"ଶକ୍ତି ପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରସଙ୍ଗର ତଥ୍ୟ ମିଶାଗଲା
ଟିକେ clean up, replaced: → (2), ମାନଙ୍କ → ମାନଙ୍କ using AWB
୧ କ ଧାଡ଼ି:
{{ଛୋଟ|Shakti Peethas}}
{{Not odia}}
ଦକ୍ଷ ପ୍ରଜାପତି ଙ୍କର କନ୍ୟା [[ସତୀ]] ଶିବହୀନ ଯଜ୍ଞକୁ ଅସହ୍ୟ ମଣି ଯଜ୍ଞକୁଣ୍ଡକୁ ଝାସ ଦେବାପରେ ତାଙ୍କ ଶରୀରକୁ [[ଶିବ]] କାନ୍ଧରେ ବହନ କରି କ୍ରୋଧ ଜର୍ଜରିତ ହୋଇ ଭ୍ରମଣ କରିବାରେ ଲାଗିଲେ। ତାଙ୍କ ହସ୍ତରୁ ସତୀଙ୍କର ଶରୀର ଅଂଶମାନ ବିଭିନ୍ନ ସ୍ଥାନ ମାନଙ୍କରେସ୍ଥାନମାନଙ୍କରେ ପଡ଼ି ତାହା ଏକ ଏକ ଶକ୍ତିପୀଠରେ ପରିଣତ ହୋଇଛି।
== ପୌରାଣିକ ==
ଶିବ ମହାପୁରାଣ ଅନୁସାରେ ଦେବୀ ସତୀଙ୍କ ପିତା ଦକ୍ଷ ପ୍ରଜାପତି ନିଜ ରାଜଧାନୀରେ ଏକ ମହାଯଜ୍ଞର ଆୟୋଜନ କଲେ ଏବଂ ସମସ୍ତ ଦେବଦେବୀ ଓ ମୁନୀଋଷିମାନଙ୍କୁ ନିମନ୍ତ୍ରଣ କଲେ । ଶିବଙ୍କର ଅସ୍ୱାଭାବିକ ଜୀବନ ଯାତ୍ରା, ଚାଲିଚଳନ ଓ ବେଶଭୁଷାକୁ ସେ ନାପସନ୍ଦ କରୁଥିଲେ । ଏକଦା ଦକ୍ଷ ପ୍ରଜାପତି ଏକ ସମାବେଶରେ ଉପସ୍ଥିତ ହୁଅନ୍ତେ ସବୁ ଦେବତା ଓ ଋଷିମାନେ ତାଙ୍କୁ ସମ୍ମାନ ଦେଖାଇ ଠିଆହୋଇ ପଡ଼ିଲେ, କିନ୍ତୁ ଶିବ ଏକା ଅନ୍ୟମନସ୍କ ହୋଇ ବସିରହିଲେ । ତେଣୁ ଦକ୍ଷ ପ୍ରଜାପତି ଉକ୍ତଯଜ୍ଞରେ ଶିବଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କଲେନାହିଁ । ଦେବୀ ସତୀ ଶିବଙ୍କ ବାରଣ ସତ୍ତ୍ୱେ ପିତ୍ରାଳୟକୁ ଗଲେ ଓ ଦକ୍ଷ ପ୍ରଜାପତିଙ୍କୁ ନିଜସ୍ୱାମୀଙ୍କୁ ନିମନ୍ତ୍ରଣ ନକରି ଉଚିତ କରିନାହାନ୍ତି ବୋଲି ଚେତାଇଦେଲେ । କିନ୍ତୁ ଦକ୍ଷ ପ୍ରଜାପତି ମହାଦେବଙ୍କର ଅପମାନ କଲେ । ଏହାକୁ ସହ୍ୟ କରି ନପାରି ସତୀ ମହାଯଜ୍ଞ କୁଣ୍ଡରେ ନିଜକୁ ଆତ୍ମବିସର୍ଜନ ଦେଲେ । ଯଜ୍ଞାଗ୍ନିରେ ପ୍ରାଣାହୁତି ଦେବା ମାତ୍ରେ ସତୀଙ୍କ ଶରୀରରୁ ଆଲୋକମୟ ଜ୍ୱାଳାମୁଖୀ ଉତ୍ପନ ହେଲା । ମହାଦେବ ସତୀଙ୍କୁ ଏତେ ଭଲପାଉଥିଲେ ଯେ, ସେ ଯଜ୍ଞକୁଣ୍ଡରୁ ଦଗ୍ଧ ଶରୀରକୁ ନିଜ କାନ୍ଧରେ ନେଇ ନାନା ଦେଶ ପାଗଳପ୍ରାୟ ଘୁରିବୁଲିଲେ । ଶିବଶଙ୍କରଙ୍କର ଏପରି କ୍ରୋଧାନ୍ୱିତ ଓ ବିବତ୍ସ ଅବସ୍ଥା ଦେଖି ସ୍ୱୟଂବିଷ୍ଣୁ ଧନୁଶର ଦ୍ୱାରା ସତୀଙ୍କର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଲେ । ଯେଉଁ ଯେଉଁ ସ୍ଥାନମାନଙ୍କରେ ସତୀଙ୍କର ଦିବ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପଡ଼ିଲା, ସେହିସବୁ ସ୍ଥାନଗୁଡ଼ିକରେ ଭିନ୍ନଭିନ୍ନ ଶକ୍ତିପୀଠମାନ ଗଢିଉଠିଲା ଓ ବିଭିନ୍ନନାମରେ, ବିଭିନ୍ନ ରୂପରେ ଦେବୀସତୀ ପୂଜା ପାଇଆସୁଛନ୍ତି । <ref>ଅନୁପମ ଭାରତ, ପୃଷ୍ଠା- ୫, ଶନିବାର ୬ ଏପ୍ରିଲ ୨୦୧୩</ref>
==ଶକ୍ତି ପୀଠ==
{| border="1"