଅଞ୍ଚଳକୁ ପଠାଇଥିଲେ । ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର
== ପ୍ରଜାମେଳି ଓ ବିଦ୍ରୋହ ==
୧୮୬୮ ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିରୋଧ କରି ବିପ୍ଳବୀ ରତ୍ନା ନାୟକଙ୍କ ନେତୃତ୍ଵରେ ଭୂୟାଁ ସମ୍ପ୍ରଦାୟ ଯେଉଁ ମେଳି କରିଥିଲେ ତାକୁ ଇଂରେଜମାନଙ୍କ ସହାୟତାରେ ଖୁବ ନିଷ୍ଠୁରତାର ସହ ଦମନ କରାଯାଇଥିଲା । ଏହି ଘଟଣା ଭୂୟାଁମାନଙ୍କୁ ଖୁବ ଅସନ୍ତୁଷ୍ଟ କରିଥିଲା । ତା’ ସହିତ ରାଜା ଓ ରାଜକର୍ମଚାରୀମାନଙ୍କ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଓ ତା’ ସହିତ ପ୍ରଚଳିତ ବେଠି ପ୍ରଥା ଧରଣୀଧରଙ୍କ ମନକୁ ଖୁବ୍ ଆନ୍ଦୋଳିତ ଓ କ୍ଷୁବ୍ଧ କରିଥିଲା । ଏହି ସମୟରେ କେନ୍ଦୁଝରର ଏକ ଘଟଣା ତାଙ୍କ ମନରେ କୁହୁଳୁଥିବା ବିପ୍ଳବର ନିଆଁକୁ ପ୍ରଜ୍ଵଳିତ କରିବାରେ ସକ୍ଷମ ହୋଇଥିଲା ।
କେନ୍ଦୁଝରରେ ଥିବା [[ମାଛକାନ୍ଦଣା ନଦୀ]]କୁ ବନ୍ଧାଇ କେନ୍ଦୁଝର ଆଡକୁ ନେବାର ଯୋଜନା କରାଯାଇଥିଲା । ସେଥିପାଇଁ ଗରିବ ଆଦିବାସୀମାନଙ୍କୁ ମଜୁରୀ ନ ଦେଇ ବେଠି ବେଗାରିରେ କାମ କରିବାକୁ ବାଧ୍ୟ କରାଗଲା । ସେତେବେଳେ କେନ୍ଦୁଝର ଗଡ଼ର ଦେବାନ୍ ଥା’ନ୍ତି ବ୍ୟାସକବି [[ଫକୀରମୋହନ ସେନାପତି]], ଏବଂ ଏହି କେନାଲ ଖୋଳାର ତଦାରଖ ଦାୟିତ୍ଵରେ ଥା’ନ୍ତି ସହକାରୀ ଦେବାନ୍ ବିଚିତ୍ରାନନ୍ଦ ଦାସ । ଧୂର୍ତ୍ତ ବିଚିତ୍ରାନନ୍ଦଙ୍କର କ୍ରୂର ବ୍ୟବହାର ଓ ନିର୍ମମ ଅତ୍ୟାଚାର ନିରୀହ [[ଆଦିବାସୀ]]ମାନଙ୍କୁ ଆହୁରି ଉତ୍ୟକ୍ତ କଲା । ରାଜାଙ୍କଠାରେ ଅଭିଯୋଗ କରି ନିରାଶ ହେଲା ପରେ ଉତ୍ୟକ୍ତ
ଧରଣୀଧର ନିଜ ମେଳି ସହାୟତାରେ ସଶସ୍ତ୍ର ଲଢେଇ କରି, ରାଜାଙ୍କୁ ଗାଦିରୁ ହଟେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ଏବଂ ତା ସହିତ ବିଚିତ୍ରାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ବିଦ୍ରୋହ ପୂର୍ବରୁ ଧରଣୀଧର କଟକରେ ଥିବା କମିଶନର, କଲିକତାର ଇଂରେଜ କର୍ତୃପକ୍ଷ ଏବଂ [[ମୟୂରଭଞ୍ଜ]]ର ମ୍ୟାନେଜରଙ୍କୁ ରାଜାଙ୍କର ଅତ୍ୟାଚାର ବିଷୟରେ ଜଣାଇଥିଲେ । ସେଥିପାଇଁ, ବିଦ୍ରୋହ ଆରମ୍ଭ ହେଲା ପରେ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କରିବାକୁ ପଥମେ ମନା କରିଦେଲେ, କିନ୍ତୁ ଚତୁର ଦେବାନ୍ ଫକୀରମୋହନଙ୍କ ବିଚକ୍ଷଣତା ଯୋଗୁଁ ପରେ ସହାୟତା କରିଥିଲେ । କ୍ରମେ ବିଦ୍ରୋହ ଭୀଷଣ ରୂପ ଧାରଣ କଲା ।
== ବିଦ୍ରୋହ ଦମନ ଓ ବନ୍ଦୀ ==
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି [[ରାଇସୁଆଁ]]ର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ ବିଦ୍ରୋହୀମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡ଼ିଲେ । ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତାରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ । ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି । ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ, କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା । ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ । ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପକିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
ଧରଣୀଧରଙ୍କ ବନ୍ଦୀ ହେବାପରେ
== ଶେଷ ଜୀବନ ==
|