"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୮ କ ଧାଡ଼ି:
ପୁରୁଷୋତ୍ତମ ଦେବଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ,ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦର୍ଶନ କରିବା ପାଇଁ ପୁରୀ ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରା ର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜଙ୍କ ମନ୍ତ୍ରୀ ମହୋଦୟ ପୁରୀରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ଵାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ ରଥଯାତ୍ରା ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । ରଥଯାତ୍ରା ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ଵାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ଏବଂ ରଥ ଟଣାଯିବା ପୂର୍ବରୁ ରଥ ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ ଛେରା ପହଁରା କରି ଭକ୍ତିଭାବର ପରିଚୟ ଦେଉଥିଲେ। ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ୍ କହାକୁ ନଜଣାଇ କାଞ୍ଚି ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ଵୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ସ୍ଵୟଂ ରାଗିଯାଇଥିଲେ ଓ ସ୍ଵୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।
 
ତଦ୍ଦନୁଯାୟୀ,କାଞ୍ଚି ରାଜାଙ୍କ ଦରବାରରେ ସ୍ଵୟମ୍ବରର ଆୟୋଜନ କରାଗଲା କିନ୍ତୁ ଉକ୍ତ ସ୍ଵୟମ୍ବରରେ ପୁରୁଷୋତ୍ତମଦେବଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଅତିଥି କାଞ୍ଚିତଥା କାଞ୍ଚିରାଜ୍ୟ ମନ୍ତ୍ରୀ ମହୋଦୟଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା ପୁରୁଷୋତ୍ତମ ଦେବ ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ । ଗୁପ୍ତଚରଙ୍କ ଠାରୁ ସ୍ଵୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ । ଏବଂ ସେହି ସମୟରେ ପଦ୍ମବତୀଙ୍କୁ ବାହହେବା ପାଇଁ ପ୍ରତ୍ୟଗ୍ୟଁ କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ ।
 
==ଅଧିକ ତଥ୍ୟ==