"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬ କ ଧାଡ଼ି:
ଦିନେ ଗଙ୍ଗ ବଂଶୀୟ ରାଜା ଶ୍ରୀ ପୁରୁଷୋତ୍ତମ ଦେବ ଦକ୍ଷିଣ ଭାରତ ଭ୍ରମଣରେ ଯାଇ କାଞ୍ଚି ନାମକ ଏକ ରାହ୍ୟରେ ପହଞ୍ଚିଥିଲେ । କାଞ୍ଚି ରାଜ୍ୟ ରାଜଧାନୀର ଏକ ଉଦ୍ୟାନରେ ନିଜର ଶିବିର ଲଗାଇ ରହିଥିଲେ । ସେଠାରେ କାଞ୍ଚି ରାଜାଙ୍କ କନ୍ୟା '''ପଦ୍ମାବତୀ'''ଙ୍କ ସହ ପୁରୁଷୋତ୍ତମ ଦେବଙ୍କ ଦେଖ ସକ୍ଷାତ ହେଲା ଏବଂ ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କଲେ । ଏମିତି କିଛିଦିନ ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହେଲା । ଏବଂ ରାଜା ପୁରୁଷୋତ୍ତମ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବାହାହେବା ପାଇଁ ମନସ୍ଥ କଲେ । ଏହି ସନ୍ଦେଶ କାଞ୍ଚି ରାଜାଙ୍କ ନିକଟକୁ ପହଞ୍ଚିବା ପରେ, ଦିନେ ରାଜା ପୁରୁଷୋତ୍ତମ ଦେବଙ୍କୁ ନିଜ ଦରବାରକୁ ଡକାଇଥିଲେ ଏବଂ ସାଥିରେ ଥିଲେ କନ୍ୟା ପଦ୍ମାବତୀ । ସେଠାରେ ପୁରୁଷୋତ୍ତମ ଦେବଙ୍କ ବ୍ୟବହାରରେ ପ୍ରସନ୍ନ ହୋଇ କାଞ୍ଚି ରାଜା ନିଜ କନ୍ୟାଙ୍କୁ ପୁରୁଷୋତ୍ତମ ଦେବଙ୍କ ସହ ବାହାଦେବା ପାଇଁ ପ୍ରସ୍ତାବ ଦେଲେ । ଅତି ପ୍ରସନ୍ନତାର ସହ ଗଜପତି ରାଜା ଉକ୍ତ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଏବଂ କିଛି ଦିନ ପରେ ନିଜ ରାଜ୍ୟକୁ ପ୍ରତ୍ୟବର୍ତନ କରିଥିଲେ। ପ୍ରତ୍ୟାବର୍ତନ ସମୟରେ ସେ କାଞ୍ଚି ରାଜାଙ୍କୁ ନିଜ ରାଜ୍ୟର ରଥଯାତ୍ରା ଦେଖିବାପାଇଁ ନିମନ୍ତ୍ରଣ ଦେଇଥିଲେ । <ref name="Purushottam Dev and Padmavathi">{{cite web|title=ପୁରୁଷୋତ୍ତମ ଦେବଙ୍କ ପ୍ରେମ କାହାଣୀ|url=https://storibuzz.wordpress.com/2015/08/07/the-story-of-purushottam-dev-and-padmavathi/|publisher=Storybuzz|accessdate=30 August 2015}}</ref>
 
ପୁରୁଷୋତ୍ତମ ଦେବଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ,ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦର୍ଶନ କରିବା ପାଇଁ ପୁରୀ ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରା ର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜଙ୍କ ମନ୍ତ୍ରୀ ମହୋଦୟ ପୁରୀରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ଵାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ ରଥଯାତ୍ରା ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । ରଥଯାତ୍ରା ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ଵାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ଏବଂ ରଥ ଟଣାଯିବା ପୂର୍ବରୁ ରଥ ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ ଛେରା ପହଁରା କରି ଭକ୍ତିଭାବର ପରିଚୟ ଦେଉଥିଲେ। ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ୍ କହାକୁ ନଜଣାଇ କାଞ୍ଚି ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ଵୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ରାଗିଯାଇଥିଲେ ଓ ସ୍ଵୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।
ପୁରୁଷୋତ୍ତମ ଦେବଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ,ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ର ଦର୍ଶନ କରିବା ପାଇଁ ପୁରୀ ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ ।
 
==ଅଧିକ ତଥ୍ୟ==