"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (27), ଠାରେ → ଠାରେ (2) using AWB
୧ କ ଧାଡ଼ି:
{{ଛୋଟ| Bishwanath Kar}}
{{Infobox person
| honorific_prefix = ବାଗ୍ମୀ
| name = ବିଶ୍ଵନାଥ କର
| image = Visvanath Kar.png
| alt =
| caption =
| birth_date = {{Birth date|df= y|1864|12|24}}<!--{{birth date and age|1937|09|17}}-->
| birth_place = ମୂଳବସନ୍ତ, ମାହାଙ୍ଗା,[[କଟକ]] [[ଓଡ଼ିଶା]]
| death_date = {{Death date and age|df = y|1934|10|19|1864|12|24}} <!--(death date then birth) -->
| death_place =
| nationality =
| known_for =
|notable works= ବିବିଧା ପ୍ରବନ୍ଧ
| occupation = ବକ୍ତା, ସାହିତ୍ୟିକ, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ
}}
 
ବାଗ୍ମୀ '''ବିଶ୍ଵନାଥ କର''' ୧୮୬୪ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ସଂସ୍କାରକ, ସୁଦକ୍ଷ ସଂପାଦକ, ଚିନ୍ତାଶୀଳ ପ୍ରାବନ୍ଧକ, ବାଗ୍ମୀ ଓ ପ୍ରଚଣ୍ଡ ଦେଶଭକ୍ତ । ବିଶ୍ଵନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ଥିଲେ। ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । [[ଉତ୍କଳ ସମ୍ମିଳନୀ]]ର ଅନ୍ୟତମ ବିଶିଷ୍ଟ ସଂଚାଳକ ଓ [[ବିହାର]]-[[ଓଡ଼ିଶା]] ପ୍ରଦେଶର ଜଣେ ଦକ୍ଷ ତଥା ନିର୍ଭିକ ବ୍ୟବସ୍ଥାପକ ଭାବେ ତାଙ୍କର ଥିଲା ଯଥେଷ୍ଟ ଖ୍ୟାତି ଓ ସୁନାମ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ପ୍ରତ୍ୟାଖ୍ୟାନ କରିଥିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି ।
 
୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ। 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
 
== କର୍ମମୟ ଜୀବନ ତଥା କୃତ୍ୟ ଓ କୀର୍ତ୍ତି ==
୧୮୮୦ ରେ ସେ କୁଆଁପାଳରୁ ମାଇନର ପାସ କରି [[କଟକ]] ଆସି ନବପ୍ରତିଷ୍ଠିତ ପ୍ୟାରିମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ଏବଂ ୧୮୮୬ରେ ମଫସଲ ଅଞ୍ଚଳର ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । [[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ<ref>{{cite web |url= http://www.museindia.com/viewarticle.asp?myr=2006&issid=5&id=176 |title=Welcome to Muse India |first=Sachidananda |last= Mohanty|work=museindia.com |year=2012 |quote=the illustrious editor of Utkal Sahitya, Biswanath Kar |accessdate=27 September 2012}}</ref><ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA29|quote= |accessdate=27 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=29–}}</ref><ref name="SamalNayak1996">{{cite book|author1=J. K. Samal|author2=P. K. Nayak|author3=Pradip Kumar Nayak|title=Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century|url=http://books.google.com/books?id=3ewpJNpCLJgC&pg=PA83|quote=|accessdate=27 September 2012|date=1 January 1996|publisher=Abhinav Publications|isbn=978-81-7017-322-9|pages=83–}}</ref> ୧୮୯୭ରେ ପ୍ରକାଶ ପାଇଥିଲା ।<ref name="Dāsa1998">{{cite book|author=Jaẏanta Kumāra Dāsa|title=Ramshankar Ray|url=http://books.google.com/books?id=vFlJLkb8wGQC&pg=PA57|quote= Utkal Sahitya, a leading monthly magazine of Biswanath Kar was released|accessdate=27 September 2012|date=1 January 1998|publisher=Sahitya Akademi|isbn=978-81-260-0548-2|pages=57–}}</ref> ହେଲେ ପତ୍ରିକା ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ସେ ବହୁତ ଯାଗାରୁ ଧାର ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ କଟକ ଠାରେକଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।
 
ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
୩୧ କ ଧାଡ଼ି:
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶାବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା- ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷାରେ ଭାଷଣ ଦେଇଥିଲେ । ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରେଜୀରେ କହିବା ଲାଗି ବାଧ୍ୟ କଲାବେଳେ ସେ ସ୍ୱାଭିମାନୀସୁଲଭ ଭଙ୍ଗୀରେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେଦିନ ସଭାରେ ସେ କହିଥିଲେ- ""ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।''
 
ବଙ୍ଗଭଙ୍ଗ କାଳୀନ ଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭା ସମିତିରେ ସେ ଭାଷଣ ଦେଇ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରାଇ ପାରୁଥିଲେ । ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଆଗ୍ନେୟ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଯଥାର୍ଥରେ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ୱୋଧିତ କରିଥିଲେ । ଜଣେ ସମାଜସେବୀ ଭାବରେ ବିଶ୍ୱନାଥ ନିଜ ଗ୍ରାମ ମୂଳବସନ୍ତ ଠାରେମୂଳବସନ୍ତଠାରେ ସେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ସଂସ୍କାରକ ଭାବରେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ- ସ୍ତ୍ରୀ, ଶ୍ରମିକ- ମୂଲିଆ, ଜାତି- ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ଏକ ନୈଶ ବିଦ୍ୟାଳୟ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ ଆଲୋକ, ଜ୍ୟୋତ୍ସ୍ନା, କୌମୁଦୀ ନାମକ ହାତଲେଖା ମାସିକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ । ଜଣେ ଦେଶପ୍ରେମୀ ଭାବେ ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।<ref>{{cite news | url=http://sambadepaper.com/epaperpdf%5C24122014%5C24-md-bm-10.pdf | title=ସଂସ୍କାରକ ବାଗ୍ମୀ ବିଶ୍ଵନାଥ | date=୨୪ ଡିସେମ୍ବର ୨୦୧୪ | accessdate=24 ଡିସେମ୍ବର 2014 | author=ସିଂହ, ଡ. ବିଜୟାନନ୍ଦ}}</ref>
 
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା । ।